fbpx
BSKY
BJD MC SKY
BJD YOUTH SKY

କାମ କରିବା ସମୟରେ ‘ହାଇ’ କାହିଁକି ଆସେ, ଆସନ୍ତୁ ଜାଣିବା ଏହାର ବୈଜ୍ଞାନିକ ରହସ୍ୟ

ପୁରୁଷ ହୁଅନ୍ତି କି ନାରୀ, ଛୋଟ ପିଲା ହୁଅନ୍ତି କି ବୃଦ୍ଧ ସମସ୍ତେ କେବେ ନା କେବେ ‘ହାଇ’ ମାରିଥାନ୍ତି । ତେବେ କିଛି ଲୋକ ଶୋଇକରି ଉଠିବା ପରେ, ଆଉ କିଛି ଲୋକ କାମ କରିବା ସମୟରେ ହାଇ ମାରିଥାନ୍ତି । ତେବେ ଆପଣମାନେ ହାଇ ମାରିବା ପଛର କାରଣ ବିଷୟରେ ଜାଣିଛନ୍ତି କି । ମଣିଷ ହାଇ ମାରିବା ପଛରେ ଅନେକ ବୈଜ୍ଞାନିକ କାରଣ ଲୁଚି ରହିଛି ।

ସାଧାରଣ ଭାବେ ଥକ୍କାପଣ, କୌଣସି କଥାକୁ ନେଇ ଚାପରେ ରହିବା, ପର୍ଯ୍ୟାପ୍ତ ନିଦ୍ରା ନନେବା ଦ୍ୱାରା ହାଇ ଆସିଥାଏ ବୋଲି କୁହାଯାଇଥାଏ । କାମ କରିବା ସମୟରେ ଯେତେବେଳେ ଆପଣମାନେ ଥକ୍କାପଣ ଅନୁଭବ କରନ୍ତି, ସେ ସମୟରେ ହାଇ ଆସିଥାଏ । ହାଇକୁ ନେଇ ଅନେକ ସମୟରେ ସାଙ୍ଗସାଥୀମାନେ ମଜାଳିଆ କଥା ମଧ୍ୟ କହିଥାନ୍ତି । ତେବେ ଏହା ପଛରେ ବିଜ୍ଞାନ ଏକ ରୋଚକପୂର୍ଣ୍ଣ ଭାବେ କାର୍ଯ୍ୟ କରିଥାଏ ।

ବିଜ୍ଞାନ ମୁତାବକ, ଆମ ଶରୀରର ପ୍ରତ୍ୟେକ କ୍ରିୟା ପଛରେ ବ୍ରେନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । କାମ କରିବା ସମୟରେ ବ୍ରେନର ତାପମାତ୍ରାକୁ ସାମାନ୍ୟ ଅବସ୍ଥାକୁ ଆଣିବା କ୍ଷେତ୍ରରେ ହାଇ କାର୍ଯ୍ୟ କରିଥାଏ । ଯେଉଁ ଲୋକଙ୍କର ଉଚ୍ଚ ହାଇ ଆସିଥାଏ, ସେମାନଙ୍କର ବ୍ରେନ ବହୁତ ପ୍ରଖର ହୋଇଥାଏ । ଅନେକ ସମୟରେ ହାଇ ଅନେକ ସଂକ୍ରମଣ ବ୍ୟାପିବାର କାରଣ ସାଜିଥାଏ । ତେଣୁ ହାଇ ମାରିବା ସମୟରେ ମୁହଁରେ ରୁମାଲ ଦେବାକୁ ପରାମର୍ଶ ଦିଆଯାଇଥାଏ । ଥଣ୍ଡା ସିଜିନରେ ଲୋକଙ୍କଠାରେ ଅଧିକ ମାତ୍ରାରେ ହାଇ ଆସିଥାଏ ବୋଲି ଏକ ରିପୋର୍ଟରେ କୁହାଯାଇଛି ।

Get real time updates directly on you device, subscribe now.