fbpx

ଗଣେଶ ଚତୁର୍ଥୀରେ ଭୁଲରେ ବି ଗଜାନନଙ୍କୁ ଅର୍ପଣ କରନ୍ତୁନି ଏହି ଜିନିଷ, ପୂଜାରେ କରନ୍ତୁ ନାହିଁ ଏହି ଭୁଲ୍

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ବୁଧବାର ପାଳନ ହେବ ଗଣେଶ ପୂଜା । ଗଣେଶ ଚତୁର୍ଥୀର ଏହି ପର୍ବ ଖୁବ୍ ପବିତ୍ର । ଏହି ଦିନ ଗୌରୀନନ୍ଦନ ଶ୍ରୀ ଗଣେଶଙ୍କୁ ଧରାପୃଷ୍ଠକୁ ଆବାହାନ କରାଯାଇଥାଏ । ଆଉ ଭକ୍ତଙ୍କ ଆବାହନରେ ଆସି ସବୁ ଦୁଃଖ କଷ୍ଟକୁ ଦୂର କରିଥାନ୍ତି ପ୍ରଭୁ ଗଣେଶ । କୁହାଯାଏ ଯେ ଏହି ସମୟରେ ଯିଏବି ସଂପୂର୍ଣ୍ଣ ନିଷ୍ଠା ଏବଂ ଶ୍ରଦ୍ଧାର ଗଣପତିଙ୍କ ଆରାଧନା କରିଥାନ୍ତି । ତାଙ୍କୁ ଭଗବାନ ଗଣେଶ ସୁଖ-ସମୃଦ୍ଧିର ବରଦାନ ଦେଇଥାନ୍ତି । ତେବେ ଆଜି ଆମେ ଜାଣିବା ଯଦି ଆପଣ ପ୍ରଭୁ ଗଜାନନଙ୍କ ଅସୀମ କୃପା ଲାଭ କରିବାକୁ ଚାହୁଛନ୍ତି ତେବେ କିଛି କଥା ଉପରେ ଧ୍ୟାନ ଦେବାକୁ ହୋଇଥାଏ ।

ଗଣେଶ ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କ ପୂଜାରେ କିଛି କଥା ଉପରେ ବିଶେଷ ଧ୍ୟାନ ଦେବା ଦରକାର । ଏହି ଦିନ ଭୁଲରେ ବି ଗଣେଶଙ୍କୁ ତୁଳସୀ ଜଳ ଅର୍ପଣ କରନ୍ତୁ ନାହିଁ । ପୂଜା ସମୟରେ ହଳଦିଆ କିମ୍ବା ଧଳା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ । କଳା ରଙ୍ଗର କପଡ଼ା ପିନ୍ଧନ୍ତୁନାହିଁ । ଯଦି ଘରେ ଗଣେଶ ପୂଜା କରୁଛନ୍ତି । ତେବେ ଧ୍ୟାନ ରଖନ୍ତୁ ଯେପରି ମୂର୍ତ୍ତିର ଉଚ୍ଚତା ବହୁତ ବଡ଼ ନହେବ ।

Get real time updates directly on you device, subscribe now.