fbpx

(Video) ପ୍ରଜାପତିରେ ଦିଶୁଛି କାଳିଆର ଦୁଇ ଆଖି: ଜଗାର ଲୀଳା ବୁଝିବା ଭାରି କଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଥାରେ ଅଛି ସ୍ୱୟଂ ପରମବ୍ରହ୍ମ ସବୁଠି, ସମୟରେ ରହିଥାନ୍ତି । ମାତ୍ର ତାଙ୍କୁ ଦେଖିବାର ସୌଭାଗ୍ୟ କେବଳ ଭକ୍ତମାନେ ହିଁ ପାଇଥାନ୍ତି । ଭକ୍ତମାନଙ୍କ ପାଇଁ ଜଗତର ନାଥ ଜଗନ୍ନାଥ ଯେ କେତେ ରୂପରେ ଆବିର୍ଭାବ ହୁଅନ୍ତି ତାହା କିଏ କଳନା କରିପାରିବ । ସ୍ୱୟଂ କାଳିଆ ଠାକୁର ପ୍ରଜାପତି ରୂପ ଧାରଣ କରି ଭକ୍ତମାନଙ୍କୁ ଶ୍ରୀମୁଖ ଦର୍ଶନ ଦେଇଛନ୍ତି ।

ଏହି ଫଟୋକୁ ଦେଖିଲେ ଲାଗୁଛି ସତେ ଯେମିତି ସ୍ୱୟଂ ମହାବାହୁ ଚକା ଆଖି ମେଲି ତା’ର ଭକ୍ତଙ୍କୁ ହାତ ଠାରି ଡାକୁଛନ୍ତି । ବୋଧହୁଏ ଭକ୍ତର ଅନ୍ତରର ଡାକ ଶୁଣିପାରିଛନ୍ତି ମହାପ୍ରଭୁ । ସେଥିପାଇଁ ମହାପ୍ରଭୁ ଏକ ପ୍ରଜାପତି ରୂପରେ ଭକ୍ତର ଘର ଭିତରେ ଉଭା ହୋଇଛନ୍ତି । ଏହି ଅପରୂପ ଦୃଶ୍ୟକୁ ଦେଖିବା ପରେ ଭକ୍ତ ଗଣଙ୍କ ମଧ୍ୟରେ ଖେଳି ଯାଇଥିଲା ଆନନ୍ଦର ଲହରୀ ।

ପ୍ରଭୁଙ୍କ ପ୍ରଜାପତି ରୂପକୁ ଦର୍ଶନ କରିବା ପରେ ଭକ୍ତକୁ ସତେ ଯେମିତି କୋଟି ଜନ୍ମର ପୂଣ୍ୟ ମିଳିଯାଇଥିଲା । ଯୁଗ ଯୁଗ ଧରି ମୁନିଋଷୀମାନେ ତପସ୍ୟା କରି ମଧ୍ୟ ଯେଉଁ ରୂପକୁ ଦର୍ଶନ କରିପାରନ୍ତି ନାହିଁ, ପ୍ରଭୁ ଚାହିଁଲେ ସେହି ସୌଭାଗ୍ୟ ଅର୍ଜନ କରିପାରିଥାଏ ଜଣେ ସାଧାରଣ ଭକ୍ତ । ଏହା ହିଁ ତ ଭକ୍ତ ଆଉ ଭଗବାନଙ୍କ ପବିତ୍ର ପ୍ରେମ ବନ୍ଧନର ଡୋରି ।

ପ୍ରଭୁଙ୍କ ଏହି ରୂପକୁ ଦର୍ଶନ କରିବା ପରେ ସତେ ଯେମିତି ଭକ୍ତ ଅନ୍ତରରୁ କହୁଛି, ପ୍ରଭୁ ମୋର କିଛି ଦରକାର ନାହିଁ । ତୁମର ଏଇ ବିରଳ ରୂପକୁ ଦର୍ଶନ କରିବାର ସୌଭାଗ୍ୟ ମୋ ପାଇଁ ସବୁଠାରୁ ଅନନ୍ୟ । ଆଜି ଭକ୍ତ ଭାବପ୍ରବଣ ହୋଇ ଆଖିରୁ ଲୁହ ଝରାଇ କହୁଛି ଧନ୍ୟ ପ୍ରଭୁ ତୁମେ ଜୟ ଜଗନ୍ନାଥ ।

Get real time updates directly on you device, subscribe now.