fbpx

ନୂଆଁଖାଇ ପାଇଁ ୨ ଦିନ ଛୁଟି: ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ବାକି ରହିଲା ଗୋଟିଏ ଦିନ । ସେପ୍ଟେମ୍ବର ୧ ରେ ପାଳନ ହେବ ନୂଆଁଖାଇ । ପଶ୍ଚିମ ଓଡିଶାର ଏହା ଗଣ ପର୍ବ ହୋଇଥିଲେ ବି ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ଏହାକୁ ପାଳନ କରାଯାଏ । ତେଣୁ ଏହି ପର୍ବକୁ ହର୍ଷୋଲ୍ଳାସର ସହ ପାଳନ କରିବା ପାଇଁ ରାଜ୍ୟ ସରକାର ୨ ଦିନିଆ ଛୁଟି ଘୋଷଣା କରିଛନ୍ତି ।

ପୂର୍ବରୁ ସେପ୍ଟେମ୍ବର ୧ ତାରିଖରେ ରାଜ୍ୟରେ ଛୁଟି ଘୋଷଣା କରାଯାଇଥିବାବେଳେ । ଏବେ ନୂଆଁଖାଇ ପାଇଁ ସେପ୍ଟେମ୍ବର ୨ ରେ ବି ଛୁଟି ଘୋଷଣା କରାଯାଇଛି । ନୂଆଁଖାଇ ପାଇଁ ସମ୍ବଲପୁର ଓ ବରଗଡ଼ରେ ୨ ତାରିଖକୁ ଛୁଟି ଘୋଷଣା କରିଛନ୍ତି ସରକାର ।

Get real time updates directly on you device, subscribe now.