fbpx

ସୋଭିଏତ ରୁଷର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ଭାଚୋଭଙ୍କ ଦେହାନ୍ତ

ମୋସ୍କ: ସୋଭିଏତ ରୁଷର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ଭାଚୋଭଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ। ଏହା ସହିତ ସେ ରୁଷିଆର ସେଣ୍ଟ୍ରାଲ କ୍ଲିନକାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସିତ ହେଉଥିବା ସମୟରେ ହିଂ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ହସ୍ପିଟାଲ ପକ୍ଷରୁ ଏକ ରିପୋର୍ଟରେ ପ୍ରକାଶ ପାଇଛି।

ସୋଭିଏତ ୟୁନିୟନକୁ ଭାଗ ଭାଗ କରିବା ପାଇଁ ଯେଉଁ ଶୀତଳ ଯୁଦ୍ଧ ଲାଗିଥିଲା ତାହାକୁ ବିନା ରକ୍ତପାତରେ ସେ‌ ଶେଷ କରିଥିଲେ ବି ସୋଭିଏତ ରୁଷକୁ ଏକତ୍ର କରିବାରେ ବିଫଳ ହୋଇଥିଲେ।ତାଙ୍କର ଦେହାନ୍ତ ରେ ରୁଷିଆ ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗଭୀର ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

Get real time updates directly on you device, subscribe now.