fbpx

ଋତୁସ୍ରାବ ସମୟରେ ଗରମ ପାଣି ପିଇବା ଦ୍ୱାରା କଣ ଲାଭ ହୁଏ ଜାଣନ୍ତୁ

ଗରମ ହେଉ ବା ଥଣ୍ଡା , ପାଣି ସବୁବେଳେ ଶରୀରକୁ ସୁସ୍ଥ ରଖିଥାଏ । ପ୍ରଚୁର ପାଣି ପିଇବା ଦ୍ଵାରା ଶରୀର ଜଳଶୂନ୍ୟତା ବା ଡିହାଇଡ୍ରେସନ ଅବସ୍ଥାରୁ ମୁକ୍ତ ରହିଥାଏ । ଏଥି ସହିତ ତାହା କୋଷ୍ଠକାଠିନ୍ୟ ଓ ବୃକ୍‌କ ପଥୁରି ହେବାରୁ ମଧ୍ୟ ଦୂରେଇ ରଖିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତ । ତେବେ ବିଶେଷ କରି ଗରମ ଜଳ ପିଇବା ଆହୁରି ଶ୍ରେୟସ୍କର ବୋଲି ପରାମର୍ଶ କରାଯାଉଛି। ଶରୀରରୁ ବିଭିନ୍ନ ପ୍ରକାର ବିଷାକ୍ତ ପଦାର୍ଥ ଧୋଇ ନିଷ୍କାସନ କରିବା ପାଇଁ ଗରମ ଜଳ ଏକ ମାଧ୍ୟମ ଭାବେ କାମ କରିଥାଏ । ମୁଖ୍ୟତଃ ଗରମ ପାଣିର ବହୁତ ଉପକାରିତା ରହିଛି ମହିଳାମାନଙ୍କ ମାସିକ ଋତୁସ୍ରାବ ବେଳେ ମଧ୍ୟ ତଳିପେଟରେ ଉଷୁମ ପାଣି ସେକ ଦେଲେ ଯନ୍ତ୍ରଣା କମିଥାଏ । କେବଳ ଏତିକି ନୁହେଁ ଏହି ସମୟରେ ଗରାମପାଣି ପିଇଲେ ମଧ୍ୟ ଉପଶମ ମିଳି ଥାଏ।

ଏହାର କାରଣ :
ତେବେ ସ୍ଥଳ ବିଶେଷରେ ସକାଳେ ଉଷୁମ ଜଳ ପାନ କରିବା ଦ୍ବାରା ସ୍ବାସ୍ଥ୍ୟ ପାଇଁ ତାହା ଯାଦୁକରୀ ସ୍ପର୍ଶ ହୋଇଥାଏ । ସକାଳେ ଏହି ଗରମ ପାନୀୟ ଜଳ ସହିତ ଟିକେ ଲେମ୍ବୁ ରସ ମିଶାଇ ପାନ କଲେ ଭିଟାମିନ୍ ‘ ସି ’ ସ୍ତରକୁ ମଧ୍ୟ ବଢ଼ାଯାଇପାରିବ । ତେବେ ଉଷୁମ ପାଣି ପିଇବାର ଅନ୍ୟାନ୍ୟ ଉପକାରିତାଗୁଡ଼ିକ ହେଲା , ତାହା ଖାଦ୍ୟ ହଜମ କରିବାରେ ସହାୟକ ହେବା ସହ ତାହା ରକ୍ତ ସଂଚାଳନକୁ ସୁଗମ ମଧ୍ୟ କରିଥାଏ । ଯାହା ଫଳ ରେ ଶରୀରରେ ରକ୍ତ ସଞ୍ଚାଳନ ଭଲ ରେ ହୁଏ । ସେହିପରି ଶବ୍ଦ ଓ କାଶ ବେଳେ ଉଷୁମ ପାଣି ତଣ୍ଟିରେ ଜମିଥିବା କଫ ବା ମ୍ୟୁକସଗୁଡ଼ିକୁ ଛଡ଼ାଇ ଉପଶମ ଆଣିଥାଏ । ଋତୁସ୍ରାବ ସମୟରେ ଗରମ ପାଣି ଅନେକ ଆରମ୍ଭ ପ୍ରଦାନ କରିଥାଏ ଯାହା ପାଇଁ ଆପଣ ଏହାକୁ ଏକ ଜଡିବୁଟି ବୋଲି କହିପାରିବେ ।

Get real time updates directly on you device, subscribe now.