fbpx

ପୁଣି ଚର୍ଚ୍ଚାରେ Titanic:୧୧୦ ବର୍ଷ ପରେ ସାମ୍ନାକୁ ଆସିଲା ଏହି ଫଟୋ

ନୂଆଦିଲ୍ଲ: ୧୯୧୨ ମସିହାରେ ସମୁଦ୍ରରେ ବୁଡିଯାଇଥିବା ଜାହାଜ ଟାଇଟାନିକ୍ ସର୍ବଦା ଚର୍ଚ୍ଚାରେ ରହିଥାଏ । ତେବେ ଏହି ଜାହାଜ ଇଂଲଣ୍ଡରୁ ଆମେରିକା ଯାଉଥିବା ବେଳେ ଏହାର ଆନନ୍ଦ ନେଉଥିଲେ ସେଠାରେ ଉପସ୍ଥିତ ଥିବା ଅନେକ ଯାତ୍ରୀ । କିନ୍ତୁ କିଏ ଅବା ଜାଣିଥିଲା ହଠାତ୍ ସମୁଦ୍ର ମଝିରେ ଏମିତି ବୁଡିଯିବ ଜାହାଜ । ତେବେ ଏହି ଟାଇଟାନିକ୍ ସର୍ବଦା ଚର୍ଚ୍ଚାରେ ରହିଥିବା ବେଳେ ପୁଣି ତାର ଏକ ଫଟୋ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।

୧୧୦ ବର୍ଷ ପୂର୍ବେ ସମୁଦ୍ରରେ ବୁଡି ଯାଇଥିବା ଜାହାଜ ଟାଇଟାନିକ୍ ର କିଛି ଫଟୋ ସାମ୍ନାକୁ ଅସିୁଛ । ଯାହାକୁ ହାଇ ରେନୋଲ୍ୟୁସନ୍ ରେ ଉତ୍ତୋଳନ କରାଯାଇଛି । ତେବେ ଓସେନଗେଟ୍ ଏକ୍ସପେକ୍ଟସନ (oceanGate Expeditions) ନାମକ ଏକ କମ୍ପାନୀ ଏହି ଫଟୋକୁ ରିଲିଜ କରିଛି । ତେବେ ଏହି କମ୍ପାନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଟାଇଟାନିକ୍ ଏବଂ ଅନ୍ୟ ସାମୁଦ୍ରିକ ରହସ୍ୟ ବିଷୟରେ ଲୋକଙ୍କୁ ଜଣାଇବା । ତେବେ ଟାଇଟାନିକ୍ ର ଏହି ନୂତନ ଫଟୋ ସ୍ପଷ୍ଟ ଏବଂ ନୂଆ ଫିଚତ ସହିତ ସାମ୍ନାକୁ ଆସିଛି ।

ଟାଇଟାନିକ୍ ଦୁନିଆର ସବୁଠାରୁ ବଡ ବାଷ୍ପରେ ଚାଲୁଥିବା ଯାତ୍ରୀ ଜାହାଜ ଥିଲା । ଯିଏକି ୧୪ ଏପ୍ରିଲ ୧୯୧୨ ମସିହାରେ ଏକ ବରଫ ପାହାଡ ସହିତ ପିଟି ହୋଇ ସେଠାରେ ବୁଡି ଯାଇଥିଲା । ତେବେ ଏହି ଫଟୋ ଟାଇଟାନିକ୍ ବୁଡିବା ପରର ପ୍ରଥମ ଫଟୋ । ଯାହାକି ୧୧୦ ବର୍ଷ ପରେ ସାମ୍ନାକୁ ଆସିଛି । ୧୯୧୨ ମସିହାରେ ଏହି ଜାହାଜ ବୁଡିବା ପରେ ଏହା କେବେ ବି ସାମ୍ନାକୁ ଆସି ନଥିଲା ।

 

Get real time updates directly on you device, subscribe now.