fbpx
BSKY SKY
BSKY SKY

କଟକରେ ଚାଞ୍ଚଲ୍ୟ: ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା

BSKY

କଟକ: ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା । କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ଆତ୍ମହତ୍ୟା ।

ସୂଚନା ଅନୂଯାୟୀ, ବିଚାରପତି ଗତ ଦୁଇ ଦିନ ଧରି ଛୁଟିରେ ଥିଲେ । ଆଜି କାର୍ଯ୍ୟରେ ଯୋଗଦେବାର ସକାଳ ୧୦ ଟାରେ ଷ୍ଟେନୋଙ୍କୁ ଫୋନ୍ କରି ଆଜି ପୁଣି ଛୁଟି ନେଇଥିଲେ । ଆଉ ଏବେ ତାଙ୍କର ମୃତ୍ୟୁ ହୋଇଛି ।

ଘଟଣା ସଂପର୍କରେ ପୋଲିସ ଖବର ପାଇଁ ସିଡିଓ ସେକ୍ଟର-୯ ସ୍ଥିତ ସରକାରୀ ଘରେ ପହଞ୍ଚି, ବିଚାରପତିଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଯେଉଁଠାରେ ଡାକ୍ତର ତାଙ୍କୁ ମୃତୁ ଘୋଷଣା କରିଥିଲେ । ତେବେ ବିଚାରପତିଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ିନଥିବାବେଳେ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.