ତିସ୍ତା ସୀତଲୱାଡ଼ଙ୍କୁ ବଡ଼ ଆଶ୍ୱସ୍ତି, ସୁପ୍ରିମକୋର୍ଟ ଦେଲେ ଅନ୍ତରୀଣ ଜାମିନ୍

ଗୁଜରାଟ ଦଙ୍ଗା ମାମଲାରେ ଗିରଫ ହୋଇଥିବା ତିସ୍ତା ସୀତଲୱାଡ଼ଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ୍ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ତାଙ୍କର ରେଗୁଲାର ବେଲ୍ ଉପରେ ହାଇକୋର୍ଟ ନିଷ୍ପତ୍ତି ନେଇପାରିବେ । ବର୍ତ୍ତମାନ ପାଇଁ ତାଙ୍କୁ ଅନ୍ତରୀଣ ଜାମିନ୍ ମିଳିଛି । ଆଦେଶରେ କୋର୍ଟ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି ଯେ ତିସ୍ତାଙ୍କୁ ନିଜ ପାସପୋର୍ଟ ସରେଣ୍ଡର କରିବାକୁ ପଡ଼ିବ । ଯେପର୍ଯ୍ୟନ୍ତ ହାଇକୋର୍ଟ ତାଙ୍କର ରେଗୁଲାର ବେଲ୍ ମିଳିନାହିଁ । ସେ ଦେଶ ବାହାରକୁ ଯାଇପାରିବେ ନାହିଁ ।

କୋର୍ଟ ଉଭୟ ପକ୍ଷଙ୍କ ଦଲିଲ ଉପରେ ଶୁଣାଣି କରି ତିସ୍ତା ସୀତଲୱାଡ଼ଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ଗୁରୁବାର ଶୁଣାଣି କରି କୋର୍ଟ କହିଥିଲେ ଯେ ତିସ୍ତାଙ୍କ ଉପରେ ଏମିତି କୌଣସି ଧାରା ଲଗାଯାଇନାହିଁ, ଯେଉଁଥିରେ ତାଙ୍କୁ ଜାମିନ୍ ମିଳିବନି । ଆଉ ଶୁକ୍ରବାର ସୁପ୍ରିମକୋର୍ଟ ଜୋର୍ ଦେଇ କହିଥିଲେ ଯେ ତିସ୍ତାଙ୍କୁ ଅନ୍ତରୀଣ ଜାମିନ୍ ଦିଆଯାଇପାରିବ ।

ଉଲ୍ଲେଖଯୋଗ୍ୟ, ତିସ୍ତାଙ୍କ ଉପରେ ୨୦୦୨ ଗୁଜରାଟ ଦଙ୍ଗାକୁ ମାମଲାରେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫସାଇବା ପାଇଁ ଦସ୍ତାବେଜ୍ ପ୍ରସ୍ତୁତ କରିଥିବା ନେଇ ଅଭିଯୋଗ ରହିଛି । ତାଙ୍କ ବିରୋଧରେ ଅଭିଯୋଗ ରହିଛି ଯେ ସେ ପୂର୍ବ ଆଇପିଏସ ସଞ୍ଜୀବ ଭଟ୍ୟ ଏବଂ ପୂର୍ବ ଡିଜିପି ଆର.ବି.ଶ୍ରୀକୁମାରଙ୍କ ବିରୋଧରେ ମିଥ୍ୟା ଦସ୍ତାବେଜ୍ ପ୍ରସ୍ତୁତ କରିଥିଲେ ଏବଂ ଜାକିଆ ଜାଫ୍ରି ଜରିଆରେ କୋର୍ଟକୁ ଜାଲ୍ ଦସ୍ତାବିଜ୍ ଦେଇଥିବା ଅଭିଯୋଗ । ମାନବାଧିକାର କର୍ମୀ ତିସ୍ତା ସିତଲୱାଡ଼ ଏହି ମାମଲାରେ ଗୁଜରାଟ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।