fbpx

ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ ୧୨ ଘଣ୍ଟିଆ ମହାବନ୍ଦ ଡାକରା, ବନ୍ଦ ଡାକରାକୁ ପ୍ରତ୍ୟାଖାନ କଲେ ସମ୍ବଲପୁର ବାସିନ୍ଦା

ଭୁବନେଶ୍ୱର: ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବୀ କରି ଆଜି କୋଶଳ ସେନା ପକ୍ଷରୁ ୧୨ ଘଣ୍ଟିଆ ମହା ବନ୍ଦ ଡାକରା ଦିଆଯାଇଛି। କୋଶଳ ସେନାର ସଦସ୍ୟ ମାନେ ଝାରସୁଗୁଡା, ବଲାଙ୍ଗୀର, କଳାହାଣ୍ଡି ସହର ସମେତ ୧୨ ଟି ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନ ବନ୍ଦ ଡାକରାରେ ସାମିଲ ହୋଇଛନ୍ତି। ଏହି ସମୟରେ ଝାରସୁଗୁଡ଼ା ବାଇପାସ ଛକରେ ଟ୍ରକ ଓ ଗାଡି ଅଟକ ରଖି ନାରାବାଜି ଦେଉଥିଲେ। ପୋଲିସ ସମସ୍ତ ସ୍ଥାନରେ ପହଁଚି କୋଶଲ ସେନାର ୪୦ କର୍ମୀ ମାନକୁ ଗିରଫ କରଛି।

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୋଶଳ ମୁକ୍ତି ମୋର୍ଚ୍ଚା ଏବଂ କୋଶଲ ସେନା ର ଆହ୍ୱାନ କ୍ରମେ ଆଜି କଣ୍ଟାବାଞ୍ଜିରେ ଶାନ୍ତି ପୂର୍ଣ୍ଣ ଭାବେ ୧୨ ଘଣ୍ଟିଆ ବନ୍ଦ ପାଳନ ପ୍ରଭାବ ଦେଖାଦେଇଛି। ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ତହସିଲ ଅଫିସ, ସ୍କୁଲ,କଲେଜ ଏବଂ ବେସରକାରୀ କାର୍ଯ୍ୟାଳୟ ସମ୍ପୁର୍ଣ୍ଣ ବନ୍ଦ ଥିବା ନେଇ ଜଣାପଡିଛି। ଆଜି ସକାଳୁ ଓଡିଶା ସରକାର ବିରୋଧୀ ସ୍ଲୋଗାନରେ କଣ୍ଟାବାଞ୍ଜି ସହର କମ୍ପୁଥିବା ବେଳେ କୋଶଳ ସେନା ଓ କୋଶଳ ରାଏଜ୍ ମୁକ୍ତି ମୋର୍ଚା ପକ୍ଷରୁ ୧୨ ଘଣ୍ଟିଆ କୋଶଳ ମହା ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ବଲାଙ୍ଗିର ଜିଲ୍ଲା ସମେତ ପଶ୍ଚିମ ଓଡିଶାର ୧୨ ଟି ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନ ସମର୍ଥନ ଜଣାଇଛନ୍ତି ।

ଦୀର୍ଘ ବର୍ଷଧରି ପଶ୍ଚିମ ଓଡିଶା ତଥା କେବିକେ ଅଞ୍ଚଳକୁ ମିଶାଇ ସ୍ୱତନ୍ତ୍ର କୋଶଳ ରାଜ୍ୟ ମାନ୍ୟତା ଦାବି କରି ଆସୁଛି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା। ବିଭିନ୍ନ ସମୟରେ ଆନ୍ଦୋଳନ କରିବା ସହ ବନ୍ଦ ଡାକରା ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଠାରେ ଦାବି ଉପସ୍ଥାପନ କରିଆସୁଛି। କିନ୍ତୁ ସରକାର ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରୁନଥିବା କୁ ନେଇ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ଓ କୋଶଲ ସେନା ପକ୍ଷରୁ ୧୨ ଘଣ୍ଟିଆ କୋଶଲ ମହାବନ୍ଧ ଡାକରା ଦିଆଯାଇଛି। ଏହି ବନ୍ଧର ପ୍ରଭାବ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି।ଜିଲ୍ଲାର ସମସ୍ତ ବ୍ଳକରେ ଦୋକାନ ବଜାର ବନ୍ଦ ହେବା ସହ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି। ତେବେ ପଶ୍ଚିମ ଓଡିଶା ୧୨ ଘଣ୍ଟିଆ ମହାବନ୍ଦରେ ସାମିଲ ନାହିଁ ସମ୍ବଲପୁର ଜିଲ୍ଲା। କୋଶଳ ମହାବନ୍ଦକୁ ପ୍ରତ୍ୟାଖାନ କରିଛନ୍ତି ସମ୍ବଲପୁର ବାସିନ୍ଦା। ସମ୍ବଲପୁର ସହର ତଥା ଜିଲ୍ଲା ରେ ପ୍ରଭାବଶୁନ୍ୟ ରହିଛି କୋଶଳ ମହାବନ୍ଦର ପ୍ରଭାବ। ସମ୍ବଲପୁର ସହର ତଥା ଜିଲ୍ଲା ରେ ଦୋକାନ ବଜାର, ସ୍କୁଲ କଲେଜ, ଯାନବାହାନ ସବୁ ସଭାବିକ ଭାବରେ ଚଳାଚଳ କହିଛି।

କୋଶଳ ମହାବନ୍ଦ ଡାକରା ମାଧ୍ୟମରେ ସମ୍ବଲପୁରୀ ଭାଷା ସଂସ୍କୃତିକୁ ଅପମାନ ସହ ଭାଷାକୁ କୋଶଳିକରଣ କରାଯାଉଥିବାରୁ ଆଜି ପ୍ରତିବାଦ କରାଯାଇଛି। ସମ୍ବଲପୁରୀ ଭାଷାକୁ ଅନ୍ୟ ନାମରେ ନାମିତ କରାଯାଉଥିବା ଅଭିଯୋଗ ନେଇ ଆଜି ସବୁ ସାଧାରଣ ଜିବନଯାତ୍ରାକୁ ସ୍ୱଭାଭିକ କରି ଏହି ବନ୍ଦ କୁ ବିରୋଧ କରାଯାଇଛି। ଏଭଳି ସ୍ଥିତିରେ ସମ୍ବଲପୁର କୋଶଲ ମହାଵନ୍ଦ ପ୍ରତ୍ୟାଖାନ କରି ଆଜି ସକାଳୁ ଟ୍ରେନ ଚଳାଚଳ ସ୍ବଭାବିକ କରିଥିଲେ। ପରେ ସହରର ଦୋକାନ ବଜାର ଖୋଲିବା ପାଇ ଲୋକଙ୍କୁ କହିବା ବନ୍ଦକୁ ସର୍ମଥନ ନଜଣାଇବା ପାଇ ନିବେଦନ କରାଯାଇଥିଲା।

 

 

Get real time updates directly on you device, subscribe now.