fbpx

ପାଉଡି ଭୂୟାଁ ଜନଜାତି: ଜାଣନ୍ତୁ କିଛି ବିଶେଷ କଥା ଏହି ଜନଜାତି ବିଷୟରେ

ଭୁବନେଶ୍ୱର : ଆମ ରାଜ୍ୟରେ ବିଭିନ୍ନ ସମ୍ପ୍ରଦାୟ ର ଲୋକ ବସବାସ କରନ୍ତି । ଏହା ଭିତରେ ଏମିତି ଜନ ଜାତି ରହିଛନ୍ତି ଯାହାଙ୍କ ବିଷୟରେ ଖୁବ କମ ଲୋକଙ୍କୁ ଜଣା । ତେବେ ଭୂୟାଁ ଜନଜାତିର ଏକ ଗୋଷ୍ଠି ହେଉଛନ୍ତି ପାଉଡି ଭୂୟାଁ ଜନଜାତି । ମୁଖ୍ୟତଃ ବିହାର, ପଶ୍ଚିମବଙ୍ଗ ଓ ଆସାମରେ ପାଉଡି ଭୂୟାଁ ଜନଜାତି ବସବାସ କରିଥାନ୍ତି । ଓଡିଶାର ସୁନ୍ଦରଗଡ , ଅନୁଗୁଳ ଓ ଦେଓଗଡ ଜିଲ୍ଲାରେ ଏହି ଜନଜାତି ବାସ କରନ୍ତି । ସେମାନଙ୍କର ମୁଖ୍ୟ ପେଶା ହେଉଛି ଝାଡୁ ତିଆରି , ମ୍ୟାଟ୍ ତିଆରି , ଝୁଡି ପ୍ରସ୍ତୁତି , ଲିଚୁ ଚାଷ , ଟସର ଚାଷ ଇତ୍ୟାଦି । ସେମାନେ ସ୍ଥାନୀୟ ଓଡିଆ ଭାଷାରେ କଥାବାର୍ତ୍ତା କରିଥାନ୍ତି ।

ସେମାନେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ଶିକାର କରିବାକୁ ଭଲ ପାଆନ୍ତି । ଯୁବକମାନଙ୍କ ପାଇଁ ଗ୍ରାମର କେନ୍ଦ୍ର ଭାଗରେ ‘ ଦରବାର ଘର ’ ତିଆରି ହୋଇଥାଏ । ଏହି ସୁପ୍ରଶସ୍ତ ଶୟନାଗାରରେ ସେମାନେ କାନ୍ଥରେ ‘ ଚାଙ୍ଗୁ ’ ଝୁଲାଇ ରଖିଥାନ୍ତି ଓ ଅନ୍ୟ ଏକ କୋଣରେ ଶସ୍ୟ ରଖାଯାଇଥାଏ । ଗୋଟିଏ ଗ୍ରାମରେ ୫ରୁ ୨୦ଟି ପରିବାର ବାସ କରିଥାନ୍ତି । ପାଉଡି ଭୂୟାଁ ଜନଜାତି ସେମାନଙ୍କର ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିଥାନ୍ତି । ଘରର କାନ୍ଥ ଗୋବରରେ ଓ ନାଲି ମାଟିରେ ଲିପା ଯାଇଥାଏ । ପ୍ରତ୍ୟେକ ପରିବାରରେ କିଚେନ୍‌ ଗାର୍ଡେନ୍ ରହିଥାଏ ।

ଘରଗୁଡିକ ୩ ଭାଗରେ ବିଭକ୍ତ ହୋଇଥାଏ । ଆଭ୍ୟନ୍ତରୀଣ ଭାଗରେ ଶସ୍ୟାଗାର , ମଧ୍ୟଭାଗରେ ରୋଷେଇ ଓ ଶୟନ କକ୍ଷ ରହିଥାଏ । ପାଉଡି ଭୂୟାଁମାନେ ମୁଖ୍ୟତଃ ମାଟିର ପାତ୍ର , ତାଳପତ୍ର ଚଟେଇ ଓ ବାଉଁଶ ଝୁଡି ବ୍ୟବହାର କରିଥାନ୍ତି । ସେମାନେ ପୋଡ଼ୁଚାଷ କରିଥାନ୍ତି । ସେମାନଙ୍କର ପୋଡ଼ୁ ଚାଷର କ୍ଷେତ୍ରକୁ ‘ ବିରିଙ୍ଗା ’ କୁହାଯାଏ । ଆଉ ମଧ୍ୟ ସେମାନେ ଡାଲି ଓ ବାଜରା ଜାତୀୟ ଚାଷ କରିଥାନ୍ତି । ଅନାବାଦି ଜମିଗୁଡିକ ଗ୍ରାମର ଅଧୀନକୁ ଚାଲିଯାଏ । ପାଉଡି ଭୂୟାଁମାନେ ଗାଈ , ମଇଁଷି , ଛେଳି , ମେଣ୍ଢା , କୁକୁଡା ଆଦି ପଶୁ ପାଳନ କରିଥାନ୍ତି । ଦୈନନ୍ଦିନ ଆବଶ୍ୟକତା ପୂରଣ ନିମନ୍ତେ ସେମାନେ ତାଙ୍କ କୃଷି ଓ ଜଙ୍ଗଲଜାତ ଦ୍ରବ୍ୟକୁ ଅନ୍ୟମାନଙ୍କ ସହ ବଦଳ କରିଥାନ୍ତି । ପାଉଡି ଭୂୟାଁ ଜନଜାତି ମାନେ ଧରମ ଦେବତା ଓ ବାସୁକୀ ମାତାଙ୍କୁ ମହାନ ଦେବାଦେବୀ ଭାବେ ମାନିଥାନ୍ତି । ସେମାନେ ଆମ ନୂଆ , କାଠଯାତ୍ରା , ଅଖାନୀ , ପରିଧି ଓ ଆଷାଢ ପର୍ବ ଆଦି ପାଳନ କରିଥାନ୍ତି ।

Juang people - Wikipedia

ଆମ ଦେଶ ଆଉ ରାଜ୍ୟ ବର୍ତ୍ତମାନ ଯେଉଁ ଭଳି ଭାବେ ପରିବର୍ତ୍ତନ ହେଉଛି , ଯେଉଁ ଭଳି ନୂଆ ନୂଆ ଟେକ୍ନୋଲୋଜି ଆସୁଛି ସେ ସବୁରୁ ଏହି ଜନଜାତି ବହୁତ ଦୂରରେ । ତାଙ୍କ ପାଇଁ ସ୍ୱାଧୀନତା ଅର୍ଥ କଣ ? ବର୍ତ୍ତମାନ ସୁଦ୍ଧା ସେମାନେ ବଣ ଜଙ୍ଗଲରେ ରହୁଛନ୍ତି । ତାଙ୍କୁ ସରକାରୀ ସହାୟତା କହିଲେ ନା ବାସଗୃହ ମିଳୁଛି ନା ସ୍ୱାସ୍ଥ୍ୟ କାର୍ଡ କେବଳ ଦେଖିବାକୁ ଗଲେ ଏହି ଜନଜାତି ତାଙ୍କ ଉଦ୍ୟମ ତାଙ୍କ ଚେଷ୍ଟାରେ ଜୀବିତ ରହିଛନ୍ତି । ଏହାକୁ ଛାଡି ଦେଲେ ଆଉ ତାଙ୍କ ପାଇଁ ଜୀବନର ମୂଲ୍ୟ ଅବା କଣ ହୋିଥାଏ ପାରେ ତାଙ୍କ ଠାରୁ ଅଧିକ କାହାକୁ ବା ଜଣା । ତେବେ ଏହି ଭଳି ଜନଜାତିଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ହେଲେ ସରକାରଙ୍କୁ କିଛି ବଡ ପଦକ୍ଷେପ ନେବା ହେବ । ଯାହା ଫଳରେ ଏହି ଜନଜାତି ମାନଙ୍କୁ ତାଙ୍କର ହକ ଆଉ ଅଧିକାର ମିଳିପାରିବ ।

Get real time updates directly on you device, subscribe now.