fbpx

ମୃତ୍ୟୁକୁ ପରାସ୍ତ କରି ‘ଅମର’ ହେବ ମଣିଷ, ବୈଜ୍ଞାନିକ ମାନଙ୍କ ଦାବୀ: କଣ କହୁଛି ରିସର୍ଚ୍ଚ ?

ନୂଆଦିଲ୍ଲୀ : ମଣିଷ ସବୁଦିନ ପାଇଁ ଅମର ହୋଇପାରିବ କି ? ଏହା ହେଉଛି ଏକ ପ୍ରଶ୍ନ ଯାହାର ଉତ୍ତର ମନୁଷ୍ୟ ପ୍ରାଚୀନ କାଳରୁ ଖୋଜି ଆସୁଛି । କିନ୍ତୁ ସେ କେବେ ଏହାର ଉତ୍ତର ପାଇ ନଥିବା ବେଳେ ଏହାକୁ ନେଇ ଅନେକ ରିସର୍ଚ୍ଚ ମଧ୍ୟ ଚାଲିଛି । ତେବେ ମଣିଷ ଯେ ଅମର ହେବ ଏହାକୁ ସାଧାରଣ ଲୋକ ଅସମ୍ଭବ ବୋଲି କହୁଥିବା ବେଳେ ବୈଜ୍ଞାନିକମାନେ ଏହାକୁ ଚାଲେଞ୍ଜ କରିଛନ୍ତି । ତେବେ ନିକଟରେ ବୈଜ୍ଞାନିକମାନଙ୍କ ଦ୍ୱାରା ହୋଇଥିବା ଏକ ରିର୍ଚ୍ଚରୁ ଏହା ଜଣା ପଡିଛି ଯେ ମଣିଷର ଆଉ ବାର୍ଦ୍ଧକ୍ୟ ଅବସ୍ଥାକୁ ଆସିବ ନାହିଁ । ଅର୍ଥାତ୍ ସେ ସର୍ବଦା ଯୁବକ ହୋଇ ରହିବ । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ତେବେ ବର୍ତ୍ତମାନ ଆସନ୍ତୁ ଜାଣବା ଏନେଇ କଣ କହୁଛି ରିସର୍ଚ୍ଚ ।

ପ୍ରକୃତିକୁ ଚ୍ୟାଲେଞ୍ଜ: ଅଧିକାଂଶ ଧାର୍ମିକ ପୁସ୍ତକରେ ଏହା କୁହାଯାଇଛି ଯେ ମର୍ତ୍ତ୍ୟ ମଣ୍ଡଳେ ଦେହ ମହି ଦେବତା ହେଲେ ବି ମରଇ’ । ତେବେ ଏହାର ଅର୍ଥ ହେଉଛି ଯେଉଁମାନେ ଏହି ଧରା ପୃଷ୍ଟରେ ଜନ୍ମ ଗ୍ରହଣ କରିଛନ୍ତି ସେମାନଙ୍କ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ସ୍ପେନର ବ ବୈଜ୍ଞାନିକମାନେ ଏହି ଦାବିକୁ ଚ୍ୟାଲେଞ୍ଜ କରିବାକୁ ଯାଉଛନ୍ତି। ତେବେ ଏକ ସ୍ପେନୀୟ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଜେଲିଫିସ୍ ଉପରେ ଏକ ରିସର୍ଚ୍ଚ କରିଥିଲେ । ଯାହାର ଫଳାଫଳକୁ ଆଧାର କରି ସେମାନେ ଅମରତ୍ୱର ରହସ୍ୟ ହାସଲ କରିବାଠାରୁ ମାତ୍ର ଗୋଟିଏ ପାଦ ଦୂରରେ ବୋଲି ଦାବି କରିଛନ୍ତି ।

ନ୍ୟୁଜ୍ ଏଜେନ୍ସି ରଏଟର୍ସ ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପ୍ରୋସିଡିଙ୍ଗସ୍ ଅଫ୍ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସରେ ପ୍ରକାଶିତ ଅଧ୍ୟୟନ ରିପୋର୍ଟରେ ମାରିଆ ପାସ୍କୁଆଲ୍, ଭିକ୍ଟର କୁଏସଡା ଏବଂ ଓଭିଡୋ ୟୁନିଭରସିଟିର ଟିମ୍ ଟୁରିଟୋପସିସ୍ ର ଜେନେଟିକ୍ କ୍ରମକୁ ଅନୁଧ୍ୟାନ କରିଛନ୍ତି । ତେବେ ଜେଲିଫିସ୍ ଏକମାତ୍ର ପ୍ରଜାତି ଅଟେ ଯାହା ଗୋଟିଏ ଉପାୟରେ ଅମର ଅଟେ ।

ବୈଜ୍ଞାନିକମାନଙ୍କ ଦାବୀ:
ଏହି ଅଣୁଜୀବ ଅର୍ଥାତ ଜେଲିଫିସର ବୃଦ୍ଧା ଅବସ୍ଥାରୁ ପୂର୍ନବାର ଯୁବା ଅବସ୍ଥାକୁ ଫେରିବାର କ୍ଷମତା ଅଛି । ଅର୍ଥାତ୍ ଯେତେବେଳେ ଏହାର ଶରୀରରେ କୌଣସି କ୍ଷତି ହୁଏ, ଏହା ପୁନର୍ବାର ଯୁବକ ହୋଇଯାଏ । ଏହି ଉପାୟରେ ସେ ଯେତେ ଦିନ ଚାହେଁ ବଞ୍ଚିପାରିବେ । ଏହି ପ୍ରକାର ଅଧ୍ୟୟନକୁ Comparative Genomics of Mortal and Immortal Cnidarians Unveils Novel Keys Behind Rejuvenation କୁହାଯାଇଥାଏ । ତେବେ ଏହି ରିସର୍ଚ୍ଚ ମାଧ୍ୟମରେ ବୈଜ୍ଞାନିକମାନେ ବାର୍ଦ୍ଧକ୍ୟ ଜେଲିଫିସର ଜିନୋମକୁ କ୍ରମାନୁସାରେ ରଖି ଏହାର DNA ର ସଠିକ୍ ଅଂଶକୁ ପୃଥକ କରିବାରେ ସଫଳ ହୋଇଥିଲେ । ତେବେ , ଜେଲିଫିସ୍ ନିଜର ଏହି ଅଂଶକୁ ବ୍ୟବହାର କରି ଜୀବନକାଳ ହ୍ରାସ କରି ପୁନର୍ବାର ଯୁବକ ହୋଇଯାଇଥାଏ ।

କଣ କହୁଛି ରିସର୍ଚ୍ଚ: ତେବେ ବୈଜ୍ଞାନିକମାନଙ୍କର ଏକ ଟିମ୍, ଜେଲିଫିସର ଜେନେଟିକ୍ କ୍ରମକୁ ମ୍ୟାପିଙ୍ଗ୍ କରିବାବେଳେ ଏହା ମଧ୍ୟ ଜାଣିବାକୁ ପାଇଛନ୍ତି ଯେ ଜେଲିଫିସର ଜିନୋମରେ ଅନେକ ପ୍ରକାରର ପରିବର୍ତ୍ତନ ଅଛି ଯାହା ଏହାର DNA କପି କରିବାକୁ ଏବଂ ଏହାର କୋଷଗୁଡ଼ିକୁ ପୁନଃ ଗଠନ କରିବାକୁ ଅନୁମତି ଦେଇଥାଏ । କିନ୍ତୁ ମଣିଷର ବାର୍ଦ୍ଧକ୍ୟ ସହିତ ଟେଲୋମେୟର ଲମ୍ବ କମ ହୋଇଯାଏ ଏବଂ ଏହାଦ୍ୱାରା ମଣିଷ ଶରୀରର କୋଷଗୁଡ଼ିକ ନଷ୍ଟ ହେବାକୁ ଲାଗିଥାଏ । ଯାହାଫଳରେ ଏହାର ପୁନଃ ଗଠନ କରିବାର କ୍ଷମତା କମିଯାଏ ଏବଂ ଚର୍ମରେ ମଧ୍ୟ ଅନେକ ପରିବର୍ତ୍ତନ ଘଟେ ।

Get real time updates directly on you device, subscribe now.