fbpx

ଯୁବକଙ୍କର କାଟି ନେଲେ ଗୁପ୍ତାଙ୍ଗ: ଅଭିଯୋଗ ପରେ ୭ ବର୍ଷ ପାଇଁ ଭୋଗିବେ ଜେଲ

କେନ୍ଦୁଝର: ଯୁବକଙ୍କ ଗୁପ୍ତାଙ୍ଗ କାଟି ନେବା ଅଭିଯୋଗରେ ଜଣେ ମହିଳାଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । କେନ୍ଦୁଝର ଜିଲ୍ଲା ସିଜେଏମ କୋର୍ଟ ରଞ୍ଜୁଲତା ଲେଙ୍କା ନାମକ ଜଣେ ମହିଳାଙ୍କୁ ୭ ବର୍ଷ ପାଇଁ ଜେଲ ପଠାଇଛନ୍ତି । ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି ସିଜେଏମ କୋର୍ଟ ।

ସୂଚନା ଅନୁସାରେ, ହରିଚନ୍ଦନପୁର ଥାନା ଅନ୍ତର୍ଗତ ନୂଆଗାଁର ରାଉତା ପ୍ରତ୍ରଙ୍କ ସ୍ତ୍ରୀ କମଳା ପାତ୍ର ସେହି ଗାଁର ରାଜେନ୍ଦ୍ର ନାଏକଙ୍କୁ ଘରକୁ ଡାକି ମଦ ପିଆଇଥିଲେ । ତେବେ ରାଜେନ୍ଦ୍ରଙ୍କୁ ନିଶା ହେବା ପରେ ତାଙ୍କ ଗୁପ୍ତାଙ୍ଗକୁ କାଟି ନେଇଥିଲେ କମଳା । ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ହରିଚନ୍ଦନପୁର ଏବଂ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଏହାପରେ ଅବସ୍ଥା ସଙ୍କଯାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ଏ ନେଇ ତାନାରେ ଅଭିଯୋଗ କରିଥିଲେ ରାଜେନ୍ଦ୍ରଙ୍କ ବାପା । ଅଭିଯୋଗ ଅନୁସାରେ କମଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ହରିଚନ୍ଦନପୁର ଥାନା ପୋଲିସ । ଏହାପରେ ଆଜି ୧୭ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କମଳାକୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି । ତେବେ ଜରିମାନା ନ ଦେଇ ପାରିଲେ କମଳା ଅଧିକ ୬ ମାସ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡ ଭୋଗିବେ ବୋଲି ରାୟ ଶୁଣାଇଛନ୍ତି କେନ୍ଦୁଝର ସିଜେଏମ କୋର୍ଟ ।

Get real time updates directly on you device, subscribe now.