fbpx

ଏହି ଭାରତୀୟ ଅଭିନେତ୍ରୀଙ୍କ ପ୍ରେମରେ ପାକିସ୍ତାନ କ୍ରିକେଟର ନାସିମ୍ ଶାହା:ଟ୍ୱିଟରରେ କରିଲେ ଫଲୋ !

ନୂଆଦିଲ୍ଲୀ: ଆଜିକାଲି ଇଣ୍ଟରନେଟରେ ପ୍ରତ୍ୟେକ ଦିନ କିଛି ନା କିଛି କଥା ଭାଇଗାଲ ହେବାର ଏକ ଟ୍ରେଣ୍ଡ ଚାଲିଛି । ରାଜନେତା ଠାରୁଆରମ୍ଭ କରି ଅଭିନେତା ଏପରି ସାଧାତଣ ଜନତା ସମସ୍ତେ ବର୍ତ୍ତମାନ ଏହି ସୋସିଆଲ ମିଡିଆରେ ବ୍ୟସ୍ତ । ତେବେ ଏହାରି ମଧ୍ୟରେ ବର୍ତ୍ତମାନ ପାକିସ୍ତାନ କ୍ରିକେଟର ନାସିମ ଶାହା ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ରେ ରହିଛନ୍ତି । ସୋସିାଲ ମିଡିଆ ୟୁଜର୍ସମାନଙ୍କ କହିବା ଅନୁଯାଇ ପାକିସ୍ତାନୀ କ୍ରିକେଟର ନାସିମ ଶାହା ଜଣେ ଭାରତୀୟ ଅଭିନେତ୍ରୀଙ୍କ ପ୍ରମରେ ପଡିଛନ୍ତି । ଏଥି ସହିତ ଉଭୟ ବର୍ତ୍ତମାନ ସୋସିଆଲ ମିଡିଆରେ ପରସ୍ପରକୁ ଫଲୋ କରୁଛନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା କିଏ ସେହି ଭାରତୀୟ ଅଭିନେତ୍ରୀ ଯାହାଙ୍କ ପ୍ରେମରେ ପଡିଛନ୍ତି ପାକିସ୍ତାନ କ୍ରିକେଟର ନାସିମ ଶାହା ।

ପାକିସ୍ତାନୀ କ୍ରିକେଟର ନାସିମ ଶାହା ଏବଂ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଲଭ୍ ରିଲେସନକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି । ତେବେ ନିକଟରେ ଦୁବାଇରେ ହୋଇଥିବା ଏସିଆ କପରେ ପାକିସ୍ତାନ ସହ ଥିବା ଭାରତର ମ୍ୟାଚ୍ ଦେଖିବାକୁ ଅନେକ କଳାକାର ଯାଇଥିବା ବେଳଏ ସେଠାରେ ଅଭିନେତ୍ରୀ ଉର୍ବଶୀ ରୌତେଲା ମଧ୍ୟ ଉପସ୍ଥିତ ଥିଲେ । ତେବେ ଏହା ପରଠାରୁ ପାକିସ୍ତାନ କ୍ରିକେଟର ନାସିମ ସୋସିଆଲ ମିଡିଆରେ ଉର୍ବଶୀଙ୍କ ସହ ରହିଆସୁଛନ୍ତି ।

କିନ୍ତୁ ବର୍ତ୍ତମାନ ଉଭୟ ଇନଷ୍ଟାଗ୍ରାମରେ ପରସ୍ପରକୁ ଫଲୋ କରିବାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ମିଳିଥିବା ସୂଚନା ଅନୁଯାୟୀ ଯେତେବେଳେ ନାସିମ ଏବଂ ଉର୍ବଶୀଙ୍କ ନାଁକୁ ଯୋଡି ଚର୍ଚ୍ଚା ହେଉଥିଲା, ଏହି ପ୍ରଶ୍ନର ଉତ୍ତରରେ ନାସିମ ଏକ ସାକ୍ଷାତକାରରେ କହିଥିଲେ ଯେ ଉର୍ବଶୀ କିଏ, ସେ ଜାଣନ୍ତି ନାହିଁ । କିନ୍ତୁ ବର୍ତ୍ତମାନ ନାସିମଙ୍କ ଇନଷ୍ଟାଗ୍ରାମ ଫଲୋଅର ତାଲିକାରେ କିଛି ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଯେଉଁ ସ୍କ୍ରିନସଟ୍ କୁ ଅଧାର କରି ୟୁଜର୍ସମାନେ ବର୍ତ୍ତମାନ ଉଭୟଙ୍କୁ ଖୁବ୍ ଜୋରରେ ଟ୍ରୋଲ କରୁଛନ୍ତି । ପ୍ରକୃତରେ ଉର୍ବଶୀଙ୍କ ଭିଡିଓ ସେୟାର କରିବା ସହିତ ଏହି ଚର୍ଚ୍ଚା ଆରମ୍ଭ ହୋଇଛି । ୪ ସେପ୍ଟେମ୍ବରରେ ଉର୍ବଶୀ ଇଣ୍ଡୋ-ପାକ୍ ମ୍ୟାଚ୍ ଦେଖିବାକୁ ଯାଇଥିଲେ । ଏହାପରେ ଉର୍ବଶୀ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ନାସିମଙ୍କ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ନାସିମ ହସୁଥିବା ଦେଖିବାକୁ ମିଳିଥିଲା ।

ଯାହାକୁ ଦେଖି ଉର୍ବଶୀ ଟିକେ ଲାଜେଇ ଯାଇଥିଲେ । ତେବେ ଏହି ଭିଡିଓ ସେୟାର ହେବା ମାତ୍ରେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ମିମ ସବୁ ଦେଖିବାକୁ ମିଳିଥିଲା । ତେବେ ପୂର୍ବରୁ ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ସହ ଉର୍ବଶୀଙ୍କ ସମ୍ପର୍କ ଥିବା ଖବର ଆସିଥିଲା । କିନ୍ତୁ ଉଭୟଙ୍କ ମଧ୍ୟରେ କିଛି ମତଭେଦ ଥିବା ଯାହା ଖୁବ ଚର୍ଚ୍ଚା ହେଉଥିଲା । କିନ୍ତୁ ବର୍ତ୍ତମାନ ପାକିସ୍ତାନ କ୍ରିକେଟର ନାସିମଙ୍କ ସହ ଥିବା ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.