fbpx

କେବଳ କାଗଜରେ ଚାଲୁଥିଲେ ୩୩୯ ରାଜନୀତିକ ଦଳ: ନିର୍ବାଚନ ଆୟୋଗ ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ: କେବଳ କାଗଜରେ ଚାଲୁଥିବା ଚାଲୁଥିବା ରାଜନୀତିକ ପାର୍ଟୀ ଉପରେ ନିର୍ବାଚନ ଆୟୋଗ ଆକ୍ସନ ନେଇଛନ୍ତି । ଏଭଳି ୮୬ ରାଜନୀତିକ ପାର୍ଟୀଙ୍କୁ ନିର୍ବାଚନ ଆୟୋଗ ହଟାଇଛନ୍ତି । ନିର୍ବାଚନ ଆୟୋଗ ପଞ୍ଜିକୃତ କିନ୍ତୁ ଅଜ୍ଞାତ ଦଳର ସୂଚୀରୁ ୨୫୩ ନିଷ୍କ୍ରିୟ ହୋଇସାରିଥିବା ରାଜନୀତିକ ଦଳଙ୍କୁ ମଧ୍ୟ ହଟାଇସାରିଛନ୍ତି । ଏହି ଦଳଙ୍କ ନିର୍ବାଚନୀ ଚିହ୍ନ ମଧ୍ୟ ରଦ୍ଧ କରାଯାଇଛି ।

ଆୟୋଗ ୮୬ ଏଭଳି ଦଳଙ୍କର ମଧ୍ୟ ସୂଚୀରୁ ହଟାଇଛନ୍ତି, ଯାହାର କୌଣସି ଅସ୍ତିତ୍ୱ ନାହିଁ । ଏହି ଦଳମାନେ କୌଣସି ନିର୍ବାଚନ ଲଢ଼ିନାହାନ୍ତି କି ଏମାନଙ୍କର କୌଣସି ଠିକଣା ଅଛି । ଅୟୋଗ ଏମାନଙ୍କୁ ତାଲିକାରୁ ବାଦ୍ ଦେବା ସହ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରିଛନ୍ତି ।

ମୁଖ୍ୟ ନିର୍ବାଚନ ଆୟୋଗ ଭାବରେ ୨୫ ମେ ଠାରୁ ରାଜୀବ କୁମାର କାର୍ଯ୍ୟଭାର ସମ୍ଭାଳିବା ପରଠାରୁ ଏପର୍ଯ୍ୟନ୍ତ ରେକର୍ଡ ୫୩୭ ପଞ୍ଜିକୃତ କିନ୍ତୁ ଅଣ ମାନ୍ୟତା ପ୍ରାପ୍ତ ରାଜନୀତିକ ଦଳଙ୍କୁ ତାଲିକାରୁ ହଟାଇଦିଆଯାଇଛି । ତାଜା ସୂଚନା ଅନୂଯାୟୀ ଏବେ ଏହିକ୍ରମରେ (୨୫୩+୮୬) ଦଳଙ୍କୁ ତାଲିକାରୁ ହଟାଯାଇଛି ।

Get real time updates directly on you device, subscribe now.