୫୦,୦୦୦ ଟଙ୍କା ତଳକୁ ଖସିଲା ସୁନା ଦର: ଜାଣନ୍ତୁ ୧୦ ଗ୍ରାମ ପିଛା କେତେ ଅଛି ରେଟ୍

ନୂଆଦିଲ୍ଲୀ: ଦେଶରେ ପିତୃ ପକ୍ଷ ଦିନ ଚାଲିଛି ଏବଂ ଏହାରି ମଧ୍ୟରେ ସୁନା ଓ ରୂପା ଚାହିଦା ଯଥେଷ୍ଟ ହ୍ରାସ ପାଇଛି । ଏହା ବ୍ୟତୀତ ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଉଛି ଯାହା ଘରୋଇ ମୂଲ୍ୟ ଉପରେ ପ୍ରଭାବ ପକାଉଛି । ଆଜି ପୁଣି ସୁନା ଓ ରୂପା ଉପର ସ୍ତରରୁ ତଳକୁ ଖସିଛି ଏବଂ ସେଗୁଡ଼ିକର ମୂଲ୍ୟ ହ୍ରାସ ପାଇଛି ।

ଆଜି ଫ୍ୟୁଚର ବଜାରରେ, ଏମସିଏକ୍ସ ଉପରେ ସୁନା ହାର ୨୫୩ ଟଙ୍କା କିମ୍ବା ୦.୫୧ ପ୍ରତିଶତ ହ୍ରାସ ହୋଇ ୧୦ ଗ୍ରାମ ପିଛା ୪୯,୭୬୫ ଟଙ୍କା ହୋଇଛି । ଏଥି ସହିତ ରୂପା ମୂଲ୍ୟ ୨୨୭ ଟଙ୍କା କିମ୍ବା ୦.୪୦ ପ୍ରତିଶତ ହ୍ରାସ ହୋଇ କିଲୋଗ୍ରାମ ପିଛା ୫୬,୭୫୯ ଟଙ୍କା ହୋଇଛି ।

ଦେଶର ବିଭିନ୍ନ ରାଜ୍ୟର ଖୁଚୁରା ବଜାରରେ ଆଜି ସୁନା ଶସ୍ତା ହୋଇଛି । କୋଲକାତା ଏବଂ ହାଇଦ୍ରାବାଦ ସମେତ ଦିଲ୍ଲୀ, ମୁମ୍ବାଇ, ପାଟନା, ଚେନ୍ନାଇ, ଜୟପୁର, ଲଖନଉରେ ସୁନା ଦର ହ୍ରାସ ପାଇଛି । ବିଭିନ୍ନ ରାଜ୍ୟର ସୁନା ହାର ଏଠାରେ ଜାଣନ୍ତୁ-

ଦିଲ୍ଲୀରେ ସୁନା ମୂଲ୍ୟ :-
୨୨ କ୍ୟାରେଟ୍ ସୁନା ୨୦୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୪୬୩୫୦ ଟଙ୍କା ହୋଇଛି ।
୨୪ କ୍ୟାରେଟ ସୁନା ୨୨୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୫୦୫୬୦ ଟଙ୍କା ହୋଇଛି ।

ମୁମ୍ବାଇରେ ସୁନା ମୂଲ୍ୟ :-
୨୨ କ୍ୟାରେଟ ସୁନା ୨୦୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୪୬୨୦୦ ଟଙ୍କା ହୋଇଛି ।
୨୪ କ୍ୟାରେଟ୍ ସୁନା ୨୨୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୫୦୪୦୦ ଟଙ୍କା ହୋଇଛି ।

ଚେନ୍ନାଇରେ ସୁନା ଦର :-
୨୨ କ୍ୟାରେଟ୍ ସୁନା ୨୧୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୪୬୮୦୦ ଟଙ୍କା ହୋଇଛି ।
୨୪ କ୍ୟାରେଟ୍ ସୁନା ୨୩୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୫୧୦୫୦ ଟଙ୍କା ହୋଇଛି ।

କୋଲକାତାରେ ସୁନା ଦର :-
୨୨ କ୍ୟାରେଟ ସୁନା ୨୦୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୪୬୨୦୦ ଟଙ୍କା ହୋଇଛି ।
୨୪ କ୍ୟାରେଟ ସୁନା ୨୨୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୫୦୪୦୦ ଟଙ୍କା ହୋଇଛି ।