fbpx

(Video) କିଶୋର ମଟନ ଦୋକାନରେ ଚାଲିଲା ବୁଲଡୋଜର: ସିଲ୍ ପରେ ବି ଦୋକାନ ଖୋଲିବାରୁ ଆକ୍ସନ ନେଲା ବିଏମସି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ଦୂରଦର୍ଶନ କେନ୍ଦ୍ର ନିକଟସ୍ଥ କିଶୋର ଭାଇନା ମଟନ ଦୋକାନକୁ ଭାଙ୍ଗି ଦିଆଯାଇଛି । ସିଲ ପରେ ବି ଦୋକାନ ଖୋଲି ବେପାର କରିବାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏସସି) । ପୂର୍ବରୁ ହୋଟେଲକୁ ବିଏମସି ପକ୍ଷରୁ ସିଲ କରାଯାଇଥିଲେ ହେଁ ନିୟମ ନ ମାନିବା କିଶୋର ହୋଟେଲ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।

ଖରାପ ହାଇଜେନିକ କାରଣରୁ ଗତ ୧୪ ତାରିଖରେ କିଶୋର ମଟନ ଦୋକାନର ଖାଦ୍ୟ ପଞ୍ଜିକରଣ ବାତିଲ କରିଥିଲା ବିଏମସି । ବିଏମସିର ଖାଦ୍ୟ ସୁରକ୍ଷା ଟିମ୍ ହୋଟେଲରେ ପହଞ୍ଚି ଯାଞ୍ଚ କରିଥିଲେ । ତେବେ ହୋଟେଲରେ ଖାଇବା ରଙ୍ଗ, ଏକ୍ସପାୟାର୍ଡ ସସ, ନିମ୍ନମାନର ଷ୍ଟଲ କ୍ରାବ୍ ବ୍ୟବହାର କରାଯାଉଥିବା ବିଏମସି ନଜରକୁ ଆସିଥିଲା । ହୋଟେଲର ଖାଦ୍ୟ ପଞ୍ଜିକରଣ ବାତିଲ ସହିତ ଜରିମାନା ଲାଗୁ ହୋଇଥିବା ବିଏମସି ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଥିଲା ।

ତେବେ ହୋଟେଲ ସିଲ ହେବାର ପରଦିନ ଅର୍ଥାତ ୧୫ ତାରିଖରେ ହୋଟେଲରେ ପୂର୍ବଭଳି ବେପାର ଚାଲିବା ସହ ଲୋକଙ୍କର ଗହଳି ଚାଲିଥିଲା । ଏନେଇ ବିଭିନ୍ନ ମିଡ଼ିଆରେ ମଧ୍ୟ ଖବର ପ୍ରକାଶ ପାଇଥିଲା । ଖରାପ ଖାଦ୍ୟ ଓ ଅସ୍ୱଚ୍ଛତା କାରଣରୁ ପୂର୍ବ ରାତିରେ ବିଏମସି ପକ୍ଷରୁ ସିଲ ହୋଇଥିବା ହୋଟେଲ ପରଦିନ କିପରି ଖୋଲିଲା ତାହାକୁ ନେଇ ଜନସାଧାରଣରେ ପ୍ରଶ୍ନ ଉଠିଥିଲା । ହୋଟେଲ ସିଲ୍ କରିବା ଓ ଲାଇସେନ୍ସ ବାତିଲ କରିବା ନେଇ ବିଏମସି ପକ୍ଷରୁ କରାଯାଇଥିବା ଟ୍ୱିଟକୁ ନେଇ ଜନସାଧାରଣରେ ଚର୍ଚ୍ଚା ସୃଷ୍ଟି ହୋଇଥିଲା ।

Get real time updates directly on you device, subscribe now.