fbpx

ମାଗଣାରେ ମିଳିବ ନୂଆ ଘର: ଜାଣନ୍ତୁ କିପରି ଓ କେଉଁମାନେ ପାଇବେ ଏହି ସୁବିଧା

ଭୋପାଳ: ସରକାର ଏବେ ଲୋକମାନଙ୍କୁ ଦେବେ ମାଗଣା ଘର । ଘରୋଇ ଜମିରେ ନିର୍ମିତ ପୁରୁଣା ବହୁ ମହଲା କୋଠା ଭାଙ୍ଗିବା ପାଇଁ ପ୍ରୋତ୍ସାହନ ପାଇବେ ଜନତା । ପୁରୁଣା ଫ୍ଲାଟ ପରିବର୍ତ୍ତେ ଲୋକମାନଙ୍କୁ ନୂଆ ଫ୍ଲାଟ ଯୋଗାଇ ଦେବେ ସରକାର । ରିଡେଭଲପମେଣ୍ଟ ନୀତି ଅନୁସାରେ ଏହି ପରିବର୍ତ୍ତନ କରାଯାଇଛି । ତେବେ ଏହି ନିୟମ କେବଳ ମଧ୍ୟ ପ୍ରଦେଶର ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ କରାଯାଇଛି ।

ନଗରର ବିକାଶ ଏବଂ ଆବାସ ବିଭାଗ ତରଫରୁ ନିର୍ମାଣ ହୋଇଛି ରିଡେଭଲପମେଣ୍ଟ ପଲିସି । ତେବେ କ୍ୟାବିନେଟର ମଞ୍ଜୁରୀ ପରେ ଏହି ନିୟମ ଲାଗୁ କରାଯିବ । ଏଥିରେ ୩୦ରୁ ଅଧିକ ପୁରୁଣା ଆବାସିକ କମ୍ପେ୍ଲକ୍ସ ଭଙ୍ଗାଯାଇ ନୂଆ ଘର ନିର୍ମାଣ କରିବା ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ସହରୀ ସଂସ୍ଥାଗୁଡିକ ଦ୍ୱାରା ଜରାଜୀର୍ଣ୍ଣ ବୋଲି ଘୋଷଣା ହୋଇଥିବା ଅଟ୍ଟାଳିକାଗୁଡିକ ମଧ୍ୟ ଏହାର ଅନ୍ତର୍ଭୁକ୍ତ ହୋଇ ପାରିବ । ସରକାରଙ୍କ ଏହି ନିୟମ ଅନୁସାରେ, ଜମିର ମୂଲ୍ୟ ବୃଦ୍ଧି ପାଉଥିବା ସ୍ଥାନଗୁଡିକରେ ନୂଆ ଫ୍ଲାଟ ମାଗଣା କିମ୍ବା ସାଧାରଣ ପ୍ରିମିୟମରେ ପ୍ରଦାନ କରାଯିବ । ତେବେ ବର୍ତ୍ତମାନ କେବଳ ସରକାରୀ ଜମି ପାଇଁ ଏହି ପୁନନିର୍ମାଣ ନୀତି ପ୍ରସ୍ତୁତ କରାଯାଇଛି ।

ପୁରୁଣା ମଲ୍ଟିଷ୍ଟୋରୀ ବିଲ୍ଡିଂ ସ୍ଥାନରେ ନୂଆ ଘର ନିର୍ମାଣ ପାଇଁ ଫ୍ଲୋର ଏରିଆ ରେସିଓ ଏବଂ ଗ୍ରାଉଣ୍ଡ କଭରେଜର ପ୍ରୋତ୍ସାହନ ଦିଆଯିବ । ଏଥିପାଇଁ ଭୂମି ବିକାଶ ନିୟମ ଏବଂ ମାଷ୍ଟର ପ୍ଲାନରେ ପରିବର୍ତ୍ତନ କରାଯାଇଛି । ଏଣିକି ବର୍ତ୍ତମାନର ଏଫଆଇଆର ଅପେକ୍ଷା ୦.୫୦ ଏବଂ ବ୍ୟବସାୟିକ ବିଲ୍ଡିଂ ପାଇଁ ୦.୭୫ ଏଫଆଇଆର ଅଧିକ ଦିଆଯିବ । ଏହାର ଗ୍ରାଉଣ୍ଡ କଭରେଜ ମଧ୍ୟ ୩୦%ରୁ ୪୦%କୁ ବୃଦ୍ଧି କରାଯାଇଛି ।

Get real time updates directly on you device, subscribe now.