fbpx

କରୋନା ପରି ଚଳିତ ବର୍ଷ ଆସିପାରେ ଆଉ ଏକ ମାରାତ୍ମକ ଭାଇରସ୍: ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ: କରୋନାର ଭୟାବହତା ବିଶ୍ୱବାସୀଙ୍କ ମନରୁ ନ ଲିଭୁଣୁ ପୁଣି ମାଡ଼ିଆସୁଛି ଆଉ ଏକ ବିପଦ । ଏହି ଭାଇରସ ସାରା ବିଶ୍ୱରେ ଭୟଙ୍କର ତାଣ୍ଡବ ରଚିବ । ବୁଲଗେରିଆର ବିଶ୍ୱବିଖ୍ୟାତ ଭବିଷ୍ୟବକ୍ତା ବାବା ଭେଙ୍ଗା ୨୦୨୨ ବର୍ଷ ପାଇଁ ପୂର୍ବରୁ ଅନେକ ଭବିଷ୍ୟବାଣୀ କରିଥିବା ବେଳେ ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨ଟି ସତ୍ୟ ସାବିତ ହୋଇସାରିଛି । ତେବେ ବାବାଙ୍କ ଭବିଷ୍ୟତବାଣୀ ଯଦି ସତ ହୋଇଯାଏ, ସେନେଇ ଏବେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି ।

ଗଣମାଧ୍ୟମ ରିପୋର୍ଟ ମୁତାବକ, ୨୦୨୨ରେ ଏକ ଭୟଙ୍କର ଭାଇରସ ଆସିବ ବୋଲି ବାବା ଭେଙ୍ଗା ଭବିଷ୍ୟବାଣୀ କରିଥିଲେ । ଉକ୍ତ ଘାତକ ଭାଇରସ ସାଇବେରିଆରୁ ସୃଷ୍ଟି ହେବ । ବର୍ତ୍ତମାନ ଉକ୍ତ ଭାଇରସ ଏକତ୍ର ହୋଇ ରହିଥିବା ବେଳେ ଜଳବାୟୁ ପରିବର୍ତ୍ତନ କାରଣରୁ ବରଫ ତରଳିବା ସହ ଭାଇରସ୍ ସାରା ବିଶ୍ୱକୁ ବ୍ୟାପିଯିବ । ଏହି ଭାଇରସର ପ୍ରକୋପ ସାରା ବିଶ୍ୱକୁ ଗ୍ରାସ କରିବ ଓ ଲୋକଙ୍କର ପରିସ୍ଥିତି ଖରାପ ହୋଇଯିବ ।

ବର୍ତ୍ତମାନ ସୁଦ୍ଧା ବାବା ଭେଙ୍ଗା ୫୦୭୯ଟି ଭବିଷ୍ୟବାଣୀ କରିସାରିଥିବା ବେଳେ ସେଥିରୁ ୨୦୨୨ ବର୍ଷ ପାଇଁ ୬ଟି ରହିଥିଲା । ଏସିଆର ବିଭିନ୍ନ ଦେଶ ଓ ଅଷ୍ଟ୍ରେଲିଆରେ ଭୟଙ୍କର ବନ୍ୟା ଆସିବ ବୋଲି ସେ ଭବିଷ୍ୟବାଣୀ କରିଥିଲେ, ଯାହାକି ସତ ହୋଇଥିଲା । ଏଥିସହିତ ୟୁରୋପ କିଛି ଅଞ୍ଚଳ ଶୁଷ୍କ ହୋଇଯିବା, ୨୦୨୨ରେ ଏଲିଅନ୍ସଙ୍କ ହମଲା ସହ ପ୍ରାକୃତିକ ବିପତ୍ତି ଆସିବ ବୋଲି ସେ ଭବିଷ୍ୟବାଣୀ କରିଥିଲେ ।

ବାବା ଭେଙ୍ଗା ୧୯୧୧ରେ ବୁଲଗେରିଆରେ ଜନ୍ମଗ୍ରହଣ କରିଥିବା ବେଳେ ମାତ୍ର ୧୨ ବର୍ଷ ବୟସରେ ତାଙ୍କର ଦୃଷ୍ଟିଶକ୍ତି ଚାଲିଯାଇଥିଲା । ବର୍ତ୍ତମାନ ସୁଦ୍ଧା ତାଙ୍କର ୮୫ ପ୍ରତିଶତ ଭବିଷ୍ୟବାଣୀ ସତ ହୋଇସାରିଛି । ୧୯୬୬ରେ ବାବାଙ୍କର ସ୍ତନ କର୍କଟରେ ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.