fbpx

ରାଜଧାନୀରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ: ନାଇଜେରିଆରୁ ଫେରିଥିଲେ ସଂକ୍ରମିତ ମହିଳା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ଚିହ୍ନଟ ହୋଇଛନ୍ତି ଆଉ ଜଣେ ମଙ୍କିପକ୍ସ ସଂକ୍ରମିତ । ନାଇଜେରିଆରୁ ଫେରି ଜଣେ ମହିଳା ମଙ୍କିପକ୍ସରେ ଆକ୍ରାନ୍ତ ହୋଇଛନ୍ତି । ଚିହ୍ନଟ ପରେ ତାଙ୍କୁ ଏଲଏନଜିପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ସଂକ୍ରମିତଙ୍କ ସହ ଦେଶରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଏହାବ୍ୟତୀତ ଜଣେ ସନ୍ଦିଗ୍ଧ ଆକ୍ରାନ୍ତଙ୍କ ମଧ୍ୟ ଏହି ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି ଦିଲ୍ଲୀ ସରକାର ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ଜାନୁୟାରୀ ୧ ତାରିଖରୁ ସେପ୍ଟେମ୍ବର ୧୪ ତାରିଖ ମଧ୍ୟରେ ମୋଟ ୧୦୩ ଦେଶରୁ ମଙ୍କିପକ୍ସ ସଂକ୍ରମଣ କେସ ସାମନାକୁ ଆସିଛି । ଏହାବ୍ୟତୀତ ଏପର୍ଯ୍ୟନ୍ତ ୫୯,୧୪୭ ଜଣ ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇଛନ୍ତି । ତେବେ ଏହି ରୋଗରେ ମୋଟ ୨୨ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଗତ ସପ୍ତାହରେ ବିଶ୍ୱରେ ୪,୮୬୩ ସଂକ୍ରମଣ ଚିହ୍ନଟ ହୋଇଥିଲା । କିନ୍ତୁ ଅଗଷ୍ଟ ୨୯ ତାରିଖରୁ ସେପ୍ଟେମ୍ବର ୪ ତାରିଖ ମଧ୍ୟରେ ଏହି ସଂଖ୍ୟା ୫,୦୨୬ କେସ ଆସିଥିଲା । ତେବେ ଏମାନଙ୍କ ମଧ୍ୟରେ ସବୁଠୁ ଅଧିକ ୭୫.୪% କେସ ଆଫ୍ରିକୀୟ ଦେଶରୁ ଚିହ୍ନଟ ହୋଇଥିବା ବେଳେ ୨୩.୬% ୟୁରୋପୀୟ ଦେଶରୁ ଚିହ୍ନଟ ହୋଇଛି ।

ସେପଟେ ବ୍ରିଟେନରେ ମଙ୍କିପକ୍ସର ଏକ ନୂଆ ଷ୍ଟ୍ରେନ ଚିହ୍ନଟ କରାଯାଇଛି । ଏ ନେି ବ୍ରିଟେନ ସ୍ୱାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି । ଦକ୍ଷିଣ ଆଫ୍ରିକାରୁ ଆସିତିବା ଜଣେ ବ୍ୟକ୍ତି ମଙ୍କିପକ୍ସ ଚିହ୍ନଟ ହୋଇଥିଲେ । କିନ୍ତୁ ତାଙ୍କ ଜିନୋମ ସିକ୍ୱେନ୍ସରେ ବର୍ତ୍ତମାନର ଭାରିଆଣ୍ଟ ମିଳିନଥିଲା । ଏହାପରେ ସଂକ୍ରମିତଙ୍କୁ ରୋୟଲ ଲିଭରପୁଲ ୟୁନିଭର୍ସିଟି ହସ୍ପିଟାଳରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.