fbpx

କୂଳରେ ଲାଗିଲା ଆହତ ଡଲଫିନ: ଉଦ୍ଧାର ପରେ ଗଭୀର ସମୁଦ୍ରରେ ଛାଡି ଆସିଲେ ମତ୍ସଜୀବୀ

କୋଣାର୍କ: କୋଣାର୍କ ଚନ୍ଦ୍ରଭାଗାର ସମୁଦ୍ର କୂଳରେ ଆସି ଲାଗିଛି ଏକ ଡଲଫିନ୍ । ମହାନତା ଦେଖାଇ ମତ୍ସଜୀବୀମାନେ ଡଲଫିନକୁ ଉଦ୍ଧାର କରିବା ପରେ ଗଭୀର ସମୁଦ୍ରରେ ଛାଡିଛନ୍ତି । ଟ୍ରଲର ମାଡରେ ଡଲଫିନଟି ଆହତ ହୋଇଥିବା ଅନୁମାନ କରାଯାଉଛି । ତେବେ ସକାଳୁ ସକାଳୁ ଏମିତି ଏକ ଘଟଣା ଦେକିବାକୁ ମିଳିଛି ସାମୁଦ୍ରିକ ଥାନା ଅନ୍ତର୍ଗତ ତେଲୁଗୁ ବସ୍ତି ପାଖରେ ।

ଆଜି ଭୋର ସମୟରେ ମତ୍ସ୍ୟଜୀବୀମାନେ ଡଲଫିନକୁ ଆହତ ଅବସ୍ଥାରେ କୂଳରେ ପଡିଥିବାର ଦେଖିଥିଲେ । ଏହାପରେ ଆହତ ଡଲଫିନକୁ ଉଦ୍ଧାର କରିବା ସହ ପୁଣି ନେଇ ଗଭୀର ସମୁଦ୍ର ମଧ୍ୟରେ ଛାଡି ଦେଇଛନ୍ତି । ତେବେ ଡ଼ଲଫିନିଟି ଟ୍ରଲର ମାଡରେ ଆହତ ହୋଇ କୂଳରେ ଲାଗିଥିବା ଅନୁମାନ କରାଯାଉଛି । ତେବେ ଡଲଫିନକୁ ଦେଖିବା ପାଇଁ ପର୍ଯ୍ୟଟକ ମାନଙ୍କ ମଧ୍ୟରେ ନାହଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା ।

ଅନ୍ୟ ପକ୍ଷରେ କୁହାଯାଉଛି ଯେ, ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ପକ୍ଷରୁ ପେଟ୍ରୋଲିଂ କରାଯାଉ ନଥିବାରୁ ସମୁଦ୍ରରେ ନିସିଦ୍ଧ ଥିବା ଅଞ୍ଚଳରେ ଏବେ ବି ଅବାଧରେ ଟ୍ରଲର ମାନ ସବୁ ଯାତାୟତ କରୁଛି । ଯେଉଁଥିପାଇଁ ଏଭଳି ଘଟଣା ବାରମ୍ବାର ଘଟୁଥିବା ଦେଖିବାକୁ ମିଳୁଛି । ଏଥିପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଦିକାରୀଙ୍କୁ ଦାବି କରାଯାଇଛି ।

Get real time updates directly on you device, subscribe now.