fbpx

ଅନୁଭବଙ୍କ ଟ୍ୱିଟର ଆଟାକ: ସୋସିଆଲ ମିଡିଆରେ ପତ୍ନୀ ବର୍ଷାଙ୍କୁ ମାରିଲେ ପ୍ରଶ୍ନବାଣ

କଟକ: କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । ଫ୍ୟାମିଲି କୋର୍ଟ ବାରଣ କରିବା ପରେ ମଧ୍ୟ ସୋସିଆଲ ମିଡିଆରେ ଆକ୍ଟିଭ ରହିଛନ୍ତି ସାଂସଦ ଅନୁଭବ । ଯାହାକୁ ନେଇ ପୁଣି ଆରମ୍ଭ ହୋଇଛି ଚର୍ଚ୍ଚା । କେବଳ ଆକ୍ଟିଭ ରହଛନ୍ତି ତା ନୁହେଁ, ପତ୍ନୀ ବର୍ଷା ଏବଂ ତାଙ୍କ ଭଉଣୀଙ୍କୁ ଟାର୍ଗେଟ କରି ମାରିଛନ୍ତି ତେରେଛା ବାଣ । ଟ୍ୱିଟରରେ ଉଭୟଙ୍କୁ ପ୍ରଶ୍ନ ପଚାରିଛନ୍ତି ଅନୁଭବ ମହାନ୍ତି ।

କୋର୍ଟରେ ଓଲିଉଡ କପଲ ଅନୁଭବ-ବର୍ଷାଙ୍କ ପାରବାରିକ ବିବାଦକୁ ନେଇ କୌଣସି ଶୁଣାଣି ହୋଇ ନାହିିଁ । ତେବେ ଉଭୟଙ୍କୁ ସୋସିଆଲ ମିଡିଆରୁ ଦୂରେଇ ରହିବା ପାଇଁ ବାରଣ କରିଛନ୍ତି ଫ୍ୟାମିଲି କୋର୍ଟ । କିନ୍ତୁ ଏହାକୁ ଅବମାନନା କରି ଟ୍ୱିଟରରେ ଆକ୍ଟିଭ ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି । ଟ୍ୱିଟ କରି ପତ୍ନୀ ବର୍ଷା ଏବଂ ତାଙ୍କ ଭଉଣୀଙ୍କୁ ସେ କରିଛନ୍ତି ଆଟାକ । ଭାଇରାଲ ହେଉଥିବା ଅଡିଓକୁ ନେଇ ଅନୁଭବ ଉଭୟଙ୍କୁ ପ୍ରଶ୍ନ କରିଛନ୍ତି । ପ୍ରକୃତ ସତ ଏବଂ ମିଛ କ’ଣ ବୋଲି ପ୍ରଶ୍ନ କରିଛନ୍ତି ସୁପରଷ୍ଟାର । ଅଡିଓରେ ଥିବା ଭଏସ କାହାର ସ୍ପଷ୍ଟ କରିବାକୁ ସେ ପ୍ରଶ୍ନ କରିଛନ୍ତି ।

ଅନୁଭବ ଟ୍ୱିଟରେ ଲେଖିଛନ୍ତି ଯେ, ବିଶେଷ କରି ଫିଲ୍ମ ଏବଂ ରାଜନୀତି କ୍ଷେତ୍ରରୁ ମୋତେ ବିଭିନ୍ନ ପ୍ରଶ୍ନ ଆସୁଛି ବୋଲି କହିଛନ୍ତି ଅନୁଭବ । ତେବେ ଆପଣଙ୍କୁ ଆଘାତ ଦେବା କିମ୍ବା ପ୍ରତିଛବି ମଳିନ କରିବା ମୋର ଉଦ୍ଦେଶ୍ୟ ନୁହେଁ । ମୁଁ ଆପଣଙ୍କୁ ସମ୍ମାନ କରେ, ମାତ୍ର ଟ୍ୱିଟ କରି ପ୍ରଶ୍ନ କରିବା ପାଇଁ ବାଧ୍ୟ ହେଉଛି । କିନ୍ତୁ ଅନେକ ଥର ନିର୍ଯାତିତ ଓ ଅପମାନିତ ହେବା ପରେ ଟ୍ୱିଟ କରୁଛି ବୋଲି ଲେଖିଛନ୍ତି ଅନୁଭବ ମହାନ୍ତି । ମୋ ସହ ମୋ ପରିବାର ମଧ୍ୟ ଶରୀରିକ ଏବଂ ମାନସିକ ଭାବେ ଆଘାତ ପାଉଛନ୍ତି । ତେବେ ଏହା ଏକ ବନ୍ଧୁତ୍ୱପୂର୍ଣ୍ଣ ଟ୍ୱିଟ, କୌଣସି ଅପରାଧ ନୁହେଁ ବୋଲି ଅନୁଭବ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.