fbpx

ମୋଦୀଙ୍କ ନାମରେ ଭୋଜନ ଥାଳି;ଜନ୍ମ ଦିନରେ ମିଳିବ ୫୬ ଇଞ୍ଚ୍‌ ମୋଦୀ ଜୀ ଥାଳି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ ତାରିଖ ତାଙ୍କର ଜନ୍ମ ଦିନ ପାଳନ କରିବାକୁ ଯାଉଛନ୍ତି। ଏହି ଅବସରେ ବିଭିନ୍ନ ବନ୍ଦୋବସ୍ତ ମଧ୍ୟ କରାଯାଉଛି। ତେବେ ଏହି ସବୁ ଭିତରେ ବାଦ ପଡି ନାହିଁ ଦିଲ୍ଲୀର ଗୋଟାଏ ରେସ୍ତୋରାଁ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଅବସରରେ ଦିଲ୍ଲୀର ଗୋଟାଏ ରେସ୍ତୋରାଁ ମୋଦୀଙ୍କ ନାଁ’ରେ ଏକ ‘ଥାଳି’ର ଶୁଭାରମ୍ଭ କରିବ।

ଦିଲ୍ଲୀର କନ୍ନଟ୍‌ ପ୍ଲେସ୍‌ରେ ଅବସ୍ଥିତ ଉକ୍ତ ‘ଅର୍‌ଡୋର୍‌ ୨.୧’ ନାମକ ଉକ୍ତ ରେସ୍ତୋରାଁ ଏହି ବଡ଼ ଆକାରର ଥାଳିରେ ୫୬ ପ୍ରକାର ବ୍ୟଞ୍ଜନ ପରିବେଶଷଣ କରିବ। ତେଣୁ ସେ ଏହି ଥାଳିର ନାମ ୫୬ ଇଞ୍ଚ୍‌ ମୋଦୀ ଜୀ ଥାଳି ବୋଲି ରଖିଛନ୍ତି । ଯେଉଁଭଳି ଆଜାଦୀ କା ଅମୃତ ମହୋତ୍ସବ ସମୟରେ ଖାଦ୍ୟରେ ମଧ୍ୟ ତ୍ରିରଙ୍ଗା ଦେଖିବାକୁ ମିଳିଥିଲା ଠିକ ସେହି ପରି ମୋଦୀ ଙ୍କ ଜନ୍ମ ଦିନରେ ଗ୍ରାହକମାନଙ୍କ ପସନ୍ଦ ଅନୁସାରେ ଏଥିରେ ନିରାମିଷ ଓ ଆମିଷ ଭୋଜନ ରହିବ। ରେସ୍ତୋରାଁର ମାଲିକ ସୁମିତ କଲାରା ଗଣମାଧ୍ୟମକୁ କହିଛନ୍ତି, ମୋଦୀଜୀଙ୍କ ପ୍ରତି ମୋର ଅଗାଧ ସମ୍ମାନ। ସେ ଆମ ଦେଶର ଗୌରବ। ତାଙ୍କ ଜନ୍ମଦିନରେ କିଛି ଗୋଟାଏ ଅଭିନବ ଉପହାର ଦେବାକୁ ମନସ୍ଥ କରି ଆମେ ଏପରି ବିରାଟ ଥାଳି ଶୁଭାରମ୍ଭ କରିବା ପାଇଁ ସ୍ଥିର କରିଛୁ। ଆମେ ଏହାର ନାଁ ଦେଇଛୁ ୫୬ ଇଞ୍ଚ୍‌ ମୋଦୀ ଜୀ ଥାଳି। ଆମେ ତାଙ୍କୁ ଏହି ‘ଥାଳି’ ପରିବେଷଣ କରିବାକୁ ଆଗ୍ରହୀ। ଆମର ଇଚ୍ଛା, ସେ ଏଠାକୁ ଆସି ଖାଆନ୍ତୁ। କିନ୍ତୁ, ସୁରକ୍ଷା ଦୃଷ୍ଟିରୁ ଆମେ ତାହା କରି ପାରୁ ନାହୁଁ। ତେଣୁ, ତାଙ୍କୁ ଖୁବ୍‌ ଶ୍ରଦ୍ଧା କରୁଥିବା ପ୍ରସଂଶକମାନଙ୍କ ଲାଗି ଆମେ ଏ ଥାଳି ପ୍ରସ୍ତୁତି କରୁଛୁ। ମାଲିକ ସୁମିତ କଲାରା କହିଛନ୍ତି, ଏ ଥାଳି ସଙ୍ଗରେ ଆମେ କିଛି ପୁରସ୍କାର ବି ରଖିଛୁ। ଯଦି ପତିପତ୍ନୀଙ୍କ ମଧ୍ୟରୁ କେହି ୪୦ ମିନିଟ୍‌ରେ ଏ ଥାଳି ଶେଷ କରି ଦେବେ ତାଙ୍କୁ ୮.୫ ଲକ୍ଷ ଟଙ୍କା ପୁରସ୍କାର ମିଳିବ। ଏହାଛଡ଼ା, ସେପ୍ଟେମ୍ବର ୧୭ରୁ ୨୬ ମଧ୍ୟରେ ଆମ ରେସ୍ତୋରାଁକୁ ଆସି ଏହି ଥାଳି ଭୋଜନ କରିଥିବା ବ୍ୟକ୍ତିମାନଙ୍କ ପାଇଁ ଲଟେରି ରହିଛି। ଭାଗ୍ୟବାନ ବିଜେତା ଅଥବା ଦମ୍ପତିଙ୍କୁ କେଦାରନାଥ ଯାତ୍ରାରେ ନିଆଯିବ।

Get real time updates directly on you device, subscribe now.