fbpx

(Video) ମେଡିକାଲ କଲେଜରେ ଚାକିରି କରାଇବା ପାଇଁ ଲାଞ୍ଚ! ଭିଡିଓ ହେଲା ଭାଇରାଲ…

ଚାକିରି ପାଇଁ ଚାଲିଛି ଡିଲ୍ । ୩୦ ହଜାର ଟଙ୍କା ଦିଅ ଚାକିରି ନିଅ । ଆମର ହେଉଛି ନିର୍ମଳ ଯୋଜନା  । ଦରମା ୮ ହଜାର ନୁହେଁ ଏଠି ପାଇବ ୧୪ ହଜାର ପାଇବ । ଏଭଳି କିଛି ଡିଲ୍ କରୁଛନ୍ତି ଏହି ବ୍ୟକ୍ତି ଜଣକ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଖୁଲମଖୁଲା ଚାଲିଛି ଚାକିରି କରାଇବା ନାରେ ହିସାବ କିତାବ । ଏକଥା କହୁଥିବା ଏହି ବାବୁ ଜଣଙ୍କ ହେଉଛନ୍ତି, ଜଣେ ମେଡିକାଲ କଲେଜର କର୍ମଚାରୀ ।

ଭିଡିଓରେ ଦେଖାଯାଉଛି ବ୍ୟକ୍ତି ଜଣକ କିପରି କର୍ମଚାରୀଙ୍କୁ ଚାକିରି କରାଇଦେବା ନାଁରେ ଟଙ୍କା ମାଗୁଛନ୍ତି । ଆହୁରି ପୁଣି ଖୋଲି ଚାଲିଛନ୍ତି ସବୁ ଗୁମର । ଚାକିରି ନାଁରେ ଟଙ୍କା ଆସିଲେ ଏହି ଟଙ୍କା ଜିଲ୍ଲାପାଳଙ୍କ ନିକଟକୁ ପ୍ରଥମେ ଯିବ ଆଉ ତା’ପରେ ଭାଗ ହେବ । ଏହି ଦୃଶ୍ୟ ହେଉଛି, ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ । ବାଲେଶ୍ୱର ମେଡିକାଲ କଲେଜରେ ଚାକିରି କରାଇବା ପାଇଁ ହେଉଛି ଡିଲ୍ । ଚାକିରି କରାଇଦେବେ ବୋଲି  ୩୦ ହଜାର ଟଙ୍କା ମାଗୁଛନ୍ତି ଆଟେଣ୍ଡାଣ୍ଟ ପୋଷ୍ଟରେ ଥିବା ଜଣେ କର୍ମଚାରୀ । ତେବେ ଏଠାରେ ଏଥିରେ ଚାକିରୀ ଆଶାୟୀ ଜଣଙ୍କ ଏହାର ଏକ ଭିଡିଓ ପ୍ରସ୍ତୁତ କରୁଥିବା ଅନୁମାନ କରାଯାଉଛି । ଯାହାକି ଏବେ ଭାଇରାଲ ହେଉଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.