fbpx

୫୦ଟଙ୍କାରେ କରୁଥିଲେ ଷ୍ଟାଣ୍ଡ ଅପ କମେଡି ଆଉ ପେଟ ପୋଷିବା ପାଇଁ ଚଳାଉ ଥିଲେ ଅଟୋ; କିଛି ଏପରି ଥିଲା ରାଜୁ ଶ୍ରୀବାସ୍ତବ ଜୀବନ ଯାତ୍ରା

ନୂଆଦିଲ୍ଲୀ:ଜୀବନରେ ସବୁ ଠାରୁ ବଡ କଷ୍ଟକର କାର୍ଯ୍ୟ ହେଉଛି କାହାକୁ ହସେଇବା । ଖୁସି କରେଇବା । କାହା ମୁହଁରେ ହସ ଫୁଟାଇବା । ତେବେ ଆପଣ ଜାଣନ୍ତି ଏହି ହସାଇବାକୁ କିଛି ଲୋକ ପେସା ମାଧ୍ୟମରେ ମଧ୍ୟ ନେଇ ଥାଆନ୍ତି । ଆଉ ସେ ଜୀବନ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଲୋକଙ୍କୁ କେବଳ ହସେଇବାକୁ ହିଁ ଚାହାନ୍ତି । ତେବେ ଆଜି ଏହି ଭଳି ଏକ ବ୍ୟକ୍ତି ବିଶେଷଙ୍କର ଦେହାନ୍ତ ହୋଇ ଯାଇଛି । ଆଉ ତାଙ୍କୁ ସାରା ଦେଶରେ ଲୋକେ କମେଡି କିଙ୍ଗ ଭାବରେ ଜାଣନ୍ତି । ନାମ ହେଉଛି ରାଜୁ ଶ୍ରୀବାସ୍ତବ । ଷ୍ଟାଣ୍ଡ ଅପ କମେଡିୟାନ ଭାବେ ନିଜର ଯାତ୍ରା ଆରମ୍ଭ କରିଥିବା ରାଜୁ ପ୍ରାରମ୍ଭିକ ଜୀବନରେ ଅନେକ ସମସ୍ୟା ଦେଇ ଗତି କରିଥିଲେ । କାହିଁ କେତେ ବାଧାବିଘ୍ନକୁ ଏଡାଇ ସେ ସମାଜରେ ତାଙ୍କର ଏକ ପରିଚୟ ସୃଷ୍ଟି କରିପାରିଥିଲେ । ଲୋକଙ୍କୁ ହସେଇବା ପାଇଁ କାହିଁ କେତେ ଲୋକଙ୍କ ନିର୍ଜାତନା, ପରିହାସ ସହିଛନ୍ତି କେବଳ ସେ ନିଜେ ହିଁ ଜାଣିଛନ୍ତି । କିନ୍ତୁ ସଫଳତା ପାଇବା ପରେ ମଧ୍ୟ ଜଣେ ସାଧାରଣ ବ୍ୟକ୍ତ ଭାବେ ନିଜକୁ ସ୍ଥିର ରଖି ଆସିଥିଲେ ରାଜୁ ।

ଉତ୍ତରପ୍ରଦେଶର କାନପୁର ଠାରେ ୧୯୬୩ରେ ଜନ୍ମ ଗ୍ରହଣ କରିଥିଲେ ରାଜୁୂ ।ଆଜି ତାଙ୍କର ଦେହାନ୍ତରେ ସାରା ବଲିଉଡ ଜଗତରେ ଯେପରି ହସର ସ୍ୱର ଉଡିଯାଇ ଦୁଃଖର କଳାବାଦଲ ଛାଇଯାଇଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ତାଙ୍କର ପିତା ଜଣେ ପ୍ରସିଦ୍ଧ ହିନ୍ଦୀ ଲେଖକ ଥିଲେ । ସେ ପିଲାବେଳୁ କଳାକାର ମାନଙ୍କର ନକଲ କରୁଥିଲେ । ତେବେ ଏହି କଳାକୁ କେବଳ ତାଙ୍କର ପ୍ରଧାନଶିକ୍ଷକ ପ୍ରଶଂସା କରୁଥିବା ବେଳେ ଅନ୍ୟ ସମସ୍ତେ ତାଙ୍କର ଏହି କଳାକୁ ନେଇ ତାଙ୍କର ମଜାକ ଉଡାନ୍ତି ।

ନିଜର ସ୍ୱପ୍ନକୁ ପୂରା କରିବା ପାଇଁ ତାଙ୍କୁ ୨୦ ବର୍ଷ ଲାଗିଗଲା । ଆଉ ସେ ଏହି ଯାତ୍ରା ଆରମ୍ଭ କରିବା ବେଳେ ଅଟୋଚଳାଇ ନିଜର ପେଟ ପୋଷୁଥିଲେ । ରାଜୁଙ୍କୁ ପରିଚୟ ଦେଲା ଦ ଗ୍ରେଟ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ । କିନ୍ତୁ ଏହା ପୂର୍ବରୁ ସେ ପେଟ ପୋଷିବା ପାଇଁ ସ୍ଥାନେ ସ୍ଥାନେ ଷ୍ଟାଣ୍ଡ ଅପ କମେଡି କରୁଥିଲେ । ଆଉ ତାଙ୍କୁୂ ଏଥି ପାଇଁ ମାତ୍ର ୫୦ ଟଙ୍କା ମିଳୁଥିଲା । ଏହା ପରେ ସେ ବଲିଉଡରେ ମଧ୍ୟ ଛୋଟ ଛୋଟ ଚରିତୟରେ ନଜର ଆସିଲେ । ଏହା ପରେ ସେ ବହୁ ଟିଭି ସୋ ମଧ୍ୟ କରିଲେ । ନିରନ୍ତର ପ୍ରଚେଷ୍ଟା ତାଙ୍କୁ ବିଶ୍ୱ ଦରବାରେ ପରିଚିତ କରାଇଲା ।

ସେ ସବୁ ବେଳେ ଗୋଟିଏ କଥା କହୁଥିଲେ, ‘ମୁସକୁରାତେ ରହୋ:ଯେତେବେଳେ ଦୁଃଖ ଲାଗୁଛି ବାହାରକୁ ଦେଖ ତୁମ ଠାରୁ ଆହୁରି ଦୁଃଖ ଅବସ୍ଥାରେ କେହି ନା କେହି ନିଶ୍ଚୟ ଥିବେ, ଆଉ ଆପଣ ଜାଣି ପାରିବେ ଆପଣ କେତେ ଭଲରେ ଅଛନ୍ତି ।

ଆଜି ଏହି କମେଡି ବାଦଶାହା ଆମ ଭିତରେ ଆଉ ନାହାନ୍ତି । କିଛି ଦିନ ହେବ ହୃଦରୋଗରେ ପୀଡିତ ହୋଇ ସେ ଏମ୍ସରେ ମେଡିକାରେ ଭର୍ତ୍ତି ହୋଇଥିଲେ । ସ୍ୱାସ୍ଥ୍ୟଅବସ୍ଥା ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତରିତ କରାଯାଇଥିଲା । ଆଉ ଆଜି ସେ ସବୁ ଦିନ ପାଇଁ ଆଖି ବୁଜି ଦେଇନ୍ତି । ଏହି ଖବର ପ୍ରକାଶ ପାଇବା ପରେ ସବୁ ଠାରେ ଶୋକର ଛାୟା ଖେଳିଯାଇଛି । ଏତେ ସଙ୍ଘର୍ଷ କରି ନିଜର ପରିଚୟ ସୃଷ୍ଟି କରିଥିବା ଏହି ବ୍ୟକ୍ତ ଜଣଙ୍କ ବହୁୂଲୋକଙ୍କ ଦୁଃଖ ସମୟରେ ହସାଇଛି କିନ୍ତୁ ଆଜି ତାଙ୍କ ପରିବାର ଆଖିରେ ଲୁହ ଦେଇ ଆରପାରିକୁ ଚାଲିଯାଇଛନ୍ତି ଶ୍ରୀବାସ୍ତବ ।

Get real time updates directly on you device, subscribe now.