fbpx

(Video) ସ୍ୱାସ୍ଥ୍ୟ ପରୀକ୍ଷାରେ ବିଳମ୍ୱ ହେବାରୁ ଡାକ୍ତରଙ୍କୁ ଚପଲରେ ମାଡ଼: ବ୍ୟବସାୟୀ ଅଟକ

ସମ୍ବଲପୁର: ଆଜିକାଲି ଲୋକଙ୍କ ଭିତରେ ଧୈର୍ଯ୍ୟ ବୋଲି ଜିନିଷ ନଥିବା ଦେଖିବାକୁ ମିଳିଛି । ମନ୍ଦିର ହେଉ ବା ଡାକ୍ତରଖାନା, ସବୁଠାରେ ସେମାନେ ନିଜର ଦବଦବା ବନାଇ କାମ ଶୀଘ୍ର ସାରିବାକୁ ପ୍ରୟାସ କରନ୍ତି । କାମରେ ବିଳମ୍ବ ହେଲେ ସେମାନେ ମାଡ଼ ମାରିବାକୁ ମଧ୍ୟ ପଛାନ୍ତି ନାହିଁ । ସେହିପରି ଏକ ଘଟଣାର ଭିଡିଓ ଏବେ ଭାଇରାଲ ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବ୍ୟବସାୟୀ ଡାକ୍ତରଙ୍କୁ ଚପଲରେ ମାଡ଼ ମାରୁଥିବା ଦେଖିବାକୁ ମିଳିଛି ।

ତେବେ ଏହି ଘଟଣାଟି ସମ୍ବଲପୁରରେ ଘଟିଥିବା ଜଣାପଡିଛି । ଏକ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଜଣେ ଡାକ୍ତରଙ୍କୁ ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ନଟବର ବାଙ୍କା ମାଡ ମାରିଥିବା ଅଭିଯୋଗ ହୋଇଛି । ନଟବର ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା ପାଇଁ ସେଠାକୁ ଯାଇଥିଲେ । ସେହି ସମୟରେ ସ୍ୱାସ୍ଥ୍ୟ ପରୀକ୍ଷାରେ ବିଳମ୍ବ ହେବାରୁ ସେଠାରେ ଥିବା ରେଡିଓଗ୍ରାଫର ଡକ୍ଟର ଚିଦାନନ୍ଦ ମିଶ୍ରଙ୍କୁ ଚପଲ ଉଠାଇ ମାଡ ମାରିବା ସହ ଅନ୍ୟ ମହିଳା କର୍ମଚାରୀଙ୍କୁ ମଧ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ସିସିଟିଭିରେ ରେକର୍ଡ ହୋଇଛି । ସେପଟରେ ଏହି ଘଟଣାକୁ ନେଇ ଟାଉନଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ନଟବର ବାଙ୍କାଙ୍କୁ ଅଟକ ରଖି ପଚରା ଉଚୁରା କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.