fbpx

ଓଡ଼ିଶା ସିଭିଲ ସର୍ଭିସ୍-୨୦୨୧ ପ୍ରିଲିମ ପାଇଁ ଘୋଷଣା ହେଲା ତାରିଖ: ଜାଣନ୍ତୁ କେବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସିଭିଲ ସର୍ଭିସ-୨୦୨୧ ପ୍ରିଲିମ ପରୀକ୍ଷା ପାଇଁ ଆଜି ତାରିଖ ଘୋଷଣା ହୋଇଛି । ଅକ୍ଟୋବର ୧୬ରେ ପ୍ରିଲିମ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି ଓପିଏସସି । ଅକ୍ଟୋବର ୧୬ ତାରିଖ ରବିବାର ଦିନ ହେବ ପ୍ରିଲିମ୍ ପରୀକ୍ଷା । ରାଜ୍ୟର ୫ଟି ଜୋନରେ ପରୀକ୍ଷା କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ତେବେ ୧୬ ତାରିଖରେ ୨ଟି ସିଟିଂରେ ପରୀକ୍ଷା କରାଯିବ ନେଇ ଘୋଷଣା ହୋଇଛି । ସକାଳ ୧୦ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଜେନେରାଲ ଷ୍ଟଡିଜ୍ ପେପର ୧ ପାଇଁ ପରୀକ୍ଷା ହେବ । ସେହିପରି ଦିନ ୧ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ଜେନେରାଲ ଷ୍ଟଡିଜ୍ ପେପର-୨ ପରୀକ୍ଷା ହେବ । ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କୁ ୪୦ ମିନିଟ୍ ଅତିରିକ୍ତ ସମୟ ମିଳିବ ।

Get real time updates directly on you device, subscribe now.