fbpx

ବୟସ ୨୨ ବର୍ଷ, ନାହିଁ ସ୍ଥାୟୀ ଚାକିରୀ: ସପ୍ତାହକୁ ରୋଜଗାର ୯୦ ହଜାର !

ନୂଆଦିଲ୍ଲୀ: ପ୍ରତ୍ୟେକ ମଣିଷ ତାର ଜୀବନରେ ସଫଳତା ପାଇବା ପାଇଁ ଏବଂ ଭଲ ରୋଜଗାର କରି ଖୁସିରେ ରହିବା ପାଇଁ ଚେଷ୍ଟା କରିଥାଏ । ଏଥିପାଇଁ ସେ ଚାକିରୀ କରିଥାଏ । ଯାହା ଦ୍ୱାରା ସେ ତା ଜୀବନକୁ ଖୁସିରେ ଅତିବାହିତ କରିପାରିବ । ତେବେ ଭବିଷତ୍ୟର ସୁରକ୍ଷାକୁ ଦୃଷ୍ଟିରେ ରଖି ଅନେକ ଲୋକେ ଏକ ସ୍ଥାୟୀ ଚାକିରୀ ଖୋଜିଥାନ୍ତି । କିନ୍ତୁ ଏହାରି ମଧ୍ୟରେ ଜଣେ ଯୁବତୀ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । କାରଣ ସେ ମାତ୍ର ୨୨ ବର୍ଷ ବୟସରେ କୌଣସି ସ୍ଥାୟୀ ଚାକିରି ନ କରି ମଧ୍ୟ ସପ୍ତାହକୁ ୯୦ ହଜାର ଟଙ୍କା ରୋଜଗାର କରୁଛନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଯୁବତୀଙ୍କ ବିଷୟରେ ଯିଏକି ସପ୍ତାହକୁ ୯୦ ହଜାର ଟଙ୍କା ରୋଜଗାର କରୁଛନ୍ତି ।

ତେବେ ଏହି ୨୨ ବର୍ଷ ଯୁବତୀଙ୍କ ନାମ ହେଉଛି ଅଟଲାଣ୍ଟା ମାର୍ଟିନ୍ (Atlanta Martin)। ଯାହାଙ୍କ ନିକଟରେ ଏକ ସ୍ଥାୟୀ ଚାକିରୀ ନାହିଁ । କିନ୍ତୁ ସେ ପ୍ରତ୍ୟେକ ସପ୍ତାହରେ ୯୦ ହଜାର ଅର୍ଥାତ ମାସକୁ ୩ ଲକ୍ଷ ୬୦ ହଜାର ଟଙ୍କା ହସି ଖେଳି ରୋଜଗାର କରୁଛନ୍ତି । ତେବେ ମାର୍ଟିନ ଗୋଟିଏ ଜାଗାରେ ଚାକିରୀ କରିବା ବଦଳରେ ୩ ଟି ଅଲଗା ଅଲଗା ଟଲେିଭରି ଆପରେ ପାର୍ଟଟାଇମ୍ ଭାବରେ କାମ କରନ୍ତି । ତେବେ ସେ ସେହି ଆପରେ ଘରକୁ ଘର ଜିନିଷ ପହଞ୍ଚାଇଥାନ୍ତି ଏବଂ ଏହି କାମକୁ ସେ ଖୁବ୍ ଚତୁରତାର ସହ କରିଥାନ୍ତି ।

ଲାଡବିବଲେ (LadBible) ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯୟୀ ମାର୍ଟିନ୍ ପ୍ରଥମେ ଫ୍ଲାଇଟ ଡିସ୍ପେଚର ଭାବରେ କାର୍ଯ୍ୟକରୁଥିଲେ । କିନ୍ତୁ ସେ ସେହି ଚାକିରି ଛାଡି ଏହି ଡେଲିଭରି ଆପରେ କାର୍ଯ୍ୟ କରିବାକୁ ନିଷ୍ପତି ନେଲେ ଏବଂ ବର୍ତ୍ତମାନ ସେ ସପ୍ତାହକୁ ୯୦ ହଜାର ଟଙ୍କା ରୋଗଜଗାର କରୁଛନ୍ତି । ତେବେ ମାର୍ଟିନଙ୍କୁ ତାଙ୍କର ଏହି କାମରେ ତାଙ୍କ ବୟଫ୍ରେଣ୍ଡ ଏବଂ ତାଙ୍କ ଡ୍ରାଇଭର ମଧ୍ୟ ସହାଯ୍ୟ କରନ୍ତି ।

Get real time updates directly on you device, subscribe now.