fbpx

ରାଜୁ ଶ୍ରୀବାସ୍ତବଙ୍କ ଶେଷ ଇନଷ୍ଟାଗ୍ରାମ Video: ମେଡିକାଲରେ ଆଡମିଟ୍ ହେବା ପୂର୍ବର ପୋଷ୍ଟ ଏବେ ଭାଇରାଲ

ମୁମ୍ବାଇ: କମେଡିଆନ୍ ରାଜୁ ଶ୍ରୀବାସ୍ତବ ଏକ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ଦିଲ୍ଲୀ ଏମ୍ସରେ ଜୀବନ ଯୁଦ୍ଧରେ ଲଢ଼ି ଲଢ଼ି ଶେଷରେ ହାରିଯାଇଛନ୍ତି । ୫୮ ବର୍ଷ ବୟସରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏମ୍ସର ଡାକ୍ତରମାନେ ଲଗାତାର ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆଣିବାକୁ ପ୍ରୟାସ କରିଥିଲେ, କିନ୍ତୁ କିଛି ସୁଫଳ ମିଳିନଥିଲା । ସମଗ୍ର ଦେଶ ତାଙ୍କ ବିୟୋଗକୁ ନେଇ ଶୋକରେ ବୁଡ଼ିଯାଇଛି । ସୋସିଆଲ ମିଡିଆରେ ସମସ୍ତେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳୀ ଦେଉଛନ୍ତି । ଅନେକ ବଡ଼ ବଡ଼ ନେତା ତାଙ୍କ ବିୟୋଗରେ ଶୋକପ୍ରକାଶ କରୁଛନ୍ତି । ତେବେ ରାଜୁ ଶ୍ରୀବାସ୍ତବଙ୍କୁ ଅଗଷ୍ଟ ୧୦ରେ ହାର୍ଟ ଆଟାକ୍ ଆସିଥିଲା ଓ ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଅଗଷ୍ଟ ୯ରେ ରାଜୁ ଶ୍ରୀବାସ୍ତବ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ ।

ଯଦି ଆପଣ ରାଜୁ ଶ୍ରୀବାସ୍ତବଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଚେକ୍ କରିବେ, ତେବେ ସେ ନିଜର ଶେଷ ଭିଡିଓ ମେଡିକାଲରେ ଆଡମିଟ ହେବାର ଗୋଟିଏ ଦିନ ପୂର୍ବରୁ ପୋଷ୍ଟ କରିଥିବା ଦେଖିବାକୁ ପାଇବେ । କାହିଁକି ନା ତାଙ୍କୁ ୧୦ ଅଗଷ୍ଟରେ ହାର୍ଟ ଆଟାକ୍ ଆସିଥିଲା ଓ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏହି ଇନଷ୍ଟାଗ୍ରାମ ଭିଡିଓରେ ରାଜୁ କରୋନାରୁ ବଞ୍ଚିବାର ସନ୍ଦେଶକୁ ନେଇ ବଲିଉଡର ଫେମସ୍ କଳାକାରମାନଙ୍କର ନକଲ କରୁଥିବା ଦେଖିବାକୁ ମିଳିଛି । ସେ ଭିଡିଓ ପୋଷ୍ଟ କରି କ୍ୟାପସନରେ ଲେଖିଥିଲେ ଯେ, ‘କରୋନା କଲରଟ୍ୟୁନ୍ ମନେ ଅଛି #RajuSrivastav Latest Comedy’ । ସେ ନିଜ ଭିଡିଓକୁ ୟୁଟ୍ୟୁବରେ ମଧ୍ୟ ପୋଷ୍ଟ କରୁଥିଲେ ।

କମେଡିଆନ୍ ରାଜୁ ଶ୍ରୀବାସ୍ତବ ଭିଡିଓରେ କରୋନାରୁ ବର୍ତ୍ତିବା ସନ୍ଦେଶ ଅମିତାଭ ବଚ୍ଚନଙ୍କ ବଦଳରେ ଅଭିନେତା ଶଶି କପୁର ଓ ବିନୋଦ ଖନ୍ନାଙ୍କ ନକଲ କରିଥିଲେ । ଏହି ଭିଡିଓରେ ସେ ଅତି ଅଦ୍ଭୁତ ଭାବରେ ସେମାନଙ୍କର ନକଲ କରିଥିଲେ । କିନ୍ତୁ ଏହି ଭିଡିଓ ପୋଷ୍ଟ କରିବାର ଗୋଟିଏ ଦିନ ପରେ ରାଜୁଙ୍କୁ ହାର୍ଟ ଆଟାକ୍ ଆସିଥିଲା ଓ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ରାଜୁଙ୍କ ମସ୍ତିଷ୍କ କାମ କରିବା ବନ୍ଦ କରିଦେଇଥିଲା ଓ ତାଙ୍କୁ ଲଗାତାର ଲାଇଫ୍ ସପୋର୍ଟରେ ରଖାଯାଇଥିଲା । କିଛି ଦିନ ପୂର୍ବରୁ ରାଜୁଙ୍କ ହାତ-ଗୋଡରେ ମୁଭମେଣ୍ଟ ଦେଖିବାକୁ ମିଳିଥିଲା, କିନ୍ତୁ ଶେଷରେ ସେ ଜୀବନ ଯୁଦ୍ଧରେ ହାରିଗଲେ ।

Get real time updates directly on you device, subscribe now.