fbpx

Lumpy Virus: ସଂକ୍ରମିତ ଗାଈର କ୍ଷୀର ପିଇଲେ କ’ଣ କ୍ଷତି ହେବ, ଜାଣନ୍ତୁ ବିଶେଷଜ୍ଞଙ୍କ ମତାମତ

ନୂଆଦିଲ୍ଲୀ: ଲମ୍ପି ଭାଇରସ ବ୍ୟାପିବା କାରଣରୁ ବର୍ତ୍ତମାନ ଦେଶର ଅନେକ ରାଜ୍ୟରେ ଦୁଧ ବ୍ୟବସାୟ ବାଧାପ୍ରାପ୍ତ ହୋଇଛି । ପଞ୍ଜାମ, ମଧ୍ୟପ୍ରଦେଶ ଓ ରାଜସ୍ଥାନର ଗ୍ରାମୀଣ ଅଞ୍ଚଳର ଦୁଗ୍ଧ ଚାଷୀଙ୍କ ଜୀବିକା ହାନୀ ହୋଇଛି । ତେବେ ଏଭଳି ସ୍ଥିତିରେ ସଂକ୍ରମିତ ଗାଈଙ୍କ କ୍ଷୀର ସେବନ କରିବା ଠିକ୍ ହେବ କି ନା ସେନେଇ ଅଧିକାଂଶ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ।

ଉତ୍ତର ଭାରତରେ ଅଧା ଡଜନରୁ ଅଧିକ ରାଜ୍ୟରେ ଲମ୍ପି ସ୍କିନ ଭାଇରସର ପ୍ରକୋପ ଦେଖିବାକୁ ମିଳିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୭୦ ହଜାରରୁ ଅଧିକ ଗାଈ ଭାଇରସର କାବୁକୁ ଆସିଯାଇଛନ୍ତି । ରାଜସ୍ଥାନରେ ପରିସ୍ଥିତିରେ ଏପରି ହୋଇଛି ଗାଈଙ୍କୁ ସମାଧି ଦେବା ପାଇଁ ଜାଗା ମିଳୁନାହିଁ । ସେହିପରି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ଓ ହରିୟାଣାର ସ୍ଥିତି ବହୁତ ଖରାପ ହୋଇଯାଇଛି ।

ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଗାଈଙ୍କର ଟିକାକରଣ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି ଭାଇରସ ଉପରେ ଖୁବଶୀଘ୍ର ରୋକ ଲଗାଯିବ ବୋଲି ପଶୁ ଚିକିତ୍ସକ କହିଛନ୍ତି । ଲମ୍ପି ଭାଇରସରେ ସଂକ୍ରମିତ ଗାଈଙ୍କ କ୍ଷୀର କେତେ ସୁରକ୍ଷିତ ସେନେଇ ଉତ୍ତରପ୍ରଦେଶର ଜଣେ ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି, ଏହି ଭାଇରସର ପ୍ରଭାବ ଦୁଧରେ ଦେଖିବାକୁ ମିଳୁନାହିଁ । ଏହି ଭାଇରସକୁ ଖୁବଶୀଘ୍ର ପୂର୍ଣ୍ଣମାତ୍ରାରେ ସମାପ୍ତ କରାଯିବ । ପୀଡ଼ିତ ଗାଈର କ୍ଷୀର ସେବନ ପୂର୍ବରୁ ଭଲ ଭାବେ ଗରମ କରିବା ଦରକାର, ଏହାଦ୍ୱାରା ଭାଇରସ ନଷ୍ଟ ହୋଇଯିବ । ବାଛୁରୀକୁ ଗାଈ କ୍ଷୀର ପିଇବାରୁ ଦୂରେଇ ରଖନ୍ତୁ । ପଶୁଙ୍କଠାରୁ ମଣିଷକୁ ଲମ୍ପି ଭାଇରସ ବ୍ୟାପିବା ମାମଲା ସାମ୍ନାକୁ ଆସିନାହିଁ ।

Get real time updates directly on you device, subscribe now.