fbpx

ଲକ୍ଷାଧିକ କର୍ମଚାରୀ ହେବେ ମାଲାମାଲ, କାଲି ଘୋଷଣା ହେବ ବୋନସ ! ଦୀପାବଳିରେ ଆକାଉଣ୍ଟକୁ ଆସିବ ୧୮,୦୦୦

ନୂଆଦିଲ୍ଲୀ: ଦେଶର ୧୧ ଲକ୍ଷ କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ସରକାର ଖୁବ୍ ଶୀଘ୍ର ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଦୀପାବଳି ଉପହାର ଦେବାକୁ ଯାଉଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ ବୈଠକରେ କର୍ମଚାରୀଙ୍କ ବୋନସ ଉପରେ ନିଷ୍ପତ୍ତି ନିଆଯାଇପାରେ, ଅର୍ଥାତ୍ ଏଥର ଦୀପାବଳିରେ ଆପଣଙ୍କ ଆକାଉଣ୍ଟରେ ମୋଟା ଅଙ୍କର ଟଙ୍କା ଆସିପାରେ ।

ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ ବୈଠକ ରେଳ କର୍ମଚାରୀଙ୍କ ପାଇଁ Production Linked ବୋନସ ଉପରେ ଅନୁମୋଦନ ଦେଇପାରେ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରୁ ପ୍ରାୟ ୧୧ ଲକ୍ଷ ଲୋକ ଉପକୃତ ହେବାକୁ ଯାଉଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ରେଳବାଇରେ ୨୦୦୦ କୋଟି ଅତିରିକ୍ତ ଖର୍ଚ୍ଚ ହେବ । ତେବେ ରେଳବାଇ ବୋର୍ଡ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ପଠାଇଛି ଯାହାକୁ ଖୁବ ଶୀଘ୍ର କ୍ୟାବିନେଟର ମଞ୍ଜୁରୀ ମିଳିପାରେ । ସାଧାରଣତଃ ଦଶହରାରେ ରେଳ କର୍ମଚାରୀଙ୍କ ବୋନସ ଘୋଷଣା କରେିଥାଏ କ୍ୟାବିନେଟ୍ ।

ମୋଟ ପରିମାଣ କହିବାକୁ ଗଲେ, ଯୋଗ୍ୟ ରେଳ କର୍ମଚାରୀଙ୍କୁ ପିଏଲବି ଦେୟ ପାଇଁ ବେତନ ହିସାବର ସୀମା ମାସକୁ ୭୦୦୦ ଟଙ୍କା ହେବ । ଯଦି ୭୮ ଦିନର ବୋନସ ଆକାଉଣ୍ଟରେ ଆସେ, ତେବେ ଆକାଉଣ୍ଟରେ ସର୍ବାଧିକ ୧୭୯୫୧ ଟଙ୍କା ଆସିବ । ଗତ ବର୍ଷ ବିଷୟରେ କହିବାକୁ ଗଲେ, ୨୦୨୧ ମସିହାରେ ମଧ୍ୟ ରେଳବାଇ ଏହାର କର୍ମଚାରୀମାନଙ୍କୁ ୭୮ ଦିନ ବୋନସ ଦେଇଥିଲା । ଜଣେ ରେଳ କର୍ମଚାରୀ ୩୦ ଦିନର ହିସାବରେ ୭୦୦୦ ଟଙ୍କା ବୋନସ୍ ପାଇବେ । ଏଭଳି ପରିସ୍ଥିତିରେ କର୍ମଚାରୀ ପ୍ରାୟ ୧୮୦୦୦ ଟଙ୍କା ବୋନସ ପାଇବେ ।

Get real time updates directly on you device, subscribe now.