fbpx

ଧ୍ୱନିର ବେଗରୁ ତିନିଗୁଣା ଦ୍ରୁତ ଭାବରେ ଗତି କରିବ ଏହି ବିମାନ: ଆଖିପିଛୁଳାକେ ପହଞ୍ଚିବ ଗୋଟିଏ ସହରରୁ ଅନ୍ୟ ସହରରେ…

ନୂଆଦିଲ୍ଲୀ: ବିଜ୍ଞାନ ଏବଂ ଜ୍ଞାନକୌଶଳ ଆଜିର ଜୀବନଶୈଳୀକୁ ବେଶ୍ ସହଜ କରିଦେଇଛି । ବିଜ୍ଞାନ ଯୋଗୁଁ ଆଜି ଅନେକ କାମ ଅତି ସହଜରେ ହୋଇପାରୁଛି । ଦିନ ଥିଲା ଯେତେବେଳେ ଲୋକମାନେ ଗୋଟିଏ ସ୍ଥାନରେ ପହଞ୍ଚିବାକୁ ଚାରି-ପାଞ୍ଚ ଦିନ ସମୟ ଲାଗୁଥିଲା । ଏବେ ସେଠାରେ କିଛି ଘଣ୍ଟା ମଧ୍ୟରେ ପହଞ୍ଚିବା ସମ୍ଭବ ହୋଇପାରୁଛି । ଏହି କ୍ରମରେ ଏକ ଏଭଳି ବିମାନ ତିଆରି କରିବା ପାଇଁ ଯୋଜନା କରାଯାଉଛି, ଯାହା ଧ୍ୱନିର ବେଗରୁ ତିନି ଗୁଣା ଅଧିକ ଦ୍ରୃତରେ ଚାଲିପାରିବ । ଏହାକୁ ସୁପରସୋନିକ ବିମାନ କୁହାଯାଉଛି । ବୈଜ୍ଞାନିକ ଏହାକୁ ପରମାଣୁ ଶକ୍ତି ସହ ଯୋଡ଼ିବାକୁ ଯୋଜନା କରୁଛନ୍ତି ।

ଏକ ରିପୋର୍ଟ ଅନୂଯାୟୀ, ଏହି ବିମାନ ତିଆରି କରିବାର ପୂରା ପ୍ରକ୍ରିୟାକୁ ‘ହାଇପର ଷ୍ଟିଙ୍ଗ’ ନାମ ରଖାଯାଇଛି । ସ୍ପେନର ଏହି ବିଶେଷଜ୍ଞଙ୍କ ଅନୂଯାୟୀ ଏହି ବିମାନ କୋଲ୍ଡ ଫ୍ୟୁଜନ ନ୍ୟୁକ୍ଲିୟର ରିଆକ୍ଟର ସାହଯ୍ୟରେ ଚାଲିବ । ଏଥିପାଇଁ ଏହାକୁ ସୁପରସୋନିକ୍ ବିମାନର ନାମ ଦିଆଯାଇଛି । ଏପର୍ଯ୍ୟନ୍ତ ଏପରି କେବଳ ମିସାଇଲ କିମ୍ବା ସୈନ୍ୟ ଉପକରଣରେ ଏହାର ବ୍ୟବହାର କରାଯାଉଥିଲା । କିନ୍ତୁ ଏବେ ଏହା ଖୁବଶୀଘ୍ର ସାଧାରଣ ବିମାନରେ ବ୍ୟବହାର କରାଯାଇପାରିବ ।

ଡେଲିମେଲର ଏକ ରିପୋର୍ଟ ଅନୂଯାୟୀ, ଫ୍ଲାଇଟ୍ କିମ୍ବା ବିମାନ ସହ ସମ୍ବଳିତ ସ୍ପେନର ଡିଜାଇନର ଅସ୍କର ୱିନାଲ୍ସ କହିଛନ୍ତି ଯେ ବିମାନ ତିଆରି କରିବାର ଯୋଜନା କରାଯାଉଛି । ଯାହା ଲଣ୍ଡନରୁ ନ୍ୟୁୟର୍କ ସହର ପର୍ଯ୍ୟନ୍ତ ପ୍ରାୟ ୫ ହଜାର କିଲୋମିଟର ଦୂରତାକୁ ମାତ୍ର ୮୦ ମିନିଟ୍ ରେ ପୂରା କରିବ । ସେ କହିଛନ୍ତି ଯେ ଆଗାମୀ ସମୟରେ ପ୍ରାୟ ୧୭୦ ଯାତ୍ରୀ ଏହି ବିମାନରେ ଯାଇପାରିବେ । ସେ ଦାବି କରିଛନ୍ତି ଯେ ଏହି ବିମାନର ସ୍ୱିଡ ସାଉଣ୍ଡ ତୁଳନାରେ ତିନି ଗୁଣା ଅଧିକ ।

ଏହା ମଧ୍ୟ କୁହାଯାଇଛି ଯେ ଏହି ବିମାନରେ ରାମଜେଟ୍ ଇଞ୍ଜିନ ଏବଂ ନେକ୍ସଟ ଜେନରେସନ ହାଇବ୍ରିଡ୍ ପାୱାର ଦିଆଯିବ । ହାଇପର ଟେଷ୍ଟିଂ ବିମାନ ଲମ୍ବ ପ୍ରାୟ ତିନିଶହ ଫୁଟ୍ ରୁ ଅଧିକ ହେବ ଏବଂ ଏହାର ପଙ୍ଖାରୁ ଅନ୍ୟ ପଙ୍ଖାର ପ୍ରସ୍ଥ ଦେଢ଼ଶହ ଫୁଟ୍ ରୁ ଅଧିକ ହେବ । ଅବଶ୍ୟ ସେ ଆହୁରି କହିଛନ୍ତି ଯେ ସୁପରିସୋନିକ୍ ବିମାନକୁ ନେଇ ଅନେକ ଚାଲେଞ୍ଜ ମଧ୍ୟ ଆସିବ ।

Get real time updates directly on you device, subscribe now.