fbpx

ମା ଦୁର୍ଗାଙ୍କୁ ଭୁଲରେ ଚଢାନ୍ତୁ ନାହିଁ ଏହି ଫୁଲ: ନଚେତ୍ ପରିବାର ଉପରେ ଆସିପାରେ ସଙ୍କଟ

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦେବାଦେବୀଙ୍କର ଏକ ସ୍ୱତନ୍ତ୍ର ପୂଜାବିଧି ରହିଥାଏ । ସେହି ବିଧି ଅନୁସାରେ ପୂଜାକରାଗଲେ ଦେବାଦେବୀ ପ୍ରଶନ୍ନ ହୋଇଥାନ୍ତି । ସେହିପରି ପ୍ରତ୍ୟେକ ଦେବାଦେବୀଙ୍କର କିଛି ପ୍ରିୟ ଜିନିଷ ଥିବାବେଳେ କିଛି ଅପ୍ରିୟ ଜିନିଷ ଥାଏ । ଯାହାକୁ ଅର୍ପଣ କରିଲେ ଦେବାଦେବୀଙ୍କର କୋପ ଦୃଷ୍ଟି ପଡିଥାଏ । ଏଥିସହିତ ଆମକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।

ବର୍ତ୍ତମାନ ମା ଦୁର୍ଗାଙ୍କ ପୂଜା ଚାଲିଥିବା ବେଳେ ନବରାତ୍ରୀ ମଧ୍ୟ ପାଳନ କରିଯାଇଥାଏ । ଏହି ନବରାତ୍ରୀର ୯ ଦିନ ମାଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଇଥାଏ । ତେବେ ଏହି ପୂଜା ସମୟରେ ଏପରି ଏକ ଫୁଲ ରହିଛି ଯାହାକୁ ମା ଦୁର୍ଗାଙ୍କୁ କେବେ ବି ଅର୍ପଣ କରାଯାଇ ନଥାଏ । ଏପରି କରିବା ଦ୍ୱାରା ମା ଙ୍କ କୋପ ଦୃଷ୍ଟି ପଡିଥାଏ ଏବଂ ପରିବାରରେ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଫୁଲ ବିଷୟରେ ଯାହାକୁ ଅର୍ପଣ କରିବା ଦ୍ୱାରା ମା ଦୁର୍ଗା ରାଗି ଯାଆନ୍ତି ।

ମା ଦୁର୍ଗାଙ୍କୁ ଅର୍ପଣ କରନ୍ତୁ ନାହିଁ ଏହି ଫୁଲ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମା ଦୁର୍ଗାଙ୍କୁ ଚମ୍ପା ଏବଂ ପଦ୍ମ ଫୁଲ ବ୍ୟତୀତ ଅନ୍ୟ କୌଣସି ଫୁଲ ଅର୍ପଣ କରାଯାଇ ନଥାଏ । ଏପରି କରିବା ଦ୍ୱାରା ବହୁତ ଅନିଷ୍ଟ ହୋଇଥାଏ । ଏଥିସହିତ ମା ଙ୍କ କୋପ ଦୃଷ୍ଟି ମଧ୍ୟ ପଡିଥାଏ । ତେବେ ମା ଦୁର୍ଗାଙ୍କୁ ଖାସ୍ କରି ବେଲପତ୍ର, ମନ୍ଦାର, ଟଗର ଏବଂ ଦୁବ ଆଦି ଅର୍ପଣ କରନ୍ତୁ ନାହିଁ । ଏହି ଫୁଲ ଅର୍ପଣ କରିବା ଦ୍ୱାରା ମା ରାଗିଯିବା ସହ ତାଙ୍କ କୋପ ଦୃଷ୍ଟି ପକାଇଥାନ୍ତି । ଯାହାଫଳରେ ଜୀବନରେ ବିଭିନ୍ନ ସମସ୍ୟା ଲାଗି ରହିବା ସହ ପରିବାରରେ ମଧ୍ୟ ଅଶାନ୍ତି ସୃଷ୍ଟି ହୋଇଥାଏ । ଏତତ୍ ବ୍ୟତୀତ ମା ଦୁର୍ଗାଙ୍କୁ ନାଗଚମ୍ପା, କଟସରୋଯ୍ୟା ବୁହତି ଆଦି ଫୁଲ ଅର୍ପଣ କରିବାକୁ ମଧ୍ୟ ବାରଣ କରାଯାଇଥାଏ । ତେବେ ମା ଦୁର୍ଗାଙ୍କୁ ଚମ୍ପା, ପଦ୍ମ ଆଦି ଫୁଲ ଅର୍ପଣ କରନ୍ତୁ ।

Get real time updates directly on you device, subscribe now.