ଉତ୍କୃଷ୍ଟ କାରୁକାର୍ଯ୍ୟର ନିଦର୍ଶନ ଦେଶର ଏହି ପାଞ୍ଚ ମନ୍ଦିର: ଥରେ ନିଶ୍ଚୟ ବୁଲିଆସନ୍ତୁ…

ନୂଆଦିଲ୍ଲୀ: ଅକ୍ଟୋବରର ପ୍ରଥମ ସୋମବାରକୁ ପ୍ରତିବର୍ଷ ବିଶ୍ୱ ବାସ୍ତୁକଳା ଦିବସ ଭାବରେ ପାଳନ କରାଯାଏ । ଏହି ଅବସରରେ ମହାନ ବୈଶ୍ୱିକ ବାସ୍ତୁଶିଳ୍ପ କାର୍ଯ୍ୟକୁ ମନେପକାଯାଇଥାଏ । ବାସ୍ତୁକଳାରେ କାନ୍ଥ ଏବଂ ପରିଯୋଜନା ବ୍ୟତୀତ ମାନବ ଜୀବନର ସବୁ ଦିଗ ସାମିଲ ରହିଛି । ଏହାର ଆମ ସମାଜ ଉପରେ ଖୁବ୍ ପ୍ରଭାବ ରହିଛି ଏବଂ ଏହା ମାନବ ଜାତିକୁ ଆଗକୁ ବଢ଼ାଇବାରେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇଛି । ଇଣ୍ଟରନାସନାଲ ୟୁନିୟନ ଅଫ୍ ଆର୍କଟେକ୍ଟସ ୧୯୮୫ ରେ ବିଶ୍ୱ ବାସ୍ତୁକଳା ଦିବସର ସ୍ଥାପନା କରିଥିଲା । ଭାରତରେ ପ୍ରାଚୀନ କାଳରୁ ମନ୍ଦିର ମନ୍ଦିର ରୂପରେ ବାସ୍ତୁକଳାର ଚମକ୍ରାରିତା ଦେଖିବାକୁ ମିଳିଆସୁଛି । ଯାହାକି ନା କେବଳ ସେଠାରେ ଥିବା ମୂର୍ତ୍ତିର ପୂଜା ପାଇଁ ପ୍ରସିଦ୍ଧ ବରଂ ଏହାର ସଂରଚନାକୁ ମଧ୍ୟ ପ୍ରଶଂସା କରାଯାଏ । ଦେଶର ବିଭିନ୍ନ କ୍ଷେତ୍ରରେ ଅଦ୍ୱିତୀୟ ମନ୍ଦିର ରହିଛି ଯାହାକି ରାଜବଂଶ ଏବଂ ରାଜ୍ୟର ପରମ୍ପରା ବିଶ୍ୱାସକୁ ପ୍ରତିପାଦିତ କରିଥାଏ । ତେବେ ଆସନ୍ତୁ ଜାଣିବା ଦେଶର ସବୁଠୁ ଉକ୍ରୃଷ୍ଟ କାରୁକାର୍ଯ୍ୟ ଥିବା କିଛି ଭାରତୀୟ ମନ୍ଦିର ବିଷୟରେ ।

କୋଣାର୍କ ସୂର୍ଯ୍ୟ ମନ୍ଦିର, ଏହା ସାତ ଘୋଡ଼ା ଦ୍ୱାରା ଉଠାଯାଇଥିବା ଏକ ବିଶାଳକାୟ ରଥ ଆକାରର । ଏହି ବାସ୍ତୁକଳା ଓଡ଼ିଶା ପାରମ୍ପରିକ କଳାର ଏକ ବଳିଷ୍ଠ ଉଦାହରଣ । ଏହାକୁ କଳିଙ୍ଗର ବାସ୍ତୁକଳା ଭାବରେ ମଧ୍ୟ ଜଣାଯାଏ । ଏହି ମନ୍ଦିର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ ।

ମୀନାକ୍ଷୀ ମନ୍ଦିର, ଯାହାକୁ ମୀନାକ୍ଷୀ-ସୁନ୍ଦରେଶ୍ୱର ମନ୍ଦିରର ନାମରେ ମଧ୍ୟ ପରିଚିତ । ଏହା ଦ୍ରାବିଡ଼ ବାସ୍ତୁକଳାର ଏକ ପ୍ରମୁଖ ଉଦାହରଣ । ଯାହା ଭାରତର ଦକ୍ଷିଣ ରାଜ୍ୟାରେ ସାଧାରଣ ହିନ୍ଦୁ ବାସ୍ତୁକଳାର ଏକ ଶୈଳୀ ଅଟେ । ଏହି ହିନ୍ଦୁ ଦେବତା ଶିବ ଏବଂ ତାଙ୍କ ପତ୍ନୀ ଦେବୀ ପାର୍ବତୀଙ୍କୁ ସମର୍ପିତ ।

ଥାର ମରୁଭୂମିର ଗେରୁଆ ରଙ୍ଗ ପରିଦୃଶ୍ୟ ମଧ୍ୟରେ ଏକ ପୁରୁଣା ଯୁଗର ଅବଶେଷ ରହିଛି । ଜୟସାଲମେରରେ ବଡ଼ା ବାଗ ମନ୍ଦିର, ରାଜସ୍ଥାନର ରାଜବଂଶର ସ୍ମୃତିରେ ନିର୍ମାଣ କରାଯାଇଥିଲା । ଯାହା ବିଶିଷ୍ଟ ରାଜସ୍ଥାନୀ ବାସ୍ତୁକଳାର ଏକ ଝଲକ ଦେଖିବାକୁ ମିଳିଥାଏ । ଏଥିରେ ଗୋଲ ପତଳା ଖୁମ୍ବ ରହିଛି ଏବଂ ବଲୁଆ ପଥରରେ କାରୁକାର୍ଯ୍ୟ କରାଯାଇଛି ।

ଚୋଳ ସାମ୍ରାଜ୍ୟ ସମୟରେ ତିଆରି ହୋଇଥିବା ଭଗବାନ ଶିବଙ୍କୁ ସମର୍ପିତ ପ୍ରସିଦ୍ଧ ମନ୍ଦିର ହେଉଛି  ବୃହଦେଶ୍ୱର ମନ୍ଦିର, ତାମିଲ ବାସ୍ତୁକଳା ଏକ ଭବ୍ୟ ଉଦାହରଣ । ଏହି ମନ୍ଦିର ସଂପୂର୍ଣ୍ଣ ଭାବରେ ଗ୍ରାନାଇଟ୍ ପଥର ଦ୍ୱାରା ନିର୍ମିତ ହୋଇଛି । ବିଶ୍ୱରେ ଏହା ଏକମାତ୍ର ମନ୍ଦିର ଯାହା ଯାହାକି ଗ୍ରାନାଇଟରେ ନିର୍ମିତ ।

ବିଟ୍ଠଲ ମନ୍ଦିର, ହମ୍ପିବିଟ୍ଠଲ ମନ୍ଦିରର ସବୁଠୁ ଅସାଧାରଣ ବାସ୍ତୁଶିଳର ନିଦର୍ଶନ । ଅଦ୍ଭୁତ ଧ୍ୱନି ଉତ୍ପନ୍ନ କରୁଥିବା ପ୍ରସିଦ୍ଧ ସ୍ତମ୍ବ ଦେଖିାବାକୁ ମିଳେ । ଏହି ମନ୍ଦିରର ପରିସର ଏବଂ ପାଚେରୀ ଏବଂ ଗେଟୱେ ଟାୱାର ସହ ଏକ ବିଶାଳ ପରିସର ରୂପରେ ତିଆରି କରାଯାଇଛି । ତୁଙ୍ଗଭନ୍ଦ୍ରା ନଦୀର ଦକ୍ଷିଣରେ ସ୍ଥିତ ଏହି ମନ୍ଦିର ଦକ୍ଷିଣ ଦ୍ରାବିଡ଼ୀୟ ମନ୍ଦିରର ଏକ ସ୍ଥାପତ୍ୟ ଶୈଳୀର ପ୍ରତିନିଧିତ୍ୱ ।