fbpx

ମହାକାଶରେ ଆଷ୍ଟରଏଡ ଖୋଜିବେ ୧୬ ବର୍ଷୀୟ ରିତିକା: ନାସା ସହ ମିଶି କରିବେ କାମ

ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାର ୧୬ ବର୍ଷୀୟ ଛାତ୍ରୀ ରିତିକା ଧ୍ରୁବଙ୍କୁ ନାସା ଏହାର ସିଟିଜେନ ସାଇନ୍ସ ପ୍ରୋଜେକ୍ଟ ପାଇଁ ବାଛିଛି । ରିତିକା ଅନ୍ତରୀକ୍ଷରେ ବ୍ଲାକ୍ ହୋଲ୍ ରୁ ଆସୁଥିବା ଶବ୍ଦ ଉପରେ ପ୍ରେଜେନଟେସନ ଦେଇଥିଲେ ଯାହାଦ୍ୱାରା ଆଇଆଇଟି ବମ୍ବେ ଏବଂ ସତୀଶ ଧବନ ସ୍ପେସ ସେଣ୍ଟର, ଆନ୍ଧ୍ରପ୍ରଦେଶର ବୈଜ୍ଞାନିକ ବେଶ୍ ପ୍ରଭାବିତ ହୋଇଛନ୍ତି ।

ରିତିକା ଜିଲ୍ଲାର ନୟାପାରା ସ୍ଥିତ ସ୍ୱାମୀ ଆତ୍ମାନନ୍ଦ ଶାସକୀୟ ଇଂରାଜୀ ମିଡିୟମ ସ୍କୁଲରେ ୧୧ ଶ୍ରେଣୀର ଛାତ୍ରୀ । ସେ ନାସାର ଆଷ୍ଟରଏଡ୍ ସର୍ଚ୍ଚ ପ୍ରୋଗାମରେ ଭାଗ ନେଇଥିଲେ ଯେଉଁଥିରେ ତାଙ୍କର ଚୟନ ହୋଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଭୂପେଶ ସିଂହ ବଘେଲ ମଧ୍ୟ ଟ୍ୱିଟ୍ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ନାସା ନିଜ ସିଟିଜନ ପ୍ରୋଜେକ୍ଟରେ ସ୍କୁଲ ଛାତ୍ରଙ୍କୁ ସାମିଲ କରିବା ପାଇଁ ନିର୍ଣ୍ଣୟ କରିଛି । ରିତିକା ଏହି ପ୍ରୋଜେକ୍ଟ ପାଇଁ ଅନେକ ପେଜେଣ୍ଟେସନ ଦେଇଥିଲେ । ଏହି ପ୍ରୋଜେକ୍ଟ ପାଇଁ ୬ ଛାତ୍ରଛାତ୍ରୀଙ୍କୁ ବଛା ଯାଇଛି, ଯେଉଁଥିରେ ରିତିକା ମଧ୍ୟ ଜଣେ । ସେ ଏବେ ଇସ୍ରୋ ସହ ଏକ ସପ୍ତାହର ଟ୍ରେନିଂ ନେବେ ଯାହାପରେ ସେମାନେ ନାସାର ପ୍ରୋଜେକ୍ଟର ଅଂଶୀଦାର ହେବେ ।

Get real time updates directly on you device, subscribe now.