fbpx

ସାମ୍ବାଦିକଙ୍କ ପାଇଁ ଅଜବ ନିୟମ:ଖରବ ସଂଗ୍ରହ ପାଇଁ ଦେବାକୁ ପଡିବ ଏହି ପ୍ରାମାଣ ପତ୍ର

ହିମାଚଳ ପ୍ରଦେଶ: ଆସନ୍ତା କାଲି ହିମାଚଳ ପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବୈଠକ ସହ ରାଲି ରହିଛି । ଯାହାକୁ ନେଇ ପ୍ରସ୍ତୁତ ହୋଇଛି ହିମାଚଳ ପ୍ରଦେଶ ପ୍ରସାଶନ । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶ ସରକାର ସାମ୍ବାଦିକମାନଙ୍କ ପାଇଁ ଏକ ଅଜବ ନିୟମ କରିଛନ୍ତି । ଯାହାକୁ ନେଇ ବର୍ତମାନ ଅସନ୍ତୋଷ ଦେଖା ଦେଇଛି |ତେବେ ତାଙ୍କ ନିୟମ ଅନୁଯାୟୀ ଆସନ୍ତା କାଲି ପ୍ରଧାନମନ୍ତ୍ରୀଙ୍କ ବୈଠକ ଏବଂ ରାଲିରେ ଯେଉଁ ସାମ୍ବାଦିକମାନେ ଯୋଗ ଦେବେ ସେମାନଙ୍କୁ ଏକ ପ୍ରମାଣ ପତ୍ର ଦେବାକୁ ପଡିବ । ତେବେ ରିପୋଟର, ଫଟୋ ଏବଂ ଭିଡିଓ ସାମ୍ବାଦିକଙ୍କ ପାଇଁ ଏହି ନିୟମ ଲାଗୁ ହୋଇଥିବା ଜଣା ପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ସେପ୍ଟେମ୍ବର ୨୯ ତାରିଖରେ ହିମାଚଳପ୍ରଦେଶ ସରକାର ସାମ୍ବାଦିକମାନଙ୍କ ପାଇଁ ଏକ ନୂଆ ନିୟମ ଜାରି କରିଥିଲେ । ଯେଉଁ ନିୟମ ଅନୁଯାୟୀ ସାମ୍ବାଦିକମାନେ ଖବର ସଂଗ୍ରହ ପୂର୍ବରୁ କ୍ୟାରେକଟର ସାର୍ଟିଫିକେଟ୍ ପ୍ରଦାନ କରିବେ । ତେବେ ଅକ୍ଟୋବର ୧ ସୁଦ୍ଧା ରିପୋଟରମାନେ ସେମାନଙ୍କ କ୍ୟାରେକଟର ସାର୍ଟିଫିକେଟ୍ ଦେଇ ଆଇଡି କାର୍ଡ ନେବାକୁ କୁହାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ତାକୁ ଦୃଷ୍ଟିରେ ରଖି ଏପରି କରାଯାଇଥିବା କୁହାଯାଇଛି । ଯାହାକୁ ନେଇ ବର୍ତ୍ତମାନ ବିବାଦ ଏବଂ ବିରୋଧ ସହ ଅସୋନ୍ତୋଷ ବଢିବାର ଲାଗିଛି ।

ଘରୋଇ ଟିଭି କିମ୍ବା ସାମ୍ବାଦିକ ନୁହନ୍ତି ବରଂ ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନର ସାମ୍ବାଦିକମାନେ ମଧ୍ୟ କ୍ୟାରେକଟର ବା ଚରିତ୍ର ପ୍ରମାଣ ପତ୍ର ପ୍ରଦାନ କରିବେ ବୋଲି ଜଣା ପଡିଛି । ତେବେ ସାମ୍ବାଦିକମାନଙ୍କର ଏହି ଚରିତ୍ର ପ୍ରମାଣ ପତ୍ର ବିଳାସପୁର କାର୍ଯାଳୟ ଦ୍ୱାରା ଏସ୍ପି ଓ ସିଆଡି ପ୍ରଦାନ କରିବେ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶର ବିଳାସପୁରରେ ଥିବା ଏମ୍ସର ହସ୍ପିଟାଲର ଏକ ନୂଆ କ୍ୟାମ୍ପସ ଉଦଘାଟନ କରିବେ । ଏଥିସହିତ ସେ ଏକ ବୈଠରେ ଯୋଗ ଦେବା ସହିତ ରାଲିରେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.