fbpx

କାର, ବାଇକ ଓ ସ୍କୁଟି ଚଳାଉଥିଲେ ଆଜି ୬୦ ଟଙ୍କା ଖର୍ଚ୍ଚ କରନ୍ତୁ: ନଚେତ୍ ୧୦ ହଜାର ଟଙ୍କାର କଟିଯିବ ଚାଲାଣ

ନୂଆଦିଲ୍ଲୀ: ଆପଣଙ୍କ ଗାଡ଼ିରୁ ନିର୍ଗତ ହେଉଥିବା ନିର୍ଗମନ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ପ୍ରଦୂଷଣ ମାନଦଣ୍ଡକୁ ପୂରଣ କରୁଛି କି ନାହିଁ, ତାହା ପଲ୍ୟୁସନ୍ ସାର୍ଟିଫିକେଟ ନିଶ୍ଚିତ କରିଥାଏ । ଏଥିରୁ କାର୍ବନ ନିର୍ଗମନର ଶତକଡ଼ା ମୂଲ୍ୟାଙ୍କନ କରାଯାଇଥାଏ । ନିର୍ଗମନ ପ୍ରଦୂଷଣ ନିୟମ ଅନୁଯାୟୀ ରହିଛି କି ନାହିଁ ଏବଂ ଏହା ପରିବେଶକୁ କ୍ଷତି ପହଞ୍ଚାଉ ନାହିଁ ତ, ତାହା ଏହି ସାର୍ଟିଫିକେଟ୍ ଦର୍ଶାଇଥାଏ । ପିୟୁସି ସାର୍ଟିଫିକେଟ୍ ହାସିଲ କରିବାକୁ ଗାଡ଼ିକୁ ଏକ ପରୀକ୍ଷା ଦେବାକୁ ପଡିବ, ଯେଉଁଥିରେ ଯାନର ନିର୍ଗମନ ସ୍ତରର ମୂଲ୍ୟାଙ୍କନ କରାଯାଇଥାଏ ।

ମୋଟର ଯାନ ଅଧିନିୟମ ୧୯୮୮ ଅନୁଯାୟୀ, କାର ଡ୍ରାଇଭରଙ୍କ ପାଖରେ ଗାଡି ଚଲାଇବା ସମୟରେ ମୋଟର ଇନସୁରାନ୍ସ ପଲିସି, ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ (ଆରସି), ବୈଧ ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ଏବଂ ପିୟୂସ ସାର୍ଟିଫିକେଟ୍ ରହିବା ଉଚିତ୍ । ଯଦି ଆପଣଙ୍କର କାରର ପିୟୁସି ସାର୍ଟିଫିକେଟ୍ ନାହିଁ, ତେବେ ଆପଣଙ୍କୁ ୧୦,୦୦୦ ଟଙ୍କା ଜୋରିମାନା ଦେବାକୁ ପଡିପାରେ । ନୂଆ କାର ମାମଲାରେ କାର ପ୍ରଦୂଷଣ ପରୀକ୍ଷା ପ୍ରମାଣପତ୍ର ୧ ବର୍ଷ ପାଇଁ ବୈଧ ଅଟେ । ଏହା ପରେ ଆପଣ କାରକୁ ନିୟମିତ ବ୍ୟବଧାନରେ ପିୟୁସି ପରୀକ୍ଷା ପାଇଁ ନେବାକୁ ପଡିବ ଏବଂ ପ୍ରତ୍ୟେକ ପରୀକ୍ଷା ପରେ ଏକ ନଆ ସାର୍ଟିଫିକେଟ୍ ଦିଆଯିବ ।

ସାଧାରଣତଃ ପିୟୁସି ସାର୍ଟିଫିକେଟର ବୈଧତା ୬ ମାସ ପାଇଁ ରହିଛି । ତେବେ ଦିଲ୍ଲୀ ଭଳି ସ୍ଥାନରେ ପିୟୁସି ସାର୍ଟିଫିକେଟ୍ ୩ ମାସର ଅବଧି ପାଇଁ ପ୍ରଦାନ କରାଯାଇଥାଏ । ବୀମା ପଲିସିର ରିନ୍ୟୁ ପାଇଁ ପିୟୁସି ସାର୍ଟିଫିକେଟ୍ ମଧ୍ୟ ଆବଶ୍ୟକ । ଏହା ବ୍ୟତୀତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିୟମ ଅନୁଯାୟୀ ପିୟୁସି ସାର୍ଟିଫିକେଟ୍ ନେବା ବାଧ୍ୟତାମୂଳକ । ଏଥିପାଇଁ ଯେଉଁ କାର, ବାଇକ୍ କିମ୍ବା ସ୍କୁଟର ମାଲିକଙ୍କ ପାଖରେ ପିୟୁସି ସାର୍ଟିଫିକେଟ ନାହିଁ, ତେବେ ଆଜି କରି କରିଦିଅନ୍ତି । ଏଥିରେ ଆପଣଙ୍କୁ ୬୦ରୁ ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

Get real time updates directly on you device, subscribe now.