fbpx

RJD ସାଂସଦଙ୍କୁ ପାକିସ୍ତାନ ଯିବାକୁ ବାରଣ: କେନ୍ଦ୍ର ସରକାରଙ୍କୁ ପକ୍ଷରୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ର ରାଜ୍ୟସଭା ସାଂସଦ ମନୋଜ ଝା’ଙ୍କ ପାକିସ୍ତାନ ଯାତ୍ରାକୁ  କେନ୍ଦ୍ର ସରକାର ରାଜନୀତିକ ମଞ୍ଜୁରୀ ଦେବାକୁ ମନା କରିଦେଇଛନ୍ତି  । ମନୋଜ ଝା ଚଳିତ ମାସରେ ଅଟାରୀ-ୱାଘା ବର୍ଡର ଦେଇ ଲାହୋର ଯିବାକୁ ଚାହୁଥିଲେ । ସେଠାରେ ସେ ମାନବାଧିକାର କାର୍ଯ୍ୟକର୍ତ୍ତା ଆସମାଁ ଜହାଙ୍ଗୀରଙ୍କ ସ୍ମୃତିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଯିବାକୁ ଚାହୁଥିଲେ । କିନ୍ତୁ କେନ୍ଦ୍ର ତାଙ୍କୁ ମଞ୍ଜୁରୀ ଦେଇନାହିଁ । ଏମିତିରେ ତାଙ୍କର ପ୍ରସ୍ତାବିତ ପାକ୍ ଯାତ୍ରା ରଦ୍ଧ ହୋଇଛି । ଆରଜେଡି ସାଂସଦ ନିଜେ ଏହା ସୂଚନା ଦେଇଛନ୍ତିି ।

ସାଂସଦ ମନୋଜ ଝା କହିଛନ୍ତି ଯେ ତାଙ୍କର ପ୍ରସ୍ତାବିତ ପାକିସ୍ତାନ ଯାତ୍ରାକୁ କେନ୍ଦ୍ର ସରକାର ରାଜନୀତିକ ସ୍ୱୀକୃତି ଦେବାକୁ ମନା କରିଦେଇଛନ୍ତି । ୨୩ ଅକ୍ଟୋବରରେ ଲାହୋରରେ ଆସମାଁ ଜହାଙ୍ଗୀରଙ୍କ ସ୍ମୃତିରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ‘ଲୋକତାନ୍ତ୍ରିକ ଅଧିକାରର ରକ୍ଷାରେ ରାଜନୀତିକ ଦଳର ଭୂମିକା’ ବିଷୟରେ ସମ୍ବୋଧନ ପାଇଁ ଯିବାର ଥିଲା । ଏହି ଯାତ୍ରା ତାଙ୍କୁ ଲୋକଙ୍କ ଲୋକତାନ୍ତ୍ରିକ ଅଧିକାର ପାଇଁ ଲଢ଼େଇରେ ଭାରତୀୟ ରାଜନୀତିକ ଦଳଙ୍କ ମହାନ ପରମ୍ପରାକୁ ରେଖାଙ୍କିତ କରିବା ପାଇଁ ଅବସର ଦେଇଥିଲା । ଝା କହିଥଲେ ଯେ ଆସମାଁ ଜହାଙ୍ଗୀର ପାକିସ୍ତାନରେ ଅଳ୍ପସଂଖ୍ୟକଙ୍କ ଅଧିକାର ପାଇଁ ଲଢ଼େଇର କାର୍ଯ୍ୟକର୍ତ୍ତା ଥିଲେ । ୨୦୧୮ ରେ ତାଙ୍କର ନିଧନ ହୋଇଥିଲା ।

ମନୋଜ ଝାଙ୍କ କହିବା ଅନୂଯାୟୀ ତାଙ୍କୁ ପାକିସ୍ତାନ ଯାତ୍ରାରେ ଯିବାପାଇଁ ଗୃହ ମନ୍ତ୍ରାଳୟଠାରୁ ବିଦେଶୀ ଅନୁଦାନ ଅଧିନିୟମ ସମ୍ବନ୍ଧୀୟ ମଞ୍ଜୁରୀ ମିଳିଛି, କିନ୍ତୁ ବିଦେଶ ମନ୍ତ୍ରାଳୟ ତାଙ୍କୁ ରାଜୀନିତକ ସ୍ୱୀକୃତି ଦେଇନାହିଁ । ଏହାଯୋଗୁଁ ତାଙ୍କୁ ଭାରତୀୟ ସଂସଦ ତରଫରୁ ଏହା କହିବାକୁ ଅବସର ମିଳିଥାନ୍ତା ଯେ ଆମେ ଜନତାଙ୍କ ଲୋକତାନ୍ତ୍ରିକ ଅଧିକାର ପାଇଁ ସଡ଼କରେ ଏବଂ ସଂସଦରେ କିଭଳି ଲଢ଼ୁଛନ୍ତି । ଝା କହିଛନ୍ତି ଯେ ସେ ୨୦ ଅକ୍ଟୋବରରେ ୱାଘା ସୀମା ରାସ୍ତାରେ ପାକିସ୍ତାନ ଯିବା ଏବଂ ୨୪ ଅକ୍ଟୋବରରେ ଫେରିବା ଯୋଜନା ରହିଥିଲା ।

Get real time updates directly on you device, subscribe now.