fbpx

(Video) ବାହାଘର ଦିନ ବାପାଙ୍କ ସହ ଜବରଦସ୍ତ ଡ୍ୟାନ୍ସ କଲା କନିଆ: ଷ୍ଟେପ୍ ଦେଖି କୁଣିଆ ବି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସମସ୍ତଙ୍କ ପାଇଁ ବାହାଘର ଜୀବନର ଏକ ଖାସ୍ ଦିନ ହୋଇଥାଏ ଓ ଲୋକମାନେ ଏହାକୁ ଅଧିକ ସ୍ମରଣୀୟ କରିବାକୁ ଚେଷ୍ଟା କରନ୍ତି । ଠିକ୍ ସେହିପରି ଇନଷ୍ଟାଗ୍ରାମରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଝିଅ ନିଜ ପିତାଙ୍କ ସହ ନିଜ ବାହାଘରରେ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ ବାପା- ଝିଅ ଯୋଡି ୨୦୦୦ ଦଶକର ଏକ ଗୀତରେ ଏକାଠି ନାଚୁଥିବାର ଦେଖାଯାଇଛି ।

ଝିିଅ ବ୍ୟାକ୍-ଟୁ-ବ୍ୟାକ୍ ଡ୍ୟାନ୍ସ ଷ୍ଟେପ୍ କରୁଥିବା ବେଳେ ବାପା ମଧ୍ୟ ନିଜର ଏନର୍ଜେଟିକ୍ ଡ୍ୟାନ୍ସ କରି ଲୋକଙ୍କୁ ପାଗଳ କରିଦେଇଥିଲେ । ପିତାଙ୍କ ଡ୍ୟାନ୍ସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ, କାରଣ ତାଙ୍କ ବୟସ ୬୦ ରୁ ୭୦ ବର୍ଷ ହୋଇଥିବା ଜଣାପଡୁଥିବା ବେଳେ ସେ କିନ୍ତୁ ଡ୍ୟାନ୍ସର ଗୋଟିଏ ବି ଷ୍ଟେପ୍ ଛାଡ଼ିନଥିଲେ ।

ଏହି ଭିଡିଓକୁ କ୍ୟାପସନ ସହିତ ବ୍ରିଟନି ରେଭେଲ ନାମକ ଜଣେ ଇନଷ୍ଟାଗ୍ରାମ ବ୍ୟବହାରକାରୀ କ୍ୟାପସନ୍ ଦେଇ ପୋଷ୍ଟ କରିଛନ୍ତି । ତେବେ କନିଆ ଓ ପିତାଙ୍କ ଜବରଦସ୍ତ ଡ୍ୟାନ୍ସ ଅତିଥିମାନଙ୍କ ହୃଦୟ ଜିତିଥିଲା । ନୃତ୍ୟରେ ସିଙ୍କ୍ରୋନାଇଜେସନ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ଏହି ଭିଡିଓ ଗତ ମାସରେ ଅଗଷ୍ଟ ୨୧ ରେ ପୋଷ୍ଟ କରାଯାଇଥିଲା ଏବଂ ଏହା ପରେ ପ୍ରାୟ ୩୦ ମିଲିୟନରୁ ଅଧିକ ଲୋକ ଏହାକୁ ଦେଖିସାରିଛନ୍ତି ।

Get real time updates directly on you device, subscribe now.