fbpx

ବ୍ୟାଡ କୋଲେଷ୍ଟ୍ରଲରୁ ମୁକ୍ତି ଦେବ ଏହି ଫୁଲ: ଜାଣନ୍ତୁ ଏହାକୁ ସେବନ କରିବାର ଉପାୟ

ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଶୈଳୀ କାରଣରୁ ଆମେ ଅନେକ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଫଳରେ ଆମ ଶରୀରରେ ଅନେକ ରୋଗର ଆଶଙ୍କା ଦେଖାଦେଇଥାଏ । ତେବେ ଏହି ସବୁ ସମସ୍ୟା ମଧ୍ୟୁ ବ୍ୟାଡ କୋଲେଷ୍ଟ୍ର ଏକ ସାଧାରଣ କଥା । କିନ୍ତୁ ଏହା ଯଦି ଶରୀରରେ ଅଦିକ ମାତ୍ରାରେ ବଢିଯାଏ ତେବେ ଏହା ଆମକୁ ବିପଦରେ ପକାଇଥାଏ । ତେବେ ଏହି ବ୍ୟାଡ କୋଲେଷ୍ଟ୍ରଲ ବୃଦ୍ଧି କାରଣରୁ ହୃଦଘାତ ,ଉଚ୍ଚ ରକ୍ତଚାପ ଏବଂ ଷ୍ଟ୍ରୋକ୍ ପରି ବିପଦଜ୍ଜନକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

ତେବେ ଏହି ବ୍ୟାଡ କୋଲେଷ୍ଟ୍ରଲକୁ କମ କରିବା ପାଇଁ ଅନେକ ପ୍ରକାର ଉପାୟ ରହିଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏପରି ଏକ ଫୁଲ ରହିଛି ଯାହା ଶରୀରେ ଥିବା ଖରାପ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ସହିତ ଅନେକ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଫୁଲ ଏବଂ ଏହାକୁ ସେବନ କରିବାର ଉପାୟ ବିଷୟରେ ଯାହାକି ଖରାପ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

କୋଲେଷ୍ଟ୍ରଲ କମ୍ କରେ ଏହି ଫୁଲ: ପୃଥିବୀରେ ଏପରି ଅନେକ ଔଷଧୀୟ ବୃକ୍ଷ ଅଛି, ଯାହା ବିଭିନ୍ନ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୋଇଥାଏ । ଏହି ଔଷଧୀୟ ବୃକ୍ଷ ମଧ୍ୟରୁ ମନ୍ଦାର ଫୁଲ ହେଉଛି ଅନ୍ୟତମ । ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ତେବେ ନାଲି, ଗୋଲାପୀ, ଧଳା ଏବଂ କମଳା ପରି ଅନେକ ରଙ୍ଗର ଏହି ଫୁଲ ରହିଥାଏ । ଯାହାକି କୋଲେଷ୍ଟ୍ରୋଲ୍ କମ୍ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ତେବେ ଏହାକୁ ସେବନ କରିବାର କିଛି ଉପାୟ ରହିଛି ।

କିପରି କରିବେ ସେବନ: ଖାଦ୍ୟ ଏବଂ କୃଷି ବିଜ୍ଞାନର ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ମନ୍ଦାରଫୁଲ ରସରେ ଫ୍ଲାଭୋନାଏଡ, ପଲିଫେନୋଲ ଏବଂ ଆଣ୍ଟୋସିୟାନିନ ସମେତ ଆଣ୍ଟିଅକ୍ସିଡାଣ୍ଟ ପରି ଅନେକ ଯୌଗିକ ପଦାର୍ଥ ରହିଥାଏ । ଯାହା ଖରାପ କୋଲେଷ୍ଟ୍ରଲକୁ କମ କରିବାରେ ସାହାଯ୍ୟ କରେ । ଏଥିସହିତ ଏହି ଫୁଲରେ ପ୍ରୋଟିନ୍, ଭିଟାମିନ୍, ଭିଟାମିନ୍ ସି, କ୍ୟାଲସିୟମ୍, ଆଇରନ୍ ଭଳି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଯାହାକି ଶରୀରକୁ ଅନେକ ଫାଇଦା ଦେଇଥାଏ ।

ମନ୍ଦାର ଫୁଲକୁ କିପରି କରିବେ ବ୍ୟବହାର : ମନ୍ଦାର ଫୁଲକୁ ସାଧାରଣତଃ ଚା ଭାବରେ ବ୍ୟବହାର କରାଯାଏ । ଏତିସହିତ ଏହାକୁ ଗରମ ପାଣିରେ ଫୁଟାଇ ମଧ୍ୟ ପିଇ ପାରିବେ । ତେବେ ଏହା ହର୍ବାଲ ଟି ଭାବରେ ବଜାରରେ ମଧ୍ୟ ଉପଲବ୍ଧ ହେଉଛି । ଯାହାକୁ ଆପଣ ବ୍ୟବହାର କରିପାପିବେ ।

Get real time updates directly on you device, subscribe now.