fbpx

ଧାମନଗର ଉପନିର୍ବାଚନ: ପ୍ରାର୍ଥୀ ଚୟନ ପାଇଁ ୫ ଜଣିଆ କମିଟି ଗଠନ କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ନଭେମ୍ବର ମାସ ୩ ତାରିଖରେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଅକ୍ଟୋବର ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହି ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଆସନ୍ତା ୧୪ ତାରିଖ ରହିଛି । ସେହିପରି ୧୫ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ ହେଉଛି ୧୭ ତାରିଖ । ଆସନ୍ତା ମାସ ୩ରେ ଭୋଟ ଗ୍ରହଣ କରାଯାଇ ୬ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।

ଧାନଗର ଉପନିର୍ବାଚନ ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସ ଦଳ ତରଫରୁ କମିଟି ଗଠନ କରାଯାଇଛି । ଏଥିପାଇଁ ଏକ ୫ ଜଣିଆ କମିଟି ଗଠନ କରାଯାଇଥିବା ବେଳେ ଏହି କମିଟି ଆସନ୍ତା ୮ ତାରିଖ ମଧ୍ୟରେ ପ୍ରାର୍ଥୀଙ୍କ ନାମ ସୁପାରିଶ କରିବ । କମିଟିରେ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଜଗନ୍ନାଥ ପଟ୍ଟନାୟକ ଓ ଶରତ ରାଉତ ସାମିଲ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ମାସ ୧୯ ତାରିଖରେ ଧାମନଗର ବିଧାୟକ ତଥା ରାଜ୍ୟ ବିଧାନସଭାର ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ପରଲୋକ ଘଟିଥିଲା । ତା’ ପରଠାରୁ ଏହି ଆସନଟି ଖାଲି ପଡ଼ିଥିଲା । ଏହି ଆସନଟି ଖାଲି ପଡ଼ିବା ପରେ ଏବେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଯାଇଛି ।

Get real time updates directly on you device, subscribe now.