fbpx

ମା’ଙ୍କୁ ସ୍ୱାଗତ କରିବାକୁ ଆସିଛନ୍ତି ଇନ୍ଦ୍ରଦେବ: ବିଜୁଳି ସହ ପ୍ରବଳ ବର୍ଷାରେ ଭିଜୁଛି ଓଡିଶା

ଝିପି ଝିପି ବର୍ଷାରେ ଭିଜୁଛନ୍ତି ଜଗତ ଜନନୀ ମା’ ଦୁର୍ଗା । ଆଜି ମହାନବମୀରେ ଭିଜୁଛି ସାରା ଓଡିଶା । ବତାସୀ ପବନ ସହ ଘଡଘଡି ବିଜୁଳି, ଆଉ ତା ସହ ଘନଘନ ବର୍ଷାର ପ୍ରକୋପ । ଚାରିଆଡେ ପାଣି ଘେରରେ ରହିଛନ୍ତି ଆଦିଶକ୍ତି ଦେବୀ ମା ଦୁର୍ଗା । ଚାଲିଛି ମାଙ୍କର ପୂଜାର୍ଚ୍ଚନା । ହେଲେ ଏପଟେ ବର୍ଷା କମିବାର ନା ଧରୁନି । ଏ ଦୃଶ୍ୟ ଦେଖିଲେ ଲାଗୁଛି ସତେ ଯେମିତି ଦେବରାଜ ଇନ୍ଦ୍ର ମାଙ୍କୁ ସ୍ୱାଗତ କରିବା ପାଇଁ ଧରାପୃଷ୍ଠକୁ ଆସିଛନ୍ତି ।

ପୁରୀ ଅସ୍ତରଙ୍ଗ-କାକଟପୁର ଅଞ୍ଚଳରେ ଲାଗିରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ଗତ ରାତିରୁ ଅସ୍ତରଙ୍ଗ ଅଞ୍ଚଳରେ ୧୪୪ ମିଲିମିଟର ବର୍ଷା ହୋଇଥିବାରୁ ତଳିଆ ଅଞ୍ଚଳ ଧାନ ଚାଷ ଜମି ଜଳମଗ୍ନ ହୋଇଯାଇଛି । ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ଏହାବ୍ୟତୀତ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିଥିବା ଚିତ୍ର ସାମ୍ନାକୁ ଆସିଛି । ଲଘୁଚାପ ବର୍ଷାର ପ୍ରଭାବରେ ପୂଜାର ଆନନ୍ଦ ସମ୍ପୂର୍ଣ୍ଣ ଧୋଇଯାଇଛି । ଷଷ୍ଠୀ, ସପ୍ତମୀ ଏବଂ ଅଷ୍ଟମୀ ପାଗ ଶୁଖିଲା ଥିବା ବେଳେ ନବମୀରେ ପ୍ରବଳ ବର୍ଷା ଯୋଗୁଁ ଖାଲି ପଡିଛି ଦେବୀ ମା’ଙ୍କ ପୂଜା ମଣ୍ଡପ ।

ତେବେ ଯେଉଁ ଭଳି ଭାବରେ ପୂଜା ମଣ୍ଡପରେ ଭିଡ଼ ରହୁଥିଲା ଆଜି ସେମିତି ଭିଡ ଦେଖିବାକୁ ମିଳୁନାହିଁ । ପୂଜା ସମୟରେ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ସେମାନଙ୍କ ମନରେ ଅଶାନ୍ତଭାବ ଦେଖାଯାଇଛି । ପୂଜା ମଣ୍ଡପରେ କେବଳ ପୂଜକ ସହ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପୂଜାକାର୍ଯ୍ୟ ଚାଲୁ ରହିଛି ।

Get real time updates directly on you device, subscribe now.