fbpx

ଦଶହରାରେ ହକି ମାନିଆ: ହକି ଷ୍ଟିକ ଏବଂ ବିଶ୍ୱକପ ଟ୍ରଫିରେ ତିଆରି ହୋଇଛି ମଣ୍ଡପ

ରାଉରକେଲା: ଓଡିଶାକୁ ପୁଣି ଫେରୁଛି ହକି ବିଶ୍ୱକପ । ଆସନ୍ତା ଜାନୁୟାରୀରେ ରାଉରକେଲା ଏବଂ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ । ତେବେ ଏହା ପୂର୍ବରୁ ଓଡିଶାକୁ ୨ ବର୍ଷ ପରେ ଫେରିଛି ଦଶହରା ପୂଜା । କରୋନାର ଉତ୍ପାତ ପରେ ପ୍ରଥମ କରି ମା ଦୁର୍ଗାଙ୍କ ଆବିର୍ଭାବକୁ ନେଇ ଚଳଚଞ୍ଚଳ ସାରା ଓଡିଶା । ତେବେ ରାଜ୍ୟ ପାଇଁ ଏହି ଉଭୟ ସଫଳତାକୁ ସଂଯୋଗ କରିଛି ରାଉରକେଲା ସହର । ହକି ବିଶ୍ୱକପ ପାଇଁ ସ୍ୱତନ୍ତ୍ର ଆୟୋଜନ କରିଛନ୍ତି କର୍ମକର୍ତ୍ତା । ହକିକୁ ନେଇ ଏକ ସୁନ୍ଦର କାରୁ କାର୍ଯ୍ୟରେ ମା ଦଶଭୂଜାଙ୍କୁ ସ୍ୱାଗତ କରିଛନ୍ତି ରାଉରକେଲା ବାସିନ୍ଦା ।

ଦେଖନ୍ତୁ ଏହି ପୂଜା ମଣ୍ଡପକୁ । ହୁଏତ ଏହା କେଉଁ ସ୍ପୋର୍ଟସ କମ୍ପେ୍ଲକ୍ସ କିମ୍ବା ଷ୍ଟାଡିୟମ । କିନ୍ତୁ ପ୍ରକୃତରେ ଏହା ହେଉଛି ରାଉରକେଲା ଦୁର୍ଗା ପୂଜା ମଣ୍ଡପର କାନ୍ଥ । ହକି ବିଶ୍ବକପକୁ ପ୍ରୋତ୍ସାହନ କରିବା ପାଇଁ ଏମିତି ନିଆରା କାରୁକାର୍ଯ୍ୟରେ ଆୟୋଜନ ହୋଇଛି ଦୁର୍ଗାପୂଜା । ୱାଲ ପେଣ୍ଟିଙ୍ଗ ଆଉ ତା ସହିତ ସ୍ତାନ ପାଇଛି ହକି ବିଶ୍ବକପର ସେହି ସ୍ୱତନ୍ତ୍ର ଟ୍ରଫି । କେବଳ ସେତିକି ନୁହେଁ ହକି ଷ୍ଟିକ ହିଁ ପେଣ୍ଡାଲର ସୁନ୍ଦତାକୁ ଆହୁରି ବଢାଇ ଦେଇଛି । ଏମିତି ନୂଆ ଚିନ୍ତାଧାରା ଆଉ ନୂଆ କାରୂକାର୍ଯ୍ୟରେ ଦଶହରା ପାଳନ କରି ନୂଆ ଉଦାହରଣ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି ଏଠାକାର କର୍ମକର୍ତ୍ତା । ରାଉରକେଲାର ସେକ୍ଟର ୨, ସେକ୍ଟର ୯ ଏବଂ ସେକ୍ଟର ୨୦ ଅଞ୍ଚଳରେ ଏଭଳି ପୂଜା ମଣ୍ଡପ ତିଆରି ହୋଇ ମା’ ଦଶଭୂଜାଙ୍କୁ ପୂଜା କରାଯାଉଛି ।

ସେକ୍ଟର ୯ରେ କୃତ୍ରିମ ହକି ଷ୍ଟାଡିୟମ ତିଆରି ହୋଇ କାନ୍ଥରେ ଖେଳାଳିଙ୍କ ଚିତ୍ର ଏବଂ କୃତ୍ରିମ ଟ୍ରଫି ପ୍ରସ୍ତୁତ କରି ହକି ବିଶ୍ୱକପକୁ ସ୍ୱାଗତ ଜଣାଯାଇଛି । ସେହିପରି ସେକ୍ଟର ୨୦ ଅଞ୍ଚଳରେ ମଧ୍ୟ ହକି ବିଶ୍ୱକପକୁ ମା’ ଦୁର୍ଗାଙ୍କ ପୂଜା ସହ ସଂଯୋଗ କରାଯାଇଛି । ତେବେ ରାଉରକେଲା ପୂଜା କମିଟିମାନଙ୍କର ଏଭଳି ଚେଷ୍ଟା ଏବଂ ଉଦ୍ଦେଶ୍ୟକୁ ଦେଖି ଆସନ୍ତା ବିଶ୍ୱକପ ଖୁବ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.