fbpx

ଭାରତର ଶ୍ରେଷ୍ଠ ୧୦ ଜଣ ଯୁବ ଉଦ୍ୟୋଗୀ: କମ୍ ବୟସରୁ ଏମାନେ କୋଟି କୋଟି ଟଙ୍କାର ମାଲିକ

ଆମ ସମାଜରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ସାରା ଜୀବନ ଅକ୍ଲାନ୍ତ ପରିଶ୍ରମ କରି ଭଲରେ ଗଣ୍ଡିଏ ଖାଇବାକୁ ପାଆନ୍ତି ନାହିଁ କି ଭଲ ଘରେ ରହିବାକୁ ପାଆନ୍ତି ନାହିଁ । ମାତ୍ର ଏଭଳି କିଛି ବ୍ୟକ୍ତି ଥାଆନ୍ତି ଯେଉଁମାନେ କି ନିଜର ଦକ୍ଷତା ବଳରେ କମ୍ ବୟସରୁ କୋଟି କୋଟି ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଥାନ୍ତି ।

୧- ତିଳକ ମେହଟା: ମାତ୍ର ୧୮ ବର୍ଷ ବୟସରେ ତିଳକ ସଫଳତାର ଶୀର୍ଷରେ ପହଞ୍ଚିଥିଲେ । ୧୩ ବର୍ଷରୁ ସେ ନିଜର ବିଜିନେସ ଯାତ୍ରା ଆରମ୍ଭ କରିଥିଲେ । ୧୫ ବର୍ଷ ବୟସରେ ସେ ବର୍ଷକୁ ୧୦୦ କୋଟି ଟଙ୍କା ରୋଜଗାର କରୁଥିଲେ ।

୨- ଶ୍ରଭଣ ଓ ସଞ୍ଜୟ କୁମାରନ: ମାତ୍ର ୧୦ ବର୍ଷ ବୟସରେ ଏହି ଶିକ୍ଷିତ ସିବଲିଂ ଗେମିଂ ଆପ୍ ଓ ୱେବସାଇଟ୍ ନିର୍ମାଣ କରିଥିଲେ । ୨୦୧୨ରେ ସେମାନେ ଭାରତର ସର୍ବକନିଷ୍ଠ ସିଇଓ ହେବାର ଗୌରବ ହାସଲ କରିଥିଲେ ।

୩- ଆଦିଥ୍ୟାନ ରାଜେଶ: ମାତ୍ର ୧୩ ବର୍ଷ ବୟସରେ ଏହି ଟିନଏଜର ବାଳକ ଏକ ସଫ୍ଟୱେର କମ୍ପାନୀର ମାଲିକ ହୋଇ ପାରିଥିଲେ । ସେ ଗୁଗଲ କ୍ରୋମ ପରି ଏକ ଇଣ୍ଟରନେଟ ବ୍ରାଉଜର ‘ଆଶିର୍ବାଦ’ ନିର୍ମାଣ କରିଥିଲେ ।

୪- ଆଡଭେଟ ଠାକୁର: ଏହି ଭାରତୀୟ ଯୁବକ ଏକ ଭାରତୀୟ ଟେକ୍ନୋଲୋଜି କମ୍ପାନୀ ଆପେକ୍ସ ଇନଫୋସିସ୍ ଇଣ୍ଡିଆ ସ୍ଥାପନା କରିଥିଲେ । ସେ ବର୍ତ୍ତମାନ ତା’ର ସିଇଓ ରହିଛନ୍ତି । ସେ କମ୍ ବୟସରେ ସଫଳତାର ଶୀର୍ଷକୁ ଛୁଇଁଥିଲେ ।

୫- ଅଖିଳେନ୍ଦ୍ର ସାହୁ: ଅଖିଳେନ୍ଦ୍ର ଏସଟିଏନଟି ଟେକ୍ନୋଲୋଜି ଆଇଟି ଫାର୍ମର ସିଇଓ ଅଟନ୍ତି । ସେ କମ୍ ବୟସରେ ହେଇଣ୍ଡିଆ, ଟେକ୍ନିକାଲ ନେକ୍ସଟ, ଷ୍ଟାଟଅପ୯୯ ପରି ଅନେକ ଫାର୍ମ ନିର୍ମାଣ କରିଥିଲେ ।

୬- ଶ୍ରୀଲକ୍ଷ୍ମୀ ସୁରେଶ: ମାତ୍ର ୨୩ ବର୍ଷ ବୟସରେ ଶ୍ରୀଲକ୍ଷ୍ମୀ ୮ କୋଟିରୁ ଅଧିକ ଟଙ୍କାର ମାଲିକ ହୋଇପାରିଥିଲେ । ସେ ବିଶ୍ୱର ସର୍ବକନିଷ୍ଠ ସିଇଓ ହେବା ସହ ୬ ବର୍ଷ ବୟସରେ ତାଙ୍କର ସ୍ମରଣୀୟ ସାଇଟ୍ ନିର୍ମାଣ କରିପାରିଥିଲେ ।

୭- ଅକ୍ଷୟ ରୁପାରୈଲା: ଅକ୍ଷୟ ଡୋରଷ୍ଟେପସ.କୋ.ୟୁକେର ଫାଉଣ୍ଡର ଅଟନ୍ତି । ଏହି ଭାରତୀୟ ବଂଶୋଦ୍ଭବ ଯୁବକ ମାତ୍ର ୧୯ ବର୍ଷ ବୟସରେ ୟୁକେର ସର୍ବକନିଷ୍ଠ ମିଲିୟନେୟାର ହେବାର ଗୌରବ ଅର୍ଜନ କରିଥିଲେ ।

୮- ରିତେଶ ଅଗ୍ରୱାଲ: ରିତେଶ ଓୟେ ରୁମ୍ସର ସିଇଓ ଅଟନ୍ତି । ତାଙ୍କର ମୋଟ ସମ୍ପତ୍ତିର ପରିମାଣ ହେଉଛି ପାଖାପାଖି ୫ ହଜାର କୋଟି । ସେ ମାତ୍ର ୧୭ ବର୍ଷ ବୟସରେ ବିଶ୍ୱର ସର୍ବକନିଷ୍ଠ ସିଇଓ ହୋଇଥିଲେ । ସେ ଓଡ଼ିଶାର ଏକ ଛୋଟ ସହରରୁ ପ୍ରଥମେ ସିମ କାର୍ଡ ବିକ୍ରି ଆରମ୍ଭ କରିଥିଲେ ।

୯- ଫରହଦ ଅସିଦୱାଲା: ଫରହଦ ବିଶ୍ୱର ଜଣେ ଅନ୍ୟତମ ପ୍ରମୁଖ ଯୁବ ଉଦ୍ୟୋଗୀ । ମାତ୍ର ୨୫ ବର୍ଷ ବୟସରେ ସେ ଅନେକ ସଫଳତା ହାସଲ କରିଥିଲେ । ସେ ରକଷ୍ଟାର ମେଡ଼ିଆ ଓ ସାଇବେନେଟିଭ ଡିଜିଟାଲର ଫାଉଣ୍ଡର ଅଟନ୍ତି ।

୧୦- ରଣବୀର ଆରୋରା ଆଲ୍ଲାହାବାଦିଆ: ରଣବୀର ଜଣେ ଭାରତୀୟ ୟୁଟ୍ୟୁବର, ୱେଲସେନ ଏଜୁକେଟର, ଉଦ୍ୟୋଗୀ ଅଟନ୍ତି । ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୪୯ କୋଟିରୁ ଅଧିକ ହେବ ।

Get real time updates directly on you device, subscribe now.