fbpx

ମାଆର ମମତା ଆଗରେ ମୁଣ୍ଡ ନୁଆଇଁଲେ ମୋଦୀ-ରାହୁଲ: ମାଆର ପାଦ ସ୍ପର୍ଶ ସ୍ୱର୍ଗଠାରୁ ବଡ଼ ଅନୁଭୂତି

ନୂଆଦିଲ୍ଲୀ: ଗତ କିଛିଦିନ ଧରି ରାହୁଲ ଗାନ୍ଧି ‘ଭାରତ ଯୋଡ଼ୋ’ ଯାତ୍ରା ମାଧ୍ୟମରେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଅଧିକାଂଶ ସମୟରେ ବୃଦ୍ଧଙ୍କଠାରୁ ଆରମ୍ଭ ଛୋଟ ପିଲାଙ୍କ ସହ ରାହୁଲଙ୍କ ଫଟୋ ଭାଇରାଲ ହେଉଛି । ତେବେ ରାହୁଲଙ୍କୁ କିପରି ଟକ୍କର ଦିଆଯିବ ସେଥିପାଇଁ ବିଜେପିର ନେତା, କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କ ମୁସ୍କିଲ ବଢ଼ିଯାଇଛି ।

ନିକଟରେ ରାହୁଲ ତାଙ୍କ ମାଆ ସୋନିଆ ଗାନ୍ଧିଙ୍କର ଜୋତାର ଫିତା ବାନ୍ଧୁଥିବାର ଏକ ଫଟୋ ଭାଇରାଲ ହୋଇଥିଲା । ସେ ସମୟରେ ବିଜେପି ପକ୍ଷରୁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାଆଙ୍କ ପାଦରେ ଚପଲ ପିନ୍ଧାଉଥିବାର ଏକ ଫଟୋ ଭାଇରାଲ କରାଯାଇଥିଲା । ଗୋଟିଏ ପଟେ ବିଜେପିକୁ ସୋସିଆଲ ମିଡ଼ିଆର ଚାମ୍ପିୟନ କୁହାଯାଉଥିବା ବେଳେ ଭାରତ ଯୋଡ଼ୋ ଯାତ୍ରା ମାଧ୍ୟମରେ ପ୍ରଥମ ଥର ପାଇଁ ବିଜେପିକୁ କଂଗ୍ରେସ ଟକ୍କର ଦେଉଥିବା ଦେଖାଯାଉଛି ।

ଗତକାଲି ଭାଇରାଲ ହୋଇଥିବା ଫଟୋରେ ରାହୁଲ ତାଙ୍କ ମାଆ ସୋନିଆଙ୍କ ଜୋତାର ଫିତା ବାନ୍ଧୁଥିବା ଦେଖାଯାଇଥିଲା । ଯାତ୍ରା ସମୟରେ ସୋନିଆଙ୍କର ଜୋତାର ଫିତା ଢିଲା ପଡ଼ିଯାଇ ଥିବାରୁ ତାଙ୍କୁ ଚାଲିବାରେ ସମସ୍ୟା ଦେଖାଯାଇଥିଲା । ତେଣୁ ରାହୁଲ ଗାନ୍ଧି ତଳେ ବସି ମା’ଙ୍କର ଫିତା ବାନ୍ଧି ଦେଇଥିଲେ । ଏହି ଫଟୋ ଭାଇରାଲ ହେବା ପରେ କଂଗ୍ରେସ ନେତା ଓ ସମର୍ଥକମାନେ ଏହାକୁ ଯଥାସମ୍ଭବ ଶେୟାର କରିଥିଲେ । ଅନ୍ୟପକ୍ଷରେ ବିଜେପି ଏ କ୍ଷେତ୍ରରେ ପଛରେ ପଡ଼ି ନଥିଲା । ବିଜେପି ସୋସିଆଲ ମିଡ଼ିଆ ପକ୍ଷରୁ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ କିଛି ବିଜେପି ନେତାଙ୍କ ସମାନ ଫଟୋ ଭାଇରାଲ କରାଯାଇଥିଲା । ତେବେ ବିଜେପି-କଂଗ୍ରେସ ମଧ୍ୟରେ ରାଜନୀତି ଯାହା ହେଉ ନା କାହିଁକି, ଦେଶର ଟପ୍ ନେତାଙ୍କ ମାଆଙ୍କ ପ୍ରତି ଥିବା ମମତା ଆଜି ପ୍ରଶଂସା ସାଉଁଟୁଛି ।

Get real time updates directly on you device, subscribe now.