fbpx

ଭାରତର ଏହି ହୋଟେଲରେ କେବଳ ଆଡଲ୍ଟଙ୍କୁ ମିଳିଥାଏ ଅନୁମତି, ପିଲାଙ୍କୁ ବ୍ୟାନ୍…

ନୂଆଦିଲ୍ଲୀ: କାମ ପ୍ରେସର ମଧ୍ୟରେ କେହି କେହି ମଜା ମସ୍ତି କରିପାରିନଥାନ୍ତି । ଅଫିସରେ ଲଗାତାର ୯ ରୁ ୧୨ ଘଣ୍ଟା ଶିଫ୍ଟ କରୁଥିବା ଜଣେ ବ୍ୟକ୍ତି ଚାହିଥାନ୍ତି ଯେ ସେ କିଛି ସମୟ ପାଇଁ ସବୁ ଟେନସନରୁ ଦୂରରେ ରହିବାକୁ ଏବଂ ଶାନ୍ତିରେ କିଛି ଦିନ ବିତାଇପାରିବେ । ସିଙ୍ଗିଲ ଲୋକମାନେ ହୁଏତ କେବେ କେବେେ ବାହାରକୁ ଯାଇ ଛୁଟି ମନାଇପାରିଥାନ୍ତି କିନ୍ତୁ ବିବାହିତ ଲୋକେ ଏଭଳି କରିପାରିବା ମୁସ୍କିଲ ହୋଇଥାଏ । କାରଣ ଛୁଟିରେ ଯିବାବେଳେ ପରିବାର ଏବଂ ପିଲାଙ୍କୁ ସାଙ୍ଗରେ ନେବାକୁ ପଡ଼ିଥାଏ ।

ଅନେକ ସମୟରେ ଏପରି ହୋଇଥାଏ ଯେତେବେଳେ ଆପଣ ଛୁଟି ମନାଇବା ପାଇଁ ନିଜ ସହ ପିଲାଙ୍କୁ ନନେଇ ନିଜ ବନ୍ଧୁମାନଙ୍କ ସହ ଯିବାକୁ ପସନ୍ଦ କରିଥାନ୍ତି । ପିଲାଙ୍କୁ ସାଙ୍ଗରେ ନେବା ଦ୍ୱାରା ଅନେକ ସମୟରେ ପିଲାଙ୍କ ଧ୍ୟାନ ରଖିବା ମଧ୍ୟରେ ଆପଣ ଛୁଟିକୁ ଉପଭୋଗ କରିପାରିନଥାନ୍ତି । ଆଜି ଆମ ଆପଣଙ୍କୁ ଭାରତର କିଛି ହୋଟେଲ ଏବଂ ରିସୋର୍ଟ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ପିଲାଙ୍କ ଏଣ୍ଟ୍ରି ବ୍ୟାନ୍ ହୋଇଥାଏ । ଏହି ହୋଟେଲ ଏବଂ ରିସୋର୍ଟ କେବଳ ଆଡଲ୍ଟ ହିଁ ରେଷ୍ଟ କରିପାରିବେ ।

ଆନନ୍ଦା ଇନ ଦ ହିମାଳୟାସ, ଋଷିକେଶ(ଉତ୍ତରାଖଣ୍ଡ): ଏହି ରିସୋର୍ଟ ପଲିସି ଅନୂଯାୟୀ ଏଠାରେ ୧୪ ବର୍ଷରୁ କମ୍ ବୟସର ପିଲାଙ୍କ ପ୍ରବେଶ ଉପରେ ବାରଣ ରହିଛି । ଶାନ୍ତିରେ ଛୁଟି ବିତାଇବା ପାଇଁ ଏହି ସ୍ଥାନ ପରଫେକ୍ଟ ।

ତମାରା କୁର୍ଗ(କର୍ଣ୍ଣାଟକ) : ସବୁଜ ବନାନୀ ମଧ୍ୟରେ ଥିବା ତମାରା କୁର୍ଗରେ ଆପଣ ପ୍ରକୃତିକୁ ଅତିପାଖରୁ ଉପଭୋଗ କରିପାରିବେ । ଏଠାରେ ୧୨ ବର୍ଷରୁ ଛୋଟ ପିଲାଙ୍କୁ ପ୍ରବେଶ ନିଷେଧ ରହିଛି ।

ବତ୍ସୟାନା-ହିମାଳୟନ ବୁଟୀକ ରିସୋର୍ଟ, ଅଲ୍ମୋଡ଼ା(ଉତ୍ତରାଖଣ୍ଡ): ଅଲ୍ମୋଡ଼ା ସ୍ଥିତ ଏହି ରିସୋର୍ଟରେ କେବଳ ଆଡଲ୍ଟଙ୍କୁ ହିଁ ଏଣ୍ଟ୍ରି ମିଳିଥାଏ । ଏହି ରିସୋର୍ଟରେ ଆପଣଙ୍କୁ ପାହାଡ଼ର ସୁନ୍ଦର ଦୃଶ୍ୟ ନଜର ଆସିଥାଏ ଏହାସହ ଏଠାକାର ବାତାବରଣ ଆପଣଙ୍କୁ ଖୁବ୍ ଶାନ୍ତି ପ୍ରଦାନ କରିବ ।

ଦ ପାର୍କ ବାଗା ରିଭର ଗୋଆ: ଗୋଆର ଏହି ପ୍ରପର୍ଟୀରେ ୧୮ ବର୍ଷ ବୟସରୁ କମ୍ ବୟସର ପିଲାଙ୍କୁ ଏଣ୍ଟ୍ରି ନାହିଁ ।

Get real time updates directly on you device, subscribe now.