fbpx
BJD
BJD SKY
BJD SKY

OAS ସ୍ତରରେ ଅଦଳବଦଳ, ପ୍ରତିଭା ଦୋରା ହେଲେ OAVS ଯୁଗ୍ମ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ରାଜ୍ୟ ସରକାରଙ୍କ ୱାର୍କସ ବିଭାଗର ସ୍ୱତନ୍ତ୍ର ସଚିବ ଥିବା ଦିଲୀପ କୁମାର ରାୟଙ୍କୁ ଏସଏସ ଆଣ୍ଡ ଇପିଡି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଟ୍ରାନ୍ସଫର କରାଯାଇଛି ।

ସେହିପରି ବ୍ରହ୍ମପୁର ୟୁନିଭରସିଟିର ଏକ୍ସ-ରେଜିଷ୍ଟ୍ରାର ରାଜେନ୍ଦ୍ର କୁମାର ରଞ୍ଜିତ କଟକ-ପୁରୀ ମୁଖ୍ୟ ବନ୍ଦୋବସ୍ତର ବନ୍ଦୋବସ୍ତ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି । ସ୍କୁଲ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ପ୍ରତିଭା ଦୋରା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିସ) ଭୁବନେଶ୍ୱରର ଯୁଗ୍ମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ।

ୱାର୍କସ ବିଭାଗର ଯୁଗ୍ମ ସଚିବ ମହେନ୍ଦ୍ର ପଣ୍ଡାଙ୍କୁ ଓଡ଼ିଶା ଷ୍ଟେଟ ସିଭିଲ ସପ୍ଲାଇଜ୍ କର୍ପୋରେସନ ଲିମିଟେଡ, ଭୁବନେଶରର ଜି.ଏମ (ପ୍ରୋକ୍ୟୁରମେଣ୍ଟ) ଭାବେ ନିଯୁକ୍ତି ମିଳିଛି । ଓଡ଼ିଶା ଷ୍ଟେଟ ସିଭିଲ ସପ୍ଲାଇଜର କର୍ପୋରେସନ ଲିମିଟେଡ, ଭୁବନେଶ୍ୱରର ଜିଏମ (ପ୍ରୋକ୍ୟୁରମେଣ୍ଟ) ମମତା ନାୟକଙ୍କୁ ଏଚଟି ଆଣ୍ଡ ଏଚ ବିଭାଗର ଯୁଗ୍ମ ସଚିବ ଭାବ ନିଯୁକ୍ତି ମିଳିଛି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଜନସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

Get real time updates directly on you device, subscribe now.