fbpx

କୁଳଦୀପଙ୍କର ଏହି ବଲକୁ ଦେଖି ଆଶ୍ଚର୍ଯ୍ୟ କ୍ରିକେଟ ଦୁନିଆ: ମନେ ପଡିଗଲେ ସେନ ୱାର୍ଣ୍ଣ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ବୋଲର କଳଦୀପ ଯାଦବ ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ କମବ୍ୟାକ କରୁଛନ୍ତି । ଦୀର୍ଘ ଦିନ ଦଳରୁ ବାଦ ପଡିବା ପରେ ଏହି ସିରିଜରେ ତାଙ୍କୁ ପୁଣି ଥରେ ସୁଯୋଗ ମିଳିଛି । ତେଣୁ ଏହି ସୁଯୋଗକୁ କେବେ ହାତଛଡା କରିବାକୁ ଚାହୁଁ ନାହାନ୍ତି ଏହି ଚାଇନାମ୍ୟାନ ବୋଲର । ତେବେ ପ୍ରଥମ ମ୍ୟାଚରେ ସେ ଗୋଟିଏ ୱିକେଟ ହାସଲ କରିଛନ୍ତି । କିନ୍ତୁ ଏହି ୱିକେଟରେ ହିଁ ସେ ନିଜର କରାମତି ଦେଖାଇ ଦେଇଛନ୍ତି । କଳଦୀପଙ୍କର ଏହି ଚମତ୍କାର ବଲ ଯୋଗୁଁ ସେ ଆଜି ସ୍ପିନ ଲେଜେଣ୍ଡ ସେନ ୱାର୍ଣ୍ଣଙ୍କ ସହ ମଧ୍ୟ ତୁଳନା ହେବାକୁ ଲାଗିଲେଣି ।

ପ୍ରଥମ ଇନିଂସର ୧୬ ତମ ଓଭର ନେଇ ଆସିଥିଲେ କୁଳଦୀପ ଯାଦବ । ପ୍ଲାନ କରି ଦକ୍ଷିଣ ଆଫ୍ୟିକାର ଷ୍ଟାର ବ୍ୟାଟ୍ସମ୍ୟାନ ଏଡେନ ମାର୍କରମଙ୍କୁ ଏହି ଓଭରରେ ଫସାଇ ଦେଇଥିଲେ କୁଳଦୀପ । ଓଭରର ଶେଷ ବଲରେ ସେ ଏକ ଚମତ୍କାର ବଲ ପକାଇଥିଲେ । ଯାହାର ଉତ୍ତର ଦେଇ ପାରି ନଥିଲେ ମାର୍କରମ, ତେଣୁ ଏହା ତାଙ୍କ ପାଇଁ ଏବଂ ଦଳ ପାଇଁ ମହଙ୍ଗା ପଡିଛି । କୁଳଦୀପଙ୍କ ଏହି ଘାତକ ବଲକୁ ଡିଫେନ୍ସ କରିବାକୁ ଚେଷ୍ଟା କରିଥିଲେ ମାର୍କରମ । କିନ୍ତୁ ବଲ ଅନୁମାନଠାରୁ ଅଧିକ ସ୍ପିନ ହୋଇଥିଲା,ଏବଂ ମାର୍କରମଙ୍କ ବ୍ୟାଟ ଓ ପ୍ୟାଡ ମଧ୍ୟରେ ଯାଇ ୱିକେଟରେ ଲାଗିଥିଲା ବଲ । ଫଳରେ ଆଉଟ ହୋଇ ମାର୍କରମ ପାଭିଲିୟନ ଫେରି ଆସିଥିଲେ ।

ଏହାପରେ କୁଳଦୀପ ଯାଦବଙ୍କର ଏହି ବଲକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ୨୦୧୯ ବିଶ୍ୱକପରେ ମଧ୍ୟ ଠିକ ଏହି ଢଙ୍ଗରେ ବାବର ଆଜମଙ୍କୁ ଆଉଟ କରିଥିଲେ କୁଳଦୀପ । ମାର୍କମରମଙ୍କ ୱିକେଟ ପରେ ସେହି ପୁରୁଣା ଘଟଣା ଏବେ ତାଜା ହୋଇ ଯାଇଛି । ତେବେ ଅନ୍ୟ କିଛଇ ପ୍ରଶଂସକ କୁଳଦୀପଙ୍କୁ ସେନ ୱାର୍ଣ୍ଣଙ୍କ ସହ ତୁଳନା କରି ସାରିଲେଣି । ୱାଣ୍ଣଙ୍କ ସେହି ଐତିହାସିକ ବଲକୁ ମନେ ପକାଇଛନ୍ତି କ୍ରିକେଟପ୍ରେମୀ ।

Get real time updates directly on you device, subscribe now.