fbpx

(Video) ପେଟ କଥା ଖାଲି ମା’ ହିଁ ଜାଣେ: ଦେଖନ୍ତୁ କେମିତି ନିଜ ପିଲାକୁ ଖୁଆଇଦେଉଛି ମାଙ୍କଡ଼…

ମା’ର ମମତା ସବୁବେଳେ ନିଜ ପିଲା ପାଇଁ ରହିଥାଏ । ସେ ମଣିଷ ହେଉ କିମ୍ବା ପଶୁ ମା’ ନିଜ ପିଲାପାଇଁ କିଛିବି କରିବାକୁ ପ୍ରସ୍ତୁତ । ନିଜ ପିଲାର ସବୁ କଷ୍ଟ ଲାଘବ କରିବା ପାଇଁ ମା’ ନିରନ୍ତର ଜାରିରଖିଥାଏ ପ୍ରଚେଷ୍ଟା । ତେବେ ବର୍ତ୍ତମାନ ଏଭଳି ଏକ ମା’ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅବଶ୍ୟ ଏଠାରେ କେହି ମଣିଷ ନୁହେଁ ବରଂ ଏକ ମାଙ୍କଡ଼ର ଭିଡିଓ । କିନ୍ତୁ ପଶୁ ହେଲେବି କ’ଣ ହେଲା ସେ ବି ତ’ ଗୋଟେ ମା’ । ଆଉ ଏହି ମା’ କେମିତି ନିଜ ପିଲାର ଯତ୍ନ ନେଉଛି । ତାହା  ଏହି ଭିଡିଓରେ ଆପଣ ଦେଖିପାରିବେ ।

ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । ଯାହାକୁ ଲୋକେ ଖୁବ୍ ପସନ୍ଦ ମଧ୍ୟ କରିଥାନ୍ତି । ଖାସ୍ କରି ଜୀବଜନ୍ତୁଙ୍କୁ ମଜାଦାର ଭିଡିଓ  । ହେଲେ ଆଜି ଆପଣଙ୍କୁ ଦେଖାଇବାକୁ ଯାଉଛୁ ଏଭଳି ଏକ ଭିଡିଓ । ଯେଉଁଥିରେ ଆପଣଙ୍କୁ ମା’ର ନିଜ ପିଲା ପ୍ରତି ଥିବା ମମତା ଦେଖିବାକୁ ମିଳିବ । ଆଜ୍ଞା ହିଁ ଭିଡିଓରେ ଏକ ମାଙ୍କଡ଼ ନିଜ ପିଲାକୁ ଧରି ବସିଛି । ତା’ ହାତରେ ଏକ କଦଳୀ ରହିଛି । ଆଉ ସେହି କଦଳୀକୁ ଅତି ସ୍ନେହର ସହ ଚୋପା ଛଡ଼ାଉଛି । ଦେଖୁଛନ୍ତି କିପରି ଭାବରେ ସେ ଏହି କଦଳୀର ଚୋପା ଅତି ସୁନ୍ଦର ଭାବରେ ଛଡ଼ାଉଛି । ଆଉ ତାହାକୁ ନିଜ ପିଲାଙ୍କୁ ଖୁଆଉଛି । ଯାହାକି ଅତ୍ୟନ୍ତ ହୃଦୟସ୍ପର୍ଶୀ । ଦେଖନ୍ତୁ ଭିଡିଓ…

 

View this post on Instagram

 

A post shared by Adorable Monkey Videos (@monkeyadore)

Get real time updates directly on you device, subscribe now.