fbpx

IDBI Privatisation ରାସ୍ତା ସଫା: କେନ୍ଦ୍ର ସରକାର ଓ ଏଲଆଇସି ବିକ୍ରି କରିବେ ୬୧ ପ୍ରତିଶତ ଅଂଶଧନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଇଡିବିଆଇର ବିକ୍ରି ପ୍ରକ୍ରିୟା ଜୋରଦାର କରିଦେଇଛନ୍ତି । ଏନେଇ କିଛି ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ସରକାରଙ୍କ ପକ୍ଷରୁ ନିଲାମ ପାଇଁ ଆହ୍ୱାନ କରାଯାଇଛି । ଏହି ଘରୋଇକରଣ ପ୍ରକ୍ରିୟାରେ ସରକାର ଓ ଦେଶର ସବୁଠାରୁ ବଡ଼ ବୀମା କମ୍ପାନୀ ଏଲଆଇସି ମୋଟ ୬୦.୭୨ ପ୍ରତିଶତ ଅଂଶଧନ ବିକ୍ରି କରିବେ ।

ଏକ ରିପୋର୍ଟ ମୁତାବକ, ବର୍ତ୍ତମାନ ଆଇଡିବିଆଇ ବ୍ୟାଙ୍କରେ କେନ୍ଦ୍ର ସରକାର ଓ ଏଲଆଇସିର ମୋଟ ୯୪.୭୨ ପ୍ରତିଶତ ଅଂଶଧନ ରହିଛି । ସେଥିରୁ କେନ୍ଦ୍ରର ୪୫.୪୮ ଓ ଏଲଆଇସିର ୪୯.୨୪ ପ୍ରତିଶତ ଅଟେ । ବ୍ୟାଙ୍କ ଘରୋଇକରଣ ପ୍ରକ୍ରିୟାରେ ସରକାର ୩୦.୪୮ ଓ ଏଲଆଇସି ୩୦.୨୪ ପ୍ରତିଶତ ଅଂଶଧନ ବିକ୍ରି କରିବେ ।

ନିବେଶ ଓ ସାର୍ବଜନିକ ସମ୍ପତ୍ତି ପ୍ରବନ୍ଧନ ବିଭାଗ (ଡିପମ) ମୁତାବକ, ଆଇଡିବିଆଇ ବ୍ୟାଙ୍କର ଏକ୍ସପ୍ରେସନ ଅଫ୍ ଇଣ୍ଟ୍ରେଷ୍ଟ (ଇଓଆଇ) ଜମା କରିବାର ଅନ୍ତିମ ତାରିଖ ରହିଛି ଡିସେମ୍ବର ୧୬ । ସମସ୍ତ ଇଓଆଇ ୧୮୦ ଦିନ ପର୍ଯ୍ୟନ୍ତ ବୈଧ ରହିବ ଓ ଏହାକୁ ଆଉ ୧୮୦ ଦିନ ପାଇଁ ବଢ଼ାଇବାର ସମ୍ଭାବନା ରହିଛି । ଆଇଡିବିଆଇ ପକ୍ଷରୁ ନିଲାମୀ ପାଇଁ ଆହ୍ୱାନ କରାଯାଇଥିବା ଡିପମ ପକ୍ଷରୁ କୁହାଯାଇଛି । ତେବେ ଆଇଡିବିଆଇ ଘରୋଇକରଣ ହେବା ରାସ୍ତା ଏବେ ପରିଷ୍କାର ହୋଇଯାଇଛି ।

Get real time updates directly on you device, subscribe now.